ହଠାତ ବିଗିଡ଼ିଗଲା ହାର୍ଟ ସମସ୍ୟା ସହ ଲଢ଼ୁଥିବା ସୁଶାନ୍ତଙ୍କ ପିତାଙ୍କର ସ୍ୱାସ୍ଥ୍ୟ, ବର୍ତ୍ତମାନ ହସ୍ପିଟାଲରେ..

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ତ୍ତମାନ ୬ ମାସରୁ ମଧ୍ୟ ଅଧିକ ସମୟ ଗଡିଯାଇଛି, କିନ୍ତୁ ପିତା ପୁଅର ସ୍ମୃତିକୁ ସ୍ମରଣ କରି ବର୍ତ୍ତମାନ ମଧ୍ୟ ଝୁରୁଛନ୍ତି | ପୁଅକୁ ମନେପକାଇ ସୁଶାନ୍ତଙ୍କ ପିତା କେ କେ ସିଂହ ଅନେକଥର ଭାବପ୍ରବଣ ହୋଇଯାନ୍ତି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥାଏ | ନିକଟରେ ହୃଦୟ ଜନିତ ସମସ୍ୟା କାରଣରୁ ହଠାତ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ସୁଶାନ୍ତଙ୍କ ପିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ତାଙ୍କ ସହିତ ତାଙ୍କ ଝିଅ ପ୍ରିୟଙ୍କା ଏବଂ ମୀତୁ ମଧ୍ୟ ନଜର ଆସୁଛନ୍ତି | ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କର ପିତାଙ୍କୁ ଫରିଦାବାଦର ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ଏହି ଫୋଟୋ ସୌମ୍ୟ ଦୀପ୍ତ ନାମକ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସେୟାର କରାଯାଇଛି | ଫୋଟୋ ସହିତ କ୍ୟାପ୍ସନରେ ଲେଖା ଯାଇଥିଲା ଯେ, ସୁଶାନ୍ତଙ୍କର ପିତା ପାଟଣାରେ ଫାଇଲ କରାଯାଇଥିବା ଏଫଆଇଆରର ମୁଖ୍ୟ ଅଭିଯୋଗକର୍ତ୍ତା ଅଟନ୍ତି, ଯେଉଁ ଦସ୍ତାବିଜ ଗୁଡିକର ଆଧାରରେ ସିବିଆଇ ଯାଞ୍ଚ କରୁଛି | ବର୍ତ୍ତମାନ ସେ ହୃଦୟ ଜନିତ ସମସ୍ୟାରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଚାପି ବଢୁଛି | ସିବିଆଇକୁ ବର୍ତ୍ତମାନ ଘଟଣାରେ ଖୁବଶୀଘ୍ର ନିଷ୍କର୍ଷ ବାହାରିବା ଆବଶ୍ୟକ ଅଟେ |

ସୁଶାନ୍ତ ସିଂହ ରାଜପୁତଙ୍କର ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ମାତ୍ରେ ପ୍ରଶଂସକମାନେ ଭୟଭୀତ ହୋଇଯାଇଛନ୍ତି | ଅନେକ ପ୍ରଶଂସକ ସୋସିଆଲ ମିଡ଼ିଆ ଜରିଆରେ କେକେ ସିଂହଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରୁଛନ୍ତି | ସେହିପରି କିଛି ଲୋକ ତାଙ୍କ ପିତାଙ୍କର ସୁସ୍ଥ ହୋଇଯିବା ପାଇଁ ପାର୍ଥନା କରୁଛନ୍ତି | ସୂଚନାଯୋଗ୍ୟ ଯେ ୧୪ ଡିସେମ୍ବର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୬ ମାସ ହୋଇଯାଇଛି | ତାଙ୍କ ମୃତଦେହ ବାନ୍ଦ୍ରା (ମୁମ୍ବାଇ) ସ୍ଥିତ ଫ୍ଲାଟରେ ମିଳିଥିଲା | ଏହି ଘଟଣାରେ କେନ୍ଦ୍ରର ଦୁଇଟି ଅନ୍ୟ ଏଜେନ୍ସି ଗୁଡିକ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଭିନ୍ନ ଭିନ୍ନ ଦିଗରୁ ତଦନ୍ତ କରୁଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *