ପୁଣିଥରେ ବାହୁନି ବାହୁନି କାନ୍ଦିଲେ “ବାବାଙ୍କ ଢ଼ାବା”ର ବାବା, କହିଲେ ଜୀବନରୁ ମାରିଦେବାକୁ ମିଳୁଛି ଧମକ

ଲଗାତାର ଧମକ ମିଳବା କାରଣରୁ ବାବା ଏହାର ଅଭିଯୋଗ ସ୍ଥାନୀୟ ଥାନାରେ କରିଛନ୍ତି ଯାହା ଉପରେ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ଫାଇଲ କରି ନାହାନ୍ତି କିନ୍ତୁ ଅଭିଯୋଗର ଆଧାରରେ ନିଜର ତଦନ୍ତ ଆରମ୍ଭ କରି ଦେଇଛନ୍ତି |

ଗତ ଦିନରେ ସୋସିଆଲ ମିଡିଆରେ ଛାଇ ରହିଥିବା ଦିଲ୍ଲୀରେ “ବାବା ଙ୍କ ଢ଼ାବା” ନାମରେ ଚର୍ଚ୍ଚିତ ବାବା କାନ୍ତା ପ୍ରସାଦ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଏଥର ବାବା ନିଜର ଜୀବନ ରକ୍ଷା ପାଇଁ କାନ୍ଦୁଛନ୍ତି | ସେ ଆଜି ଏତେ ଭୟରେ ଅଛନ୍ତି ଯେ ତାଙ୍କୁ ଘରୁ ବାହାରିବା ପାଇଁ ମଧ୍ୟ ଭୟଭୀତ ଲାଗୁଛି | ବାବାଙ୍କର ଅଭିଯୋଗ ରହିଛି ଯେ ତାଙ୍କୁ ଲଗାତାର ଜୀବନରୁ ମାରିଦେବା ପାଇଁ ଧମକ ମିଳୁଛି, ତାଙ୍କ ଢାବାକୁ ଜଳାଇଦେବା ପାଇଁ ମଧ୍ୟ ଧମକ ଦିଆଯାଉଛି |

ବାବାଙ୍କ ଢ଼ାବା ଚଳାଉଥିବା କାନ୍ତା ପ୍ରସାଦ, ଐଶ୍ୱର୍ଯ୍ୟ ଏବଂ ସଫଳତା ରାତାରାତି କିପରି ଭାଗ୍ୟ ବଦଳିଯାଏ ଏହାର ଜୀବନ୍ତ ପ୍ରମାଣ ଅଟନ୍ତି | ବାବାଙ୍କର ଆରୋପ ରହିଛି ଯେ ଅଚାନକ ମିଳିଥିବା ଏହି ସମୃଦ୍ଧି କାରଣରୁ ଅନେକ ଲୋକ ତାଙ୍କ ଉପରେ ଇର୍ଷା କରୁଛନ୍ତି | ତେବେ ବାବାଙ୍କର ଆଗରୁ କୌଣସି ଲୋକ ସହ କୌଣସି ମଧ୍ୟ ବାଦବିବାଦ ନଥିଲା, କିନ୍ତୁ ଗତ କିଛିଦିନ ମଧ୍ୟରେ ଲଗାତାର ବାବାଙ୍କ ପାଖକୁ ଫୋନରେ କିମ୍ବା ଢ଼ାବା ପାଖକୁ ଆସି ଧମକ ଦେବା ଆରମ୍ଭ ହୋଇ ଯାଇଛି |

ବାବାଙ୍କର ଏହି ଢ଼ାବାକୁ ମଧ୍ୟ ଜଳାଇ ଦେବାର ଧମକ ଦିଆଯାଇଛି | ଲଗାତାର ଧମକ ମିଳବା କାରଣରୁ ବାବା ଏହାର ଅଭିଯୋଗ ସ୍ଥାନୀୟ ଥାନାରେ କରିଛନ୍ତି ଯାହା ଉପରେ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ଫାଇଲ କରି ନାହାନ୍ତି କିନ୍ତୁ ଅଭିଯୋଗର ଆଧାରରେ ନିଜର ତଦନ୍ତ ଆରମ୍ଭ କରି ଦେଇଛନ୍ତି |

ଥାନାରେ ଅଭିଯୋଗ କଲେ ଓକିଲ ପ୍ରେମ ଜୋଶୀ:

ଲଗାତାର ଧମକ ମିଳୁଥିବା କାରଣରୁ ବାବାଙ୍କର ଓକିଲ ପ୍ରେମ ଜୋଶୀ ପୁଣିଥରେ ତାଙ୍କ ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି | ଓକିଲ ପ୍ରେମ ଜୋଶୀ ଏହି ଅଭିଯୋଗ ମାଲବୀୟ ନଗର ଥାନାରେ ଦେଇଛନ୍ତି | ବାବାଙ୍କର ଓକିଲଙ୍କ କହିବା କଥା ଯେ ତାଙ୍କୁ ସନ୍ଦେହ ହେଉଛି ଯେ ଏହାପଛରେ ମଧ୍ୟ ୟୁଟ୍ୟୁବର ଗୌରବ ବାସନଙ୍କର ହିଁ ହାତ ରହିଛି | ତେବେ ଏକାଥର କୌଣସି ପ୍ରମାଣ ବାବାଙ୍କ ପାଖରେ ନାହିଁ | ଜୀବନରୁ ମାରିଦେବାକୁ ଧମକକୁ ନେଇ ବାବା ପୋଲିସରେ ୧୧ ଡିସେମ୍ବର ଦିନ ଅଭିଯୋଗ ଦେଇଥିଲେ, ଯାହା ଉପରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ଫାଇଲ କରି ନାହିଁ | ତେବେ ଅଭିଯୋଗର ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି |

ମୋ ଉପରେ ଲଗାଯାଇଥିବା ସମସ୍ତ ଆରୋପ ମିଥ୍ୟା ଅଟେ- ଗୌରବ ବାସନ:

ବାବାଙ୍କୁ ଗରମ କରାଉଥିବା ୟୁଟ୍ୟୁବର ଗୌରବ ବାସନ କୁହନ୍ତି ଯେ ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟାରେ ଅଟେ | ବାବାଙ୍କୁ କେହି ଜଣେ ଭ୍ରମିତ କରୁଛି, ମୋ ଉପରେ ଜାଣିଶୁଣି ଆରୋପ ଲଗାଯାଉଛି, ପୋଲିସ ବର୍ତ୍ତମାନ ଏହି ଘଟଣାର ସତ୍ୟ ସାମ୍ନାକୁ ନେଇ ଆସିବ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *