ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟରେ ପାଠପଢ଼ୁଥିବା ଜଣେ ଛାତ୍ରଙ୍କ ସହିତ ହୋଇଥିଲା ପ୍ରେମ ଏବଂ ଦୁଇଜଣ ବାହାହେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ। ସଂପର୍କ ଗଢି ହୋଇଯିବା ପରେ ଯେତେବେଳେ ପ୍ରେମୀ ବିଦେଶ ଯିବାପାଇଁ ଚେଷ୍ଟା କରିଥିଲେ ତ ଶିକ୍ଷୟତ୍ରୀ କେସ ଜମା କରାଇ ତାଙ୍କୁ ହାଜତକୁ ପଠାଇ ଦେଇଥିଲେ। ଏହି ଘଟଣାଟି ଉତ୍ତର ପ୍ରଦେଶର ରାମପୁରରେ ଘଟିଛି।
ବାସ୍ତବରେ, ବିଦ୍ୟାଳୟରେ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ଛାତ୍ରଙ୍କ ସହିତ ପ୍ରେମ ହୋଇଯାଇଥିଲା। ଏହାପରେ ଦୁଇଜଣ ସାଥିହୋଇ ବଞ୍ଚିବା ମରିବା ପାଇଁ ଶପଥ କରିଥିଲେ ଏବଂ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ବାହାହେବା ପାଇଁ ସ୍ବପ୍ନ ବି ଦେଖାଇଥିଲେ।
ବାହାହେବା ପାଇଁ ପ୍ରତିଶ୍ରୁତି ଦେଇ ଶିକ୍ଷୟିତ୍ରୀ ଏବଂ ଛାତ୍ର ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଯୁବକ ଜଣଙ୍କ ବାହାଘର କଥାରୁ ଓହରି ଯାଇଥିଲେ ଏବଂ ବିଦେଶ ଯିବା ଚେଷ୍ଟାରେ ଲାଗି ପଡ଼ିଥିଲେ। ବିବାହ ନ କରିବାରୁ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ର ବିରୋଧରେ ଏଫଆଇଆର ଜମା କରାଇଥିଲେ। ଏହି ଆଧାରରେ ପୋଲିସ ଆରୋପୀ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ।
ପିଡିତା ଜଣଙ୍କ ରାମପୁରର ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ ଯେଉଁଠାରେ ସେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ତାଙ୍କୁ ସେଠାର ଜଣେ ଛାତ୍ରଙ୍କ ସହିତ ପ୍ରେମ ହୋଇଯାଇଥିଲା ଏବଂ ବନ୍ଧନ ଏମିତି ଯୋଡ଼ି ହୋଇଯାଇଥିଲା କି ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ବାହାହେବା କଥା ସାମ୍ନାରେ ରଖିଥିଲେ। ଦୁଇଜଣ ଏହି କଥାରେ ରାଜି ହୋଇଯାଇଥିଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ଗଢି ହୋଇଯାଇଥିଲା।
ଏହି ଘଟଣା ଉପରେ ସୀଓ ଟାଣ୍ଡା ଧର୍ମ ସିଂହ ମାର୍ଶଲ ଜଣାଇଛନ୍ତି ଏକ ଦରଖାସ୍ତ ଜମା ହୋଇଥିଲା, ଯେଉଁଥିରେ ଜଣେ ଯୁବତୀ ନିଜେ ବଳତ୍କାରର ଆରୋପ ଲଗାଇଥିଲେ। ସେହି ଦରଖାସ୍ତ ଆଧାରରେ କେସ ଜମା କରାଇ ଯୁବକଙ୍କୁ ଗିରଫ କରି ହାଜତକୁ ପଠାଇ ଦିଆଯାଇଛି। ବିଚାର ଏବେବି ଜାରି ରହିଛି। ଯୁବକଙ୍କ ଉପରେ ଆଈପୀସୀର ଧାରା ୩୭୬ରେ ମୋକଦ୍ଦମା ଜମା କରାଯାଇଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।