ଉରୀ ଘଟଣା ପରେ ଭାରତ ପାକିସ୍ଥାନ ଉପରେ ୨୦୧୬ରେ ସର୍ଜିକଲ ଷ୍ଟ୍ରାଇକ କରିଥିଲା। ଏହି କାର୍ଯ୍ୟକ୍ରମକୁ ପାଖାପାଖି ଚାରିବର୍ଷ ହୋଇସାରିଲାଣ, କିନ୍ତୁ ପାକିସ୍ତାନର ଭୟ ଏବେବି ଶେଷ ହୋଇନାହିଁ। ପାକିସ୍ଥାନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ନିଜେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦାବି କରିଛନ୍ତି କି ଭାରତ ପୁଣି ସର୍ଜିକଲ ଷ୍ଟ୍ରାଇକ କରିପାରେ। କେବଳ ଏତିକି ନୁହେଁ ସେ ଆନ୍ତରାଷ୍ଟ୍ରିୟ ସମୁଦାୟ ସାମ୍ନାରେ ସାହାଯ୍ୟର ଗୁହାରି କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ୟୁଏଈରେ ଦାବି କରିଥିଲେ ଯେ ତାଙ୍କ ପାଖରେ ପ୍ରମାଣ ଅଛି କି ଭାରତ ସର୍ଜିକଲ ଷ୍ଟ୍ରାଇକର ଯୋଜନା କରୁଛି।
ଇମରାନ ଖାନ ରବିବାର ଦିନ ଯୁକ୍ତି କରିଥିଲେ, ମୁଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ସାମ୍ନାରେ ସ୍ପଷ୍ଟ କରି ଦେବାକୁ ଚାହୁଁଛି କି ଯଦି ଭାରତ ପାକିସ୍ଥାନ ବିରୋଧରେ ଫର୍ଜୀ ଫ୍ଳୈଗ ଅପରେଶନ ଛାଡ଼ିବ ତାହେଲେ ତାକୁ ପାକିସ୍ଥାନର ଇଚ୍ଛା ଶକ୍ତି ଅନୁସାରେ ମଜବୁତ ପ୍ରତିକ୍ରିୟା ମିଳିବ। ତାକୁ ପ୍ରତ୍ୟେକଟି ସ୍ତରରେ ଜବାବ ଦିଆଯିବ।
ଆନ୍ତରିକ ସଂଗଠନ ଠାରୁ ଧ୍ୟାନ ହଟାଇବାକୁ ଚାହୁଁଛି ଭାରତ
କେବଳ ଏତିକି ନୁହେଁ ଇମରାନ କହିଛନ୍ତି, ଭାରତରେ ଆନ୍ତରିକ ସମସ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଆର୍ଥିକ ଅବସ୍ଥା,କୃଷି କ୍ଷେତ୍ରରେ ବିରୋଧ ପ୍ରଦର୍ଶନ,କୋରୋନା ଦ୍ଵାରା ଭୁଲ ସମୟରେ ଫସିବା। ଏହା ମଧ୍ୟରେ ପୁଣିଥରେ ମୁଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟକୁ ଚେତାବନୀ ଦେଉଛି କି ମୋଦି ଆନ୍ତରିକ ସଂଗଠନ ପକ୍ଷରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ବିରୁଦ୍ଧରେ ଫର୍ଜୀ ଅଭିଯାନ ଚଲାଉଛନ୍ତି।
ଭାରତ ୩୦୦୦ଥର କରିଛି ସୀଜଫାୟର ଉଲଂଘନ
Already, in 2020 alone, there have been 3000 Indian ceasefire violations along the LoC & Working Boundary, by unprovoked firing deliberately targeting civilians – resulting in 276 casualties, of which 92 were women & 68 children.
— Imran Khan (@ImranKhanPTI) December 20, 2020
ଇମରାନ ଖାନ ମିଥ୍ୟା ଦାବି କରିବାରୁ ବି ପଛକୁ ହଟି ନାହାନ୍ତି।ଇମରାନ ଖାନ ଆରୋପ ଲଗାଇଛନ୍ତି କି ଭାରତ ଏହି ବର୍ଷ ୩୦୦୦ଥର ସୀଜଫାୟର ଉଲଂଘନ କରିସାରିଛି। ଏଥିରେ ନାଗରିକ ମାନଙ୍କୁ ଲକ୍ଷ ସାଧନ ପାଇଁ ବ୍ୟବହାର କରାଯାଇଛି। ଭାରତର ଗୁଳି ଚାଳନାରେ ୨୭୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ୯୨ଜଣ ମହିଳା ଏବଂ ୬୮ଜଣ ଛୁଆ ସାମିଲ ଅଛନ୍ତି।
କୁରୈଶୀ ବି କରିଥିଲେ ଦାବି
ଏହା ପୂର୍ବରୁ ପାକ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ୟୁଏଈରେ କହିଥିଲେ, ପାକିସ୍ଥାନ ପାଖରେ ଏହାର ପ୍ରମାଣ ଅଛି କି ଭାରତ ଆଗକୁ ଆସୁଥିବା ସମୟରେ ସର୍ଜିକଲ ଷ୍ଟ୍ରାଇକ କରିପାରେ। ଶାହ ମହମୁଦ କୁରୈଶୀ କହିଛନ୍ତି,ଖୁପିୟା ସୂତ୍ରରୁ ଜଣାପଡିଛି କି ଭାରତ ପାକିସ୍ତାନ ଉପରେ ସର୍ଜିକଲ ଷ୍ଟ୍ରାଇକର ଯୋଜନା କରୁଅଛି। ଏହା ବହୁତ ଗମ୍ଭୀର କଥା ଅଟେ।