ବାଇକରେ କରୁଥିଲେ ସିଂହର ପିଛା, ଭିଡିଓ ହେଲା ଭାଇରାଲ

ଗୁଜରାଟର ଗୁନାଗଡରେ ଏକ ସିଂହର ପିଛା କରି ଦୁଇ ବାଇକର୍ସଙ୍କର ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ଅଧିକାରୀମାନେ ଦୁଇ ଯୁବକଙ୍କୁ ଗିରଫ କରି ନେଇଛି। ଏହି ଗିରଫତାରୀ ବୁଧବାରକୁ ସୋଶିଆଲ ମିଡିଆରେ ଏକ ଭିଡିଓ ସାମ୍ମନାକୁ ଆସିବା ପରେ କରାଯାଇଛି। ଭିଡିଓରେ ଅଜଣା ବ୍ୟକ୍ତିମାନେ ମଟରସାଇକେଲରେ ସିଂହର ପିଛା କରୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ସିଂହ ବାଇକ ଦେଖି ଡରି ଦୌଡି ପଳାଇଲା।

ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ଡିଟି ବାସବଦା କହିଛନ୍ତି , ଭିଡିଓକୁ ଯେତେବେଳେ ଜାଞ୍ଚ କରାଗଲା ସେତେବେଳେ ଜଣାପଡିଲା କି ଏହା ଗୁଜରାଟର ଗିରି ପୂର୍ବ ବନ ପ୍ରଭାବର ତୁଳସୀଶ୍ୟାମ ରେଞ୍ଜ ର ଗାଢିଆ ଗାଁ ପାଖର ଥିଲା ଯେଉଁଠି ଦୁଇ ସ୍ଥାନିୟ ଲୋକମାନଙ୍କ ଦ୍ବାରା ସିଂହଙ୍କୁ ହଇରାଣ କରି ତାର ଭିଡିଓ ସୁଟିଂଗ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ୟୁନୀସ ପଠାନ ଏବଂ ଅନ୍ୟ ଜଣଙ୍କର ପରିଚୟ ନାବାଳକ ରୂପରେ ମିଳିଛି।

ଦୁଇ ଆରୋପି ଯୁବକ ନିଜର ମଟରସାଇକେଲରେ ଦୁଇଟି ଏଶିୟାଈ ସିଂହର ପିଛା କରୁଥିଲେ। ଏହି ସମୟରେ ସେମାନେ ବାଇକରୁ ଭିନ୍ନ ଭାନ୍ନ ଶବ୍ଦ ବାହାର କରୁଥିଲେ। ଯେଉଁଥିରେ ସିଂହ ବହୁତ ଡରି ଗଲା ଏବଂ ସେ ଏଣେ ତେଣେ ଦୌଡିବାକୁ ଲାଗିଲା। ଏହି ସମୟରେ ସେମାନେ ମୋବାଇଲରେ ସିଂହର ପିଛା କରୁଥିବାର ଭିଡିଓ ରେକଡିଙ୍ଗ କରିଥିଲେ। ଯାହାକୁ ସେମାନେ ସୋଶିଆଲ ମିଡିଆ ସାଇଟରେ ସେୟାର କରିଥିଲେ ଯାହା ଏବେ ବହୁତ ଭାଇରାଲ ହେଉଛି।

ବନ ସଂରକ୍ଷଣ ଅଧିକାରୀ ବାସବଦା କହିଛନ୍ତିକି ପଠାନ ଯିଏ କି ସେହି ଇଲାକାର ସରସିୟା ଗାଁର ନିବାଶି ଅଟନ୍ତି। ତାଙ୍କ ସହିତ ସେହି ନାବାଳକକୁ ମଧ୍ୟ ଗିରଫ କରାଯାଇ ତାପରେ ସ୍ଥାନିୟ ଅଦାଲତକୁ ତାଙ୍କୁ ନିଆ ଯାଇଥିଲା। ତାପରେ ତାଙ୍କୁ ନ୍ୟାୟିକ ଭାବେ ଗିରଫ କରାଯାଇଥିଲା।

ସେ କହିଛନ୍ତି କି ନାବାଳକ ବିରୋଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି। ଅଧିକାରୀ ଲୋକମାନଙ୍କୁ ସିଂହ ଗୁଡିକୁ ହଇରାଣ କରିବାରେ ପରି ଗତିବିଧିରେ ଲିପ୍ତ ହେବାର ବିରୋଧରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କି ଏହାପାଇଁ ଲୋକମାନଙ୍କୁ ତିନି ବର୍ଷରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫୦୦୦ ଟଙ୍କାର ଜୋରିମନା ଦେବାକୁ ପଡିବ। ଅଧିକାରୀ ଏହାକୁ ଗମ୍ବୀର ଅପରାଧ କହିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *