ଜଣେ ଯୁବକଙ୍କ ବେକରେ ପ୍ରଥମେ ଜଣେ ବ୍ୟକ୍ତି ବ୍ଲେଡରେ ଆଘାତ ଦେଇଥିଲେ, ଯେଉଁଥିପାଇଁ ସେ ତଳେ ପଡ଼ିଯାଇଥିଲେ। ତା’ପରେ ଅନ୍ୟ ଜଣକ ତାଙ୍କ ବେକରେ ୯ଥର ବ୍ଲେଡରେ ଆଘାତ ଦେଇଥିଲେ ଓ ସେ ସ୍ଥାନ ଛାଡି ପଳାଇଥିଲେ। ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟରେ।
ତାମିଲନାଡୁର ଏକ ସିସିଟିଭି ଫୁଟେଜ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଉପରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ବ୍ଲେଡ ସାହାଯ୍ୟରେ ଗଳା କାଟୁଛନ୍ତି। ଏହି ନିର୍ମମ ହତ୍ୟା ଚେନ୍ନାଇର ପୁଡୁପେଟ୍ ନିକଟରେ ଘଟିଛି। ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି, ଯାହାର ସିସିଟିଭି ଏବେ ଭାଇରାଲ ହେଉଛି।
ମୃତକଙ୍କ ନାମ କନ୍ନଗୀ ନାଗରରେ ରହୁଥିବା ସନ୍ତୋଷ ବୋଲି ଜଣାପଡିଛି। ସନ୍ତୋଷ ଜଣେ ଦୈନିକ ମଜୁରିଆ ଯିଏକି ବୁଧବାର ରାତିରେ ୩ ଜଣ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ।
ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ସନ୍ତୋଷ ବିରୋଧ କରିବା ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ତାଙ୍କ ବେକକୁ ବ୍ଲେଡରେ ଆଘାତ କରିଥିଲେ। ସେ ତଳେ ପଡ଼ିଯିବା ମାତ୍ରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରେ ବସି ବେକରେ ୯ଟି ଆଘାତ କରିଥିଲେ, ଯାହାଫଳରେ ରକ୍ତସ୍ରାବ ଆରମ୍ଭ କରିଥିଲା।
ଏହା ପରେ ତିନିଜଣ ସନ୍ତୋଷଙ୍କୁ ଛାଡି ପଳାଇ ଯାଇଥିଲେ। ବେକରୁ ଅତ୍ୟଧିକ ରକ୍ତସ୍ରାବ ହେତୁ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ଦୁଇ ଜଣଙ୍କୁ ଗ୍ରେଟର ଚେନ୍ନାଇ ପୋଲିସ ଗିରଫ କରିଛି ଏବଂ ତୃତୀୟ ଜଣଙ୍କର ଖୋଜା ଚାଲିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।