ସ୍ତ୍ରୀକୁ ଜୁଆରେ ହରାଇଲେ, ଗ୍ୟାଙ୍ଗ ରେପ, ଏସିଡି ରେ ଜଳାଇ ସ୍ୱାମୀ ବଦଳାଇଲା ବୟାନ

ଘଟଣାର ଖବର ପ୍ରଥମେ ପୋଲିସ ପାଖରେ ପହଁଚିବା ପୂର୍ବରୁ ସ୍ୱାମୀ ସ୍ତ୍ରୀ ଉପରେ ଚାପ ପକାଇ ବୟାନ ବଦାଳାଇ ଥିଲେ, ଏବେ ଏହି କଥାର ଖୁଲାସା ହୋଇଛି। ପିଡୀତା ନିଜେ କହିଥିଲେ କି ସେ ନିଜେ ଏସିଡିରେ ଜଳିଛନ୍ତି ବୋଲି ଏବଂ ଏହା ସହିତ ସେ ଗ୍ୟାଙ୍ଗ ରେପ କଥା ମଧ୍ୟ ଲୁଚାଇ ଥିଲେ।

ବିହାରର ଭାଗଲପୁରରେ ଏକ ବ୍ୟକ୍ତି ଜଣକ ନିଜ ଦଳିତ ସ୍ତ୍ରୀକୁ ଜୁଆ ଖେଳରେ ବାଜି ଲଗାଇ ଦେଇଥିଲେ। ଫଳରେ ସେ ସେହି ବାଜିରେ ହାରି ଯାଇଥିଲେ, ଯାହାପରେ ସ୍ତ୍ରୀ ଶୈତାନ ମାନଙ୍କର ଶୀକାର ହୋଇଥିଲା। ଜୁଆରେ ଜିତି ଥିବା ଲୋକ ତାର ଗ୍ୟାଙ୍ଗ ରେପ କରିଥିଲେ ଏବଂ ତା ପରେ ତା ସ୍ୱାମୀ ତା ଉପରେ ଏସିଡି ଢାଳି ଦେଇଥିଲା। ଏତିକି ହିଁ ନୁହେଁ ସେ ଏସିଡି ପିଆଇ ବାକୁ ମଧ୍ୟ ଚେଷ୍ଟା କରିଥିଲା।

ଘଟଣା ପ୍ରଥମେ ପୋଲିସ ପାଖରେ ପହଁଚି ଥାଅନ୍ତା କିନ୍ତୁ ଏବେ ଏହାର ଖୁଲାସା ହେଲା କି ସ୍ୱାମୀ ସ୍ତ୍ରୀ ଉପରେ ଚାପ ପକାଇ ବୟାନ ବଦଳେଇ ଦେଇଥିଲା। ପିଡିତା ଜଣକ କହିଥିଲେ କି ସେ ନିଜେ ଏସିଡିରେ ଜଳି ଛନ୍ତି ଏବଂ ଗ୍ୟାଙ୍ଗ ରେପ କଥା ପୋଲିସକୁ ସେ ଲୁଚାଇ ଥିଲେ।

ପିଡୀତାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ଧମକେଇ ଥିଲେ କି ଯଦି ତୁ ମୋ କଥାରେ ବୟାନ ନ ବଦଳାଉ ତେବେ ତତେ ଘରୁ ବାହାର କରିଦେବି, ସେଥିପାଇଁ ମୁଁ ଡରି ମିଛ କହିଥିଲି।

ଅଭିଯୁକ୍ତଙ୍କ ସହିତ ମହିଳାଙ୍କର ଦଶ ବର୍ଷ ପୂର୍ବରୁ ବିବାହ ହୋଇ ସାରିଥିଲା କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହୋଇ ନାହିଁ। ସ୍ଥାନିୟ ରିର୍ପୋଟ ଅନୁସାରେ କୁହାଯାଉଛି କି ମହିଳା ଜଣଙ୍କର ପିଲା ନ ହେଉଥିବାରୁ ସ୍ବାମୀ ତାଙ୍କୁ ବହୁତ ହଇରାଣ କରନ୍ତି। ଅକ୍ଟୋବରକୁ ସ୍ବାମୀ ସ୍ତ୍ରୀକୁ ଜୁଆରେ ଲଗେଇ ଦେଇଥିଲା।

ମହିଳାଙ୍କ କହିବା ଅନୁସାରେ ଯେତେବେଳେ ରେପ କରା ଯାଉଥିଲା ସେତେବେଳେ ମୋ ଆଖିରେ ପଟି ବନ୍ଧା ଯାଇଥିଲା ସେଥିପାଇଁ ମୁଁ ସେହି ଶୈତାନ ମାନଙ୍କୁ ଚିହ୍ନି ପାରିଲି ନାହିଁ। ପରେ ନଭେମ୍ବର ୨କୁ ସ୍ୱାମୀ ମୋ ଉପରେ ଏସିଡି ଢାଳି ଦେଇଥିଲେ। ଏଥିପାଇଁ ମୋ ହାତ , ମୁହଁ, ପେଟ ଏବଂ ରେ କ୍ଷତ ହୋଇଛି। ବର୍ତ୍ତମାନ ଚିକିତ୍ସା ପାଇଁ କ୍ଷତ ଭଲ ହୋଇ ଯାଇଥିଲା। କିନ୍ତୁ ସେତେବେଳେ ବୟାନ ବଦଳାଇ ଦିଆ ଯାଇଥିଲା।

ହସ୍ପିଟାଲରୁ ଫେରିବା ପରେ କିଛି ଦିନ ସ୍ବାମୀ ସ୍ତ୍ରୀ ଏକାଠି ରହିଲେ କିନ୍ତୁ କିଛି ଦିନ ପରେ ସ୍ବାମୀ ପୁଣି ମାର ପିଟ ଆରମ୍ଭ କରି ଦେଇଥିଲେ। ଏଥିପାଇଁ ସେ ବାପଘର ଚାଲି ଯାଇଥିଲେ। ପରିବାର ଲୋକ ତାଙ୍କୁ ନେଇ ସ୍ଥାନିୟ ନେତାଙ୍କ ପାଖକୁ ଗଲେ ଆରୋପି ସ୍ୱାମୀ ନାମରେ ଅଭିଯୋଗ କରିବା ପାଇଁ। କେସ ସେଠାରୁ ପୋଲିସ ପାଖରେ ପହଁଚି ତଦନ୍ତ ଆରମ୍ଭ ହୋଇଥିଲା।

ଖବର ମିଳିଛି କି ଏବେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇଛି। ପୋଲିସ କହୁଛନ୍ତି କି କେସର ସ୍ପିଡ ଟ୍ରାୟଲ ହେବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *