ଘରକୁ ଆସିଥିବା ସାଙ୍ଗ କଲେ କ୍ୟାରେକଟର ଉପରେ କମେଣ୍ଟ, ସ୍ୱାମୀ ରାଗିକି ୧୨ ଖଣ୍ଡରେ କାଟିଦେଲେ

ଏକ ୩୧ ବର୍ଷିୟ ବ୍ୟାଙ୍କ କର୍ମଚାରୀ ନିଜ ମହିଳା ସାଙ୍ଗ ଘରେ ଯାଇ ପହଁଚିଲା , ସେଠି ସେ ତା ସ୍ବାମୀ ସାମ୍ମନାରେ ବିବାହ ପୂର୍ବରୁ ଦୁଇ ଜଣଙ୍କ ବନ୍ଧୁତ୍ବକୁ ନେଇ କମେଣ୍ଟ କରିଥିଲେ। ସ୍ବାମୀ ଜଣକ ରାଗରେ ଚାକୁରେ ବ୍ୟାଙ୍କରର ବେକ କାଟି ୧୨ ଖଣ୍ଡ କରି ସୁଟକେଶରେ ଭର୍ତୀ କରି ନାଳରେ ଫୋପାଡି ଦେଲା। ଏହି ଘଟଣା ମହାରାଷ୍ଟ୍ର ମୁମ୍ବାଇର ଅଟେ।

ମୁମ୍ବାଇର ବରଲୀ ପୋଲିସ ସ୍ଟେସନ ସୁତ୍ର ଅନୁସାରେ , ଏହି ଥାନାରେ ବ୍ୟାଙ୍କ କର୍ମବୀରଙ୍କ ଶୁଶୀଲ କୁମାର ସାରଣୀକର ଗାୟେବ ହେବାର ଅଭିଯୋଗ ଦର୍ଜ ହୋଇଥିଲା। ଶୁଶୀଲ କୁମାର ଡିସେମ୍ବର ୧୨ରୁ ନିଖୋଜ ଥିଲେ ଏବଂ ଡିସେମ୍ବର ୧୪ ରେ ଥାନାରେ ଅଭିଯୋଗ ଦର୍ଜ କରାଯାଇଥିଲା।

ଶୁଶୀଲ,ଗ୍ରାଣ୍ଟ ରୋଡର ଏକ ଲିଡିଙ୍ଗ ବ୍ୟାଙ୍କର ବ୍ରାଞ୍ଚରେ କାମ କରୁଥିଲେ। ତାଙ୍କ ମା ପୋଲିସଙ୍କୁ ପୁଅ କହି ଯାଇଥିଲା ଯେ ମୁଁ ଡିସେମ୍ବର ୧୨ରେ ଜଣେ ସାଙ୍ଗ ଘରକୁ ଯାଇ ୧୩ ଡିସେମ୍ବରକୁ ଘରକୁ ଫେରିବ ବୋଲି କିନ୍ତୁ ସେ ଫେରି ନାହିଁ।।

ଯେତେବେଳେ ସେ ଡିସେମ୍ବର ୧୪ ଯାଏ ମଧ୍ୟ ଘରକୁ ଫେରି ନଥିଲା , ସେତେବେଳେ ତାର ସାଙ୍ଗ ମାନଙ୍କୁ ପଚରା ଉଚରା କରିଥିଲେ କିଛି ଖବର ନ ମିଳିବାରୁ ଡିସେମ୍ବର ୧୪ରେ ବରଲୀ ପୋଲିସରେ ନିଖୋଜ ହେବାର ଅଭିଯୋଗ କରାଯାଇଥିଲା।

ଗୁରୁବାରକୁ ବରଲୀ ପୋଲିସ ସ୍ଟେଶନକୁ ନେରଲ ପୋଲିସ ସ୍ଟେଶନରୁ ଫୋନ ଆସିଲା କି ଶୁଶୀଲକୁ ହତ୍ୟା କରାଯାଇଛି ଏବଂ ତାକୁ ଦୁଇ ସୁଟକେସରେ ଖଣ୍ଡ ଖଣ୍ଡ କରି କାଟି ଫୋପାଡି ଦିଆ ଯାଇଥିଲା ଏବଂ ଏହି ସୁଟକେସ ସ୍ଟେଶନ ପାଖ ନାଳରେ ଭାସୁୁଥିବାର ମିଳିଥିଲା। ଯେତେବେଳେ ସୁଟକେସ ଖୋଲା ଗଲା୍ ସେତେବେଳେ ତା ଭିତରେ ଶରୀରକୁ ୧୨ ଖଣ୍ଡ କରି ଦିଆଯାଇ ତା ଭିତରେ ଭର୍ତି କରାଯାଇଥିଲା ଏବଂ ସେଥିରୁ ଡାହଣ ହାତ ଗାୟେବ ଥିଲା।

ପୋଲିସ ସୁଟକେସର ସ୍ଟିକରକୁ ଜାଞ୍ଚ କଲା ଯେଉଁ ଦୋକାନରୁ ଏହି ସୁଟକେସ କିଣା ଯାଇଥିଲା। ଦୋକାନୀ ସୁଟକେସର ମାଲିକ ବିଷୟରେ ଜଣାଇ ଦେଇଥିଲା ଯାହାର ମାଲିକ ନାମ ଚାର୍ଲ୍ସ ନାଡର ଥିଲା। ଚାର୍ଲ୍ସ ଏବଂ ତାଙ୍କ ସ୍ତ୍ରୀ ସଲୋମୀଙ୍କୁ ପଚରା ଉଚରା ହେବାରୁ ସେମାନେ ସତ କହିଥିଲେ କି ପ୍ରତିଶୋଧ ନେବା ପାଇଁ ଏହି ହତ୍ୟା କରାଯାଇଛି।

ଚାର୍ଲ୍ସ ମନିଲେ କି ସଲୋମୀ ଏବଂ ଶୁଶୀଲଙ୍କର ବନ୍ଧୁତ୍ବ ଥିଲା ଏବଂ ସେହି ଦୁଇ ଜଣ ଏକ ବିପିଓରେ କାମ କରୁଥିଲେ। ଯେତେବେଳେ ତିନି ଜଣ ଘରେ ପାର୍ଟି କରୁଥିଲେ ସେହି ସମୟରେ ଶୁଶିଲୀ ସଲୋମୀଙ୍କ କ୍ୟାରେକ୍ଟର ବିଷୟ କ’ଣ କମେଣ୍ଟ କରିଥିଲେ। ଏଥିରେ ରାଗି ଯାଇ ଚର୍ଲ୍ସ ଶୁଶୀଲର ବେକ କାଟି ଦେଇଥିଲେ ଏବଂ ଏଥିରେ ସଲୋମୀ ମଧ୍ୟ ସାହାର୍ଯ୍ୟ କରିଥିଲେ।

ଏହାପରେ ସେହି ଦୁଇ ଜଣ ମୃତ ଶରୀରକୁ ଗାୟେବ କରିବେ ବୋଲି ଦୁଇଟି ସୁଟକେସ କିଣିଲେ ଏବଂ ଶରୀରକୁ କାଟି ସେହି ସୁଟକେସରେ ଭର୍ତୀ କଲେ। ପୁଣି ସେହି ସୁଟକେସକୁ ନାଳରେ ଫୋପାଡି ଦେଇଥିଲେ। ଏହି ନାଳ ଯାଇ ନଦୀରେ ମିଶି ଥିଲା ଏବଂ ନଦୀଟି ସମୁଦ୍ରରେ । ସମୁଦ୍ରରେ ସୁଟକେସ ଯାଇ ପହଁଚି ଥିଲେ କାହାକୁ କିଛି ଜଣା ପଡି ନଥାନ୍ତା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *