ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରୀ ଦୁଷ୍କର୍ମ ମାମଲାର ବର୍ଣ୍ଣନା କଲେ ଅରୁଣ ବ୍ରୋଥା

ନୟାଗଡ଼ର ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟିର ମୁଖ୍ୟ ଅରୁଣ ବ୍ରୋଥା କୋର୍ଟରେ ହାଜର କରାଇବା ପରେ ଆଜି ପ୍ରେସମିଟ କରାଯାଇଛି | ତେବେ ଅଭିଯୁକ୍ତ ଜଣକ ଯଦୁପୁର ଗାଁର ଅଟନ୍ତି | ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୩୬୪, ୩୦୨, ୨୦୧, ୩୬୭-ଓ ଏବଂ ୩୭୬-ଏବି ଧାରା ଅଧୀନରେ ମାମଲା ରୁଜ୍ଜୁ କରାଯାଇଛି |

ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧିଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅରୁଣ ବ୍ରୋଥା କହିଛନ୍ତି ଯେ, ସେହି ଗାଁରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି | ଅଧିକ ପ୍ରମାଣ ପାଇଁ ଆମେ ଯଦୁପୁର ଗାଁର ପୋଖରୀ ଶୁଖାଉଛୁ | ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ଏହି ଅପରାଧର ମୁଖ୍ୟ କାରଣ ଯୌନ ନିର୍ଯାତନା | ମାତ୍ର ଏପର୍ଯ୍ୟନ୍ତ ଏହି ଘଟଣାର କୌଣସି ପ୍ରତାକ୍ଷଦର୍ଶୀ ସାକ୍ଷୀ ମିଳି ନାହାନ୍ତି | ଯେଉଁ କରଣରୁ ବୈଜ୍ଞାନିକ ପ୍ରମାଣ ଗୁଡିକ ଏକଜୁଟ କରାଯାଉଛି |

ପ୍ରେସମିଟ ସମୟରେ ବ୍ରୋଥା କହିଛନ୍ତି ଯେ, “ଏହା ମୋ ଚାକିରୀ କାଳ ମଧ୍ୟରେ ଏକ ବିଭତ୍ସ ଘଟଣା |” ତେବେ ପରୀର ଘର ଠାରୁ ସରୋଜଙ୍କ ଘର ପ୍ରାୟ ୨୦୦ ମିଟର ଦୂରତାରେ ଅବସ୍ଥିତ ରହିଛି | ସରୋଜଙ୍କର ବାପା ନାହାନ୍ତି, ବଡ ଭଉଣୀ ବିବାହିତା, ମା ଏବଂ ସାନ ଭଉଣୀ ଚାକିରୀ କରନ୍ତି | ପରି ଏବଂ ସରୋଜଙ୍କ ସାନ ଭଉଣୀଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଥିଲା | ଯେଉଁ କାରଣରୁ ପରି ଜାମୁ କୋଳି ଖାଇବା ପାଇଁ ପିଲା ମାନଙ୍କ ସହିତ ସରୋଜଙ୍କ ଘରକୁ ଆସିଥାନ୍ତି ମାତ୍ର ୧୪ ତାରିଖ ଦିନ ପରୀ ଏକୁଟିଆ ଜାମୁକୋଳି ଖାଇବାକୁ ଆସିଥିଲେ |

ଏହି ସମୟରେ ସରୋଜଙ୍କ ଘରେ ତାଙ୍କ ସାନ ଭଉଣୀ ଏବଂ ମାଆ ଉପସ୍ଥିତ ନଥିଲେ | ଏହି ଅବସରର ଲାଭ ଉଠାଇ ପରୀଙ୍କୁ ଘର ଭିତରକୁ ନେଇ ସରୋଜ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ | ପରୀ ଏଥିରେ ବାଧା ଦେବାରୁ ସେ ତାଙ୍କ ତଣ୍ଟି ଚିପି ହତ୍ୟା କରିଦେଇଥିଲେ | ପରେ ଅତ୍ୟନ୍ତ ନିର୍ମମତାର ସହିତ ନାବାଳିକାଙ୍କର ମୃତଦେହ ସହିତ ଦୁଷ୍କର୍ମ କରିଥିଲେ |

ପଚରାଉଚରା ସମୟରେ ସରୋଜ କହିଛନ୍ତି ଯେ ସେ ପରୀଙ୍କ ସହିତ ଏସବୁ ଅଶ୍ଳୀଳ ଫିଲ୍ମରେ ଦେଖି କରିଛନ୍ତି | ପୂର୍ବରୁ ଦୁଷ୍କର୍ମର କୌଣସି ଯୋଜନା ନଥିଲା | ଘଟଣାର ପୂର୍ବଦିନ ୧୩ ତାରିଖ ରାତି ସାରା ପୋର୍ଣ୍ଣ ଫିଲ୍ମ ଦେଖିଥିଲେ ଏବଂ ସକାଳୁ ଝିଅଟିକୁ ଦେଖି ଏପରି ବିଭତ୍ସ କାଣ୍ଡ ଘଟାଇଥିବାର ସରୋଜ ସ୍ୱୀକାର କରିଛନ୍ତି | ପରୀର ମୃତଦେହ ଏବଂ ଫ୍ରକ ଏକ ବସ୍ତାରେ ଭର୍ତ୍ତି କରି ପୋଖରୀରେ ଫୋପାଡ଼ି ଦେଇଥିବା ବେଳେ ପିନ୍ଧିଥିବା ଲେଗିଙ୍ଗସକୁ ଫୋପାଡିବାକୁ ଭୁଲିଯାଇଥିଲେ, ଯାହାକୁ ସେ ପରେ ନେଇ ଫୋପାଡ଼ିଥିଲେ | ବର୍ତ୍ତମାନ ସେହି ପୋଖରୀକୁ ଶୁଖା ଯାଉଛି |

ଏହି ଘଟଣା ବିଷୟରେ ସରୋଜ ଦୁଇଜଣଙ୍କୁ ଜାଣିଥିଲେ | ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ କଥା କହୁଥିବା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଖୋଲା ରହିଥିଲା | ଯାହା ବର୍ତ୍ତମାନ ବହୁକ ବଡ ପ୍ରମାଣ ଭାବରେ ଏହି କେସରେ ସାହାଯ୍ୟ କରିବ | ଏହାଛଡା ମୃତଦେହକୁ ନଷ୍ଟ କରିବା ପାଇଁ କୌଣସି ପ୍ରକାରର କେମିକାଲ ବ୍ୟବହାର କରାଯାଇ ନଥିବାର ସ୍ପଷ୍ଟ ହୋଇଯାଇଛି |

କଣ ପରୀକୁ ସଠିକ ନ୍ୟାୟ ମିଳି ପାରିଛି ? ଆପଣଙ୍କ ବହୁମୂଲ୍ୟ ମତାମତ ଆମକୁ ନିଶ୍ଚିନ୍ତ ଦିଅନ୍ତୁ |

Leave a Reply

Your email address will not be published. Required fields are marked *