ବାହାଘର ପାଇଁ ନିଜ ପ୍ରେମିକାକୁ ମନେଇବା ପ୍ରତ୍ୟେକ ପ୍ରେମୀକ ମାନଙ୍କ ପାଇଁ ବହୁତ ଖାସ ହୋଇଥାଏ।ଡବ୍ଳିନର ଜଣେ ବ୍ୟକ୍ତି ନିଜ ଲୋକୋ ପାୟଲଟ (ଟ୍ରେନ ଡ୍ରାଇଭର) ପ୍ରେମିକାଙ୍କୁ ସେହି ଟ୍ରେନର ସାମ୍ନାରେ ସର୍ବସାଧାରଣ ରାସ୍ତା ଉପରେ ବିବାହ ପାଇଁ ପ୍ରପୋଜ କରିବା ସମୟରେ ମହିଳା ଜଣଙ୍କ ଚାଲି ଯାଉଥିଲେ। ଏବେ ଶୋଶିଆଲ ମିଡ଼ିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେବାକୁ ଲାଗିଛି।
ଡବ୍ଳିନର ପିୟର୍ସ ରେଲୱେ ଷ୍ଟେସନର ଶେଷ ସୀମା ଉପରେ ଯେତେବେଳେ ଟ୍ରେନ ଆସି ଅଟକିଛି ଏବଂ ସେଥିରୁ ଆୟରିଶ ରେଳ ଚାଳକ ପ୍ରେମୀକା ବାହାରିଛନ୍ତି ତ ଷ୍ଟେସନ ଠାରେ ପ୍ରେମୀ ଜଣକ ଆଣ୍ଠୁ ଉପର ବସି ପ୍ରେମୀକାଙ୍କୁ ବିବାହ ପାଇଁ ପ୍ରପୋଜ କରିଛନ୍ତି। ଏହି ସମୟରେ ପ୍ରେମୀ ଜଣକ ମହିଳାଙ୍କୁ ଫୁଲତୋଡ଼ା ବି ଦେଇଛନ୍ତି।
ଏହା ପୂର୍ବରୁ କୋଣରେ ‘ସୁଲ୍ଲୀବନ ନାମକ ବ୍ୟକ୍ତି ଫୁଲତୋଡ଼ା ଧରି ଏବଂ “କ୍ୟା ତୁମ ମୁଝସେ ଶାଦୀ କରୋଗୀ”ର ଏକ ବୋର୍ଡ ସହିତ ରେଲୱେ ଷ୍ଟେସନ ଠାରେ ଛିଡ଼ା ହୋଇ ନିଜ ପ୍ରେମୀକାକୁ ଅପେକ୍ଷା କରିଥିବାର ନଜର ଆସିଥିଲେ।
ଭିଡିଓଟିର ଶେଷ ମହିଳା ପାଉଲା କାର୍ବୋ ଜିୟାଙ୍କ “ହଁ” କହିବା ସହିତ ହୋଇଥିଲା। ମହିଳା ଜଣଙ୍କ ଆୟରିଶ ଟାଇମ୍ସରେ ଜଣାଇଛନ୍ତି “ମୁଁ କ୍ରିସମାସ ପାଇଁ ବୋଧହୁଏ ଏମିତି କିଛି ହେବାର ଆଶା କରିଥିଲି, କିନ୍ତୁ ରେଲୱେ ଷ୍ଟେସନ ଠାରେ ଏମିତି ହେବ ଏହା ମୁଁ କେବେବି ଭାବି ନଥିଲି।
ଭାଇରାଲ ଭିଡିଓକୁ ଶେୟାର କରିବା ସମୟରେ ୟୁଜର @Clodagh 1990 ଲେଖିଛନ୍ତି, “ମୋତେ ଲାଗୁନାହିଁ କି ବ୍ୟସ୍ତତାର ସହ ୧୩ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପରେ କିଛି ଏମିତି ବି ହୋଇପାରେ। ଅନଲାଇନରେ ଶେୟାର କରାଯିବା ପରେ, ଭିଡିଓ ଟିକୁ ୩ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି, ଯେଉଁଥିରେ ଅନେକ ଲୋକ ଏହି ପ୍ରକାର ପ୍ରସ୍ତାବରେ ବହୁତ ପ୍ରଭାବିତ ହୋଇଥିବାର ନଜର ଆସିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।