ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଖୁଲାସା କରିଛନ୍ତି ଯେ କରୋନା ମହାମାରୀରେ କ୍ଵାରିଣ୍ଟିନ ଅବସରରେ ତାଙ୍କ ଝିଅର ବୟଫ୍ରେଣ୍ଡ ତାଙ୍କ ଘରେ ହିଁ ରହୁଥିଲେ | ଓବାମା ଏହା ମଧ୍ୟ କହିଥିଲେ ଯେ ଜଣେ ଯୁବକ ଅଧିକ ଖାଇବା କାରଣରୁ ତାଙ୍କର ଗ୍ରୋସରୀ ବିଲ ୩୦ ପ୍ରତିଶତ ବଢିଯାଇଥିଲା |
The Bill Simmons Podcast ଶୋ’ରେ ଓବାମା କହିଥିଲେ ଯେ କରୋନା ମହାମାରୀର ପ୍ରାରମ୍ଭିକ ଦିନ ଗୁଡିକରେ ଝିଅ ମଲିୟାର ବୟଫ୍ରେଣ୍ଡ ଆମ ପରିବାର ସହିତ ହିଁ କ୍ଵାରିଣ୍ଟିନ ହୋଇଥିଲେ | ସୂଚନାଯୋଗ୍ୟ ଯେ ମଲିୟା ଓବାମାଙ୍କ ବଡ ଝିଅ ଅଟନ୍ତି ଏବଂ ତାଙ୍କ ବୟସ ୨୨ ବର୍ଷ ଅଟେ | ତାଙ୍କ ବୟଫ୍ରେଣ୍ଡଙ୍କର ନାମ ରୋରୀ ଫର୍କୁହର୍ସନ ଅଟେ |
ଓବାମା, ମଲିୟାଙ୍କ ବୟଫ୍ରେଣ୍ଡ ରୋରୀଙ୍କ ବିଷୟରେ କହିଥିଲେ ଯେ, “ଭିସା ଠାରୁ ଆରମ୍ଭ କରି ଅନେକ ଜିନିଷ ରହିଥିଲା | ତାଙ୍କ ପାଖରେ ଚାକିରୀ ଥିଲା | ଏଥିପାଇଁ ଆମେ ତାଙ୍କୁ ଆମ ସହ ରହିବା ପାଇଁ ଅନୁମତି ଦେଇଥିଲୁ | ମୁଁ ତାଙ୍କୁ ପସନ୍ଦ କରିବାକୁ ଚାହୁଁ ନଥିଲି | କିନ୍ତୁ ସେ ଜଣେ ଭଲ ପିଲା ଅଟନ୍ତି |”
ଓବାମା ଏହା ମଧ୍ୟ କହିଥିଲେ ଯେ କ୍ଵାରିଣ୍ଟିନ ସମୟରେ ଝିଅ ମଲିୟା, ସାଶା ଏବଂ ରୋରୀଙ୍କ ସହ ସେ ବହୁତ ସୁନ୍ଦର ମୁହୂର୍ତ୍ତ ବିତାଇଛନ୍ତି | ଓବାମା ଏହି ଲୋକମାନଙ୍କୁ କାର୍ଡ ଗେମ ଖେଳିବା ମଧ୍ୟ ଶିଖାଇଛନ୍ତି |
ଓବାମା କହିଥିଲେ ଯେ ରୋରୀଙ୍କ ଖାଇବା ପିଇବା ତାଙ୍କ ଝିଅମାନଙ୍କ ଠାରୁ ବହୁତ ଭିନ୍ନ ରହିଥିଲା | ତାଙ୍କୁ ଖାଉଥିବା ସମୟରେ ଦେଖିବା ବହୁତ ଅଜବ ଲାଗୁଥିଲା | ତାଙ୍କ ପାଇଁ ଗ୍ରୋସରୀ ବିଲ ୩୦ ପ୍ରତିଶତ ବଢିଯାଇଥିଲା | ନ୍ୟୁୟର୍କ ପୋଷ୍ଟ ମୁତାବକ ମଲିୟା ଓବାମା ଏବଂ ରୋରୀ ଫର୍କୁହର୍ସନ ୨୦୧୭ ମସିହାରେ ହାର୍ବର୍ଡରେ ପଢ଼ୁଥିବା ସମୟରେ ଭେଟିଥିଲେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।