ଆଜିର ଏହି ପୋଷ୍ଟରେ ଆମେ ଜାଣିବା ନୂତନ ବର୍ଷ ୨୦୨୧ ଆରମ୍ଭ ହେବା ପୁର୍ବରୁ ଘରୁ ବାହାର କରି ତୁରନ୍ତ ଫୋପାଡ଼ି ଦିଅନ୍ତୁ। ଏହି ୬ ଗୋଟି ଜିନିଷ ନଚେତ ସମ୍ପୂର୍ଣ ବର୍ଷ ଲାଗି ରହିବ ଧନର ଅଭାବ ଏବଂ ଅଶାନ୍ତି। ତେବେ ଆସନ୍ତୁ ଜାଣିବା।
ପର୍ବ ପର୍ବାଣି ଅବସରରେ ଲୋକେ ନିଜ ଘରକୁ ସଫା ସୁତରା କରିବାକୁ ପ୍ରୟାସ କରିଥାନ୍ତି। ନୂତନ ବର୍ଷ ଆରମ୍ଭ ହେବା ପୁର୍ବରୁ ଲୋକମାନେ ନିଜ ଘରକୁ ପରିଷ୍କାର କରିଦେଇଥାନ୍ତି। ଏହା ପଛରେବି ଏକ ମାନ୍ୟତା ରହିଛି। ଶାସ୍ତ୍ର ଅନୁସାରେ ସଫା ସୁତରା ପରେ ହିଁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ନୂତନ ବର୍ଷରେ ପ୍ରତ୍ୟକ ଲୋକଙ୍କ ଘରେ ନୂତନ ଖାଦ୍ୟ ପ୍ରସ୍ତୁତ ହେବା ସହିତ ନୂତନ ବସ୍ତ୍ର ଆଦି ପରିଧାନ କରିବାକୁ ପସନ୍ଦ କରିଥାନ୍ତି। ଯଦି ନୂତନ ବର୍ଷ ଆରମ୍ଭ ହେବା ପୁର୍ବରୁ ଆପଣ ନିଜ ଘରକୁ ସଫା ସୁତରା କରିଥାନ୍ତି ତେବେ ଆପଣଙ୍କୁ ବିଶେଷ ଧନ ପ୍ରାପ୍ତିର ଯୋଗ ରହିଥାଏ। ଆପଣଙ୍କୁ କିଛି କଥାରବି ବିଶେଷ ଧ୍ୟାନ ରଖିବା ଉଚିତ। ଏହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବା ସହିତ ଆପଣଙ୍କର ପୁରା ବର୍ଷ ଆନନ୍ଦରେ ବ୍ୟତିତ ହେବ। ତେଣୁ ସଫା କରିବା ସମୟରେ ଘରୁ ଏହି ୬ ଗୋଟି ଜିନିଷକୁ ବାହାର କରିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସଦା ସର୍ବଦା ରହିବ ଏବଂ ସକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିବ। ତେବେ ଆସନ୍ତୁ ଜାଣିବା
ଭାଙ୍ଗି ଯାଇଥିବା କାଚ:
ଯଦି ସଫା କରିବା ସମୟରେ ଆପଣଙ୍କର ଘରେ ଭାଙ୍ଗି ଯାଇଥିବା କାଚ ଦେଖିବାକୁ ମିଳିଥାଏ ତେବେ ତୁରନ୍ତ ଏହାକୁ ଘରୁ ବାହାର କରିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ମାନସିକ ଦୁଶଚିନ୍ତା ବଢ଼ି ଯାଇଥାଏ। ଆପଣ କୌଣସି ଶୁଭ କାର୍ଯ୍ୟରେ ସଫଳ ହୋଇନଥାନ୍ତି। ତେଣୁ ଏହି ଶୁଭ ଅବସରରେ ଆପଣ ମାନେ ଏହି ଭାଙ୍ଗି ଯାଇଥିବା କାଚକୁ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ।
ଖରାପ ଘଣ୍ଟା:
ଏପରିତ ଆପଣ ଘରେ କେବେବି ଖରାପ ଘଣ୍ଟା ରଖିବା ଉଚିତ ହୋଇ ନଥାଏ। ଏହା ଦ୍ବାରା ପରିବାରର ସଦସ୍ୟମାନେ କେବେ ହେଲେ ସଫଳ ହୋଇପାରନ୍ତି ନାହିଁ। ଯାହା ଦ୍ବାରା ଘରର ପରିବେଶ ବହୁତ ଖରାପ ହୋଇଯାଇଥାଏ।
ଭାଙ୍ଗି ଯାଇଥିବା ଖଟ କିମ୍ବା ଫର୍ନିଚର:
ଯଦି ଆପଣଙ୍କର ଘରେ ଭାଙ୍ଗି ଯାଇଥିବା ଖଟ କିମ୍ବା ଫର୍ନିଚର ରହିଛି ତେବେ ଆପଣଙ୍କର ବୈବାହିକ ଜୀବନରେ ନା ନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ପତି- ପତ୍ନୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥାଏ। ତେଣୁ ନୂତନ ବର୍ଷରେ ଏହି ଭାଙ୍ଗି ଯାଇଥିବା ଖଟ କିମ୍ବା ଫର୍ନିଚର ଆଦିକୁ ଘରୁ ବାହାର କରିଦିଅନ୍ତୁ।
ଭଙ୍ଗା ଫୋଟ:
ଘରେ ଯଦି କୌଣସି ଭଙ୍ଗା ଫୋଟ ରହିଛି ତେବେ ଏହା ଦ୍ବାରା ଆପଣଙ୍କର ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ। ଘରେ ଯଦି ଭଙ୍ଗା ଫୋଟ ଥିବ ତେବେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ। ତେଣୁ ଭଙ୍ଗା ଫୋଟ ଆଦିକୁ ଆପଣ ମାନେ ଏହି ନୁଆ ବର୍ଷରେ ଘରୁ ବାହାର କରିଦିଅନ୍ତୁ।
ପୁରୁଣା ଦୀପ:
ଯଦି ଆପଣଙ୍କ ଠାକୁର ଘରେ ପୁରୁଣା ମାଟି ଦୀପକୁ ବ୍ୟବହାର କରିବାକୁ ଚିନ୍ତା କରିଛନ୍ତି ତେବେ ଏହା ସମ୍ପୂର୍ଣ ଭୁଲ ଅଟେ।ଏହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।
ଭଙ୍ଗା କବାଟ:
ଯଦି ଆପଣଙ୍କ ଘରର କବାଟ ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ବଦଳ କରି ଦିଅନ୍ତୁ। ଏହା ଦ୍ବାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ତେଣୁ ଏହି ସବୁ ଜିନିଷ ଗୁଡିକୁ ବିଶେଷ ଧ୍ୟାନ ଦିଅନ୍ତୁ। ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ନୂତନ ବର୍ଷ ଆରମ୍ଭ ହେବା ପୁର୍ବରୁ ଘର ସଫା ସୁତାରା କରିବା ସମୟରେ ଘରେ ଯଦି ଏହି ସବୁ ଜିନିଷ ରହିଯାଇଛି ତେବେ ତୁରନ୍ତ ଏହି ସବୁ ଜିନିଷକୁ ଘରୁ ବାହାର କରିଦିଅନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।