୬ ବର୍ଷର ପିଲାକୁ ଲାଗିଲା ଗେମର ନିଶା, ଚୁପତରେ ମାଙ୍କ କ୍ରେଡିଟ କାର୍ଡରୁୁ ୧୨ ଲକ୍ଷ ଟଙ୍କା ଉଡାଇ ଦେଲା

ଛଅ ବର୍ଷର ଗୋଟେ ପିଲା ନିଜ ମା ଙ୍କର କ୍ରେଡିଟ କାର୍ଡରୁ ଚୁପତରେ ୧୧.୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି। ବାସ୍ତବରେ ପିଲାଟି ନିଜର ମାଙ୍କ ଆଈପ୍ୟାଡରେ ଗେମ ଖେଳୁଥିଲା ଏବଂ ଏହା ଦ୍ବାରା ସେ ଓ୍ବର୍ଚୁଅଲ ‘ ଗୋଲ୍ଡ ରିଙ୍ଗସ ‘ କିଣିବା ପାଇଁ ଏପଲ ଆପ ଷ୍ଟୋରରେ କେତେଥର ମାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରିଛି।

ମାଙ୍କ କ୍ରେଡିଟ କାର୍ଡରୁ ପାଖାପାଖି ୧୨ ଲକ୍ଷ ଟଙ୍କାର ଖର୍ଚ୍ଚ କରିବାର ଏହି ଘଟଣା ଆମେରିକାର କନେକ୍ଟିକଟ ର ଅଟେ। ଏବେ ପରିବାରକୁ ଏତେ ବଡ ମୂଲ୍ୟ ସୁଝିବାରେ ସମସ୍ୟା ହେଉଛି ଏବଂ ଏପଲ ପ୍ୟାରେଣ୍ଡଙ୍କୁ ପଇସା ଫେରାଇବାକୁ ମନା କରୁଛନ୍ତି।

ଡେଲି ମେଲରେ ଛପା ଯାଇଥିବା ଏହି ରିର୍ପୋଟ ଅନୁସାରେ ଛଅ ବର୍ଷର ପିଲାର ନାମ ଜର୍ଜ ଜନସନ ଅଟେ। ଜର୍ଜ ମା ଜେସିକାଙ୍କ ଆଈ ପ୍ୟାଡରେ ନିଜର ମନ ପସନ୍ଦର ଗେମ ସୋନିକ ଫୋର୍ଜେସ ଖେଳୁ ଥିଲେ। ଏହା ଦ୍ୱାରା ଗେମରେ ନୂଆ କ୍ୟାରେକ୍ଟର ବ୍ୟବହାର ଏବଂ ଉପର ଲେବୁଲରେ ପହଁଚିବା ପାଇଁ ସେ କ୍ରେଡିଡ କାର୍ଡରୁ କିଣିଥିଲେ।

ଯେତେବେଳେ ପ୍ରଥମ ଥର କ୍ରେଡିଟ କାର୍ଡର ବିଲ ଦିଆ ଗଲା ସେତେବେଳେ ଜେସିକା ବୁଝି ପାରି ନଥିଲେ କି ସେ ଗେମ ଖେଳିବାରୁ ଏହି ବିଲ ଆସିଛି ବୋଲି। ଜେସିକାଙ୍କୁ ଲାଗିଲାକି କିଏ ତାଙ୍କ ସହିତ ଫ୍ରଡ କରୁଛନ୍ତି। ଏଥିପାଇଁ ସେ ପ୍ରଥମେ ବ୍ୟାଙ୍କ ସହ ପରାର୍ମଶ କଲେ ଏବଂ ସେ ଆରମ୍ଭରୁ ୬୦ ଦିନ ପର୍ଯ୍ୟନ୍ତ ଏପଲରେ ସମ୍ପର୍କ କରି ପାରି ନଥିଲେ।

ଜେସିକା ଯେତେବେଳେ ତାଙ୍କର ୬ ବର୍ଷର ପୁଅକୁ ପଚାରି ଥିଲେ କି ବାସ୍ତବରେ ତୁ କରିଛୁ କ’ଣ , ସେତେବେଳେ ଜର୍ଜ ଉତ୍ତର ଦେଇଥିଲେ କି ମା ମୁଁ ତୁମର ପଇସା ସୁଝି ଦେବି। ଜେସିକା କହିଲେ କି ପ୍ରଥମରୁ ହିଁ ତାଙ୍କର ଆମଦାନୀରେ ଏହି ବର୍ଷ ୬୦ ପ୍ରତିଶଦ କମ ହୋଇଛି। ଏବେ ଜଣା ନାହିଁ କି ଆମେ କିପରି କ୍ରିସମସ ପାଳନ କରିବୁ।

ଏପଲ କମ୍ପାନୀ ପ୍ୟାରେଣ୍ଡଙ୍କୁ ପଇସା ଫେରାଇବାକୁ ମନା କରି ଦେଇଛନ୍ତି। କାରଣ ପ୍ୟାରେଣ୍ଡ ଚାଇଲ୍ଡ ଫ୍ରୂଜ ସେଟିଙ୍ଗ ଅନ କରି ପାରି ନଥିଲେ। ସେଇଠି ନିଜ ପିଲାର ଅଜବ କାମ ପାଇଁ ଜେସିକା କହିଲେ କି ତାଙ୍କର ପିଲାର ବ୍ୟବହାର ଡ୍ରଗ ଏଡିକ୍ଟ ପରି ହୋଇ ଯାଇଥିଲା। ସେମାନେ ପିଲାଙ୍କୁ ଫସେଇଲା ପରି ଗେମରେ ପ୍ରଣାଳୀ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *