ସେ-କ୍ସ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଏବଂ ଏକ ସୁସ୍ଥ ଜୀବନ ପାଇଁ ଏହା ଆବଶ୍ୟକ ମଧ୍ୟ ଅଟେ | ତେବେ କିଛି ଲୋକଙ୍କୁ ଏଥିପ୍ରତି ବହୁତ ଭୟ ଅନୁଭବ ହୋଇଥାଏ, ଏପରିକି ସେମାନେ ସେକ୍ସ ବିଷୟରେ କଥା ହେବାକୁ ମଧ୍ୟ ଭୟଭୀତ ହୋଇଥାନ୍ତି | ସେ-କ୍ସକୁ ନେଇ ଏପ୍ରାକାରର ଭୟକୁ ଇରୋଟୋଫୋବିୟା କୁହାଯାଇଥାଏ | ଇରୋଟୋଫୋବିୟାରେ ଲୋକମାନଙ୍କର ମନରେ ସେ-କ୍ସକୁ ନେଇ ଅନେକ ପ୍ରକାରର ଭୟ ରହିଥାଏ |
ଇରୋଟୋଫୋବିୟାରେ ଲୋକଙ୍କର ମନରେ ଅନେକ ପ୍ରକାରର ଆଶଙ୍କା ରହିଥାଏ | ଯଦି ଏହାର ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ଏହା ଏକ ପ୍ରକାରର ଡିସଅର୍ଡରରେ ପରିବର୍ତ୍ତିତ ହୋଇଯିବ ଯାହାର ପ୍ରଭାବ ରୋମାଣ୍ଟିକ ସମ୍ପର୍କ ଉପରେ ମଧ୍ୟ ପଡିଯାଇଥାଏ | କୌଣସି ମଧ୍ୟ ଫୋବିଆ ପରି ଇରୋଟୋଫୋବିୟାର ମଧ୍ୟ ଅନେକ ଲକ୍ଷଣ ରହିଛି | ପ୍ରତ୍ୟେକ ବ୍ୟକ୍ତିଙ୍କର ଲକ୍ଷଣ ଏବଂ ଅନୁଭବ ପରସ୍ପର ଠାରୁ ଭିନ୍ନ ହୋଇଥାଇପାରେ | ଇରୋଟୋଫୋବିୟା ଅନେକ ପ୍ରକାରର ହୋଇଥାଇପାରେ |
ଜେନୋଫୋବିଆ- ଜେନୋଫୋବିଆକୁ କୋଇଟୋଫୋବିଆ ଭାବରେ ମଧ୍ୟ ଜାଣିଥାନ୍ତି | ଏଥିରେ ଲୋକମାନଙ୍କୁ ଯୌନ ସଂପାର୍କ ରଖିବାକୁ ଭୟ ଅନୁଭବ ହୋଇଥାଏ | ଜେନୋଫୋବିଆର ସ୍ଥିତିରେ ଲୋକମାନେ ନିଜର ରୋମାଣ୍ଟିକ ସମ୍ପର୍କରେ କିସ କରିବାକୁ କିମ୍ବା ଆଲିଙ୍ଗନ କରିବାକୁ ବହୁତ ପସନ୍ଦ କରିଥାନ୍ତି କିନ୍ତୁ ଯୌନ ସମ୍ବନ୍ଧ ରଖିବା କିମ୍ବା ଅଧିକ ଫିଜିକାଲ ହେବାକୁ ସେମାନଙ୍କୁ ଭୟ ଲାଗିଥାଏ |
ଅନ୍ତରଙ୍ଗତାର ଭୟ- ଏହି ପ୍ରକାରର ଫୋବିଆରେ ଲୋକମାନଙ୍କୁ ଅନ୍ତରଙ୍ଗତା ହେବାକୁ ଭୟ ଲାଗିଥାଏ | ତେବେ ଏହା ସବୁବେଳେ ହୋଇନଥାଏ | ଏପରି ଲୋକ ସେକ୍ସକୁ ନୁହେଁ ବରଂ ଅନ୍ତରଙ୍ଗତା କାରଣରୁ ହେଉଥିବା ଇମୋସନାଲ ଆକର୍ଷଣକୁ ଭୟ କରିଥାନ୍ତି | ଏମାନଙ୍କ ମନରେ ଏହି କଥାର ଭୟ ରହିଥାଏ ଯେ ତାଙ୍କ ପାର୍ଟନର ତାଙ୍କୁ ଛାଡ଼ିଦେବେ |
ପାରାଫୋବିଆ- ଯୌନ ବିକୃତିର ଭୟ ମଧ୍ୟ ଏକପ୍ରକାରର ଫୋବିଆ ଅଟେ | କିଛି ଲୋକଙ୍କୁ ଏକଥାର ଭୟ ରହିଥାଏ ଯେ ସେକ୍ସ କାରଣରୁ ତାଙ୍କ ଭିତରେ କୌଣସି ପ୍ରକାରର ବିକୃତି ଆସିପାରେ | ସେହିପରି କିଛି ଲୋକମାନଙ୍କ ଠାରେ ଏହି କଥାର ଭୟ ରହିଥାଏ ଯେ ତାଙ୍କ କାରଣରୁ ଅନ୍ୟ ପାଖରେ କୌଣସି ବିକାର ଆସିନଯାଉ | ଏହି ଫୋବିଆ ଦ୍ୱାରା ଗ୍ରାସିତ କିଛି ଲୋକ ନିଜର ବନାଇଥିବା ନିୟମ ଗୁଡିକରେ ହିଁ ଯୌନ ସମ୍ବନ୍ଧର ଆନନ୍ଦ ଉଠାଇଥାନ୍ତି | ସେହିପରି କିଛି ଲୋକ କୌଣସି ପ୍ରକାରର ଅନ୍ତରଙ୍ଗତା ରଖିବାକୁ ଭୟ କରିଥାନ୍ତି |
ହାଫେଫୋବିଆ- ଏହି ଫୋବିଆରେ ଲୋକମାନଙ୍କୁ ସ୍ପର୍ଶ କରିଦେବାର ଭୟ ରହିଥାଏ | ଏହି କାରଣରୁ ଏମାନଙ୍କର ଅନେକ ସମ୍ପର୍କ ପ୍ରଭାବିତ ହୋଇଥାଏ | ଏହି ଫୋବିଆର କିଛି ଲୋକ କୌଣସି ସମ୍ପର୍କୀୟ ମାନଙ୍କୁ ମଧ୍ୟ ଛୁଇଁ ଦେବାକୁ ଭୟଭୀତ ହୋଇଥାନ୍ତି ମାତ୍ର କିଛି ଲୋକ କେବଳ ଆବଶ୍ୟକ ଠାରୁ ଅଧିକ ଶାରୀରିକ ସମ୍ପର୍କକୁ ଭୟ କରିଥାନ୍ତି |
ଜିମ୍ନୋଫୋବିଆ- ଏଥିରେ ଲୋକମାନଙ୍କୁ ନଗ୍ନତା ପ୍ରତି ଭୟ ଲାଗିଥାଏ | ଲୋକମାନଙ୍କୁ କାହାରି ସାମ୍ନାରେ ନଗ୍ନ ହେବାକୁ ଭୟ ଲାଗିଥାଏ | କିଛି ଲୋକ ନିଜର ଶରୀର ଗଠନ କାରଣରୁ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଭୟ କରିଥାନ୍ତି |
ଫିଲେମାଫୋବିଆ- ଏହାକୁ ଫିଲେମେଟୋଫୋବିଆ ମଧ୍ୟ କୁହାଯାଇଥାଏ | ଏଥିରେ ଲୋକମାନଙ୍କୁ ଚୁମ୍ବନ କରିବାକୁ ମଧ୍ୟ ଭୟ ଲାଗିଥାଏ | ଏହାର ଅନେକ କାରଣ ଥାଇପାରେ | ଯେପରିକି ଯେଉଁ ଲୋକଙ୍କର ମୁହଁରୁ ଦୁର୍ଗନ୍ଧ ଆସିଥାଏ, ସେମାନେ ଚୁମ୍ବନ କରିବାକୁ ଭୟ କରିଥାନ୍ତି | ଏହାଛଡା କିଛି ଲୋକଙ୍କୁ ଲାଗିଥାଏ ଯେ ଚୁମ୍ବନ କରିବା ଦ୍ୱାରା ତାଙ୍କ ମୁହଁକୁ କୀଟାଣୁ ଚାଲିଆସିବ |
ଏହା ଅଟେ କାରଣ- ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କାରଣରୁ ଇରୋଟୋଫୋବିଆ ହୋଇଥାଇପାରେ | କିଛି ଲୋକଙ୍କ ମନରେ ନିଜର ଅତୀତର ଘଟଣା କାରଣରୁ ମନରେ ଭୟ ରହିଯାଇଥାଏ | ଯୌନ ଶୋଷଣ, ଖରାପ ଅନୁଭୂତି, କୌଣସି ଝଟକା କିମ୍ବା ମାନସିକ ଆଘାତ ପରି କାରଣରୁ ଇରୋଟୋଫୋବିଆ ହୋଇପାରେ | ଏହାଛଡା କିଛି ଲୋକଙ୍କ ଠାରେ ପରଫମନ୍ସ ଏନ୍ଜିଜାଇଟି ରହିଥାଏ, ଯେଉଁ କାରଣରୁ ମଧ୍ୟ ଲୋକଙ୍କ ମନରେ ସେକ୍ସକୁ ନେଇ ଭୟ ସୃଷ୍ଟି ହୋଇଯାଇଥାଏ |
କଣ ଅଟେ ଏହାର ଚିକିତ୍ସା- ଇରୋଟୋଫୋବିଆ ଏକ ଜଟିଳ ସମସ୍ୟା ଅଟେ ଏବଂ ସାଧାରଣତଃ ଏହାର ଚିକିତ୍ସା କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ଚିକିତ୍ସା ଦ୍ୱାରା ହୋଇପାରିଥାଏ | ସାର୍ଟିଫାଏଡ଼ ସେ-କ୍ସ ଥେରାପିସ୍ଟି ଏହି ପ୍ରକରର ଘଟଣାରେ ଚିକିତ୍ସା ପାଇଁ ଉତ୍ତମ ବୋଲି ଗ୍ରହଣ କରାଯାଇଥାନ୍ତି | ଅନେକଥର ମେଣ୍ଟାଲ ହେଲ୍ଥ ପ୍ରଫେସନାଲ ମଧ୍ୟ ଇରୋଟୋଫୋବିଆର ଚିକିତ୍ସା କରିବାରେ ସକ୍ଷମ ହୋଇଥାନ୍ତି |