ଯେତେବେଳେ ଭାରତୀୟ କ୍ରିକେଟ୍ ଦଳରେ ଜଣେ ମହାନ ଖେଳାଳିଙ୍କର ସୁଯୋଗ ଥାଏ, ସେତେବେଳେ ଯୁବରାଜ ସିଂ ଙ୍କ ନାମ ସାମିଲ ଥାଏ। ୧୨ ଡିସେମ୍ବରରେ ଯୁବରାଜ ସିଂ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏପରି ଜଣେ ଖେଳାଳି ଯିଏ ପ୍ରଦର୍ଶନ ଜାରି ରଖିଛନ୍ତି, ରେକର୍ଡ ଭାଙ୍ଗୁଛନ୍ତି ଏବଂ ନିଜ ପାଇଁ ଲେଜେଣ୍ଡ ର ଟ୍ୟାଗ ରଖିଛନ୍ତି। କିନ୍ତୁ ଏହି ଖେଳାଳିଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଘଟିଥିଲା। ଯୁବରାଜଙ୍କ ପାଇଁ ସବୁଠାରୁ ଖରାପ ସମୟ ଥିଲା ଯେତେବେଳେ ସେ କ୍ୟାନ୍ସର ରୋଗରେ ଜୀବନ ସହିତ ଯୁଦ୍ଧ କରୁଥିଲେ। ଯୁବରାଜ କର୍କଟ ରୋଗର ମୁକାବିଲାରେ ଜିତିଥିଲେ, କିନ୍ତୁ ଥରେ ତାଙ୍କର କଷ୍ଟାଦୟକ ଦିନଗୁଡ଼ିକୁ ମନେ ପକାଇ କାନ୍ଦୁଥିଲେ।
ଭାରତୀୟ କ୍ରିକେଟ୍ ଦଳର ମହାନ ଖେଳାଳି ଥିବା ଯୁବରାଜ ସିଂ ଆଜି ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି।ଡିସେମ୍ବର ୧୨, ୧୯୮୧ ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିବା ଯୁବରାଜ କ୍ରିକେଟରୁ ଅବସର ନେଇଛନ୍ତି।କିନ୍ତୁ ଲୋକଙ୍କ ହୃଦୟରେ ତାଙ୍କର ସ୍ଥାନ ଏପର୍ଯ୍ୟନ୍ତ ରହିଛି।
ଟିମ ଭାରତକୁ ଟି-୨୦ ଏବଂ ODI ବିଶ୍ୱକପ୍ ଟାଇଟଲ ଜିତିବାରେ ଯୁବରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ୨୦୧୧ ରେ ବିଶ୍ୱକପର ଶ୍ରେଷ୍ଠ ଖେଳାଳି ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା। ୨୦୦୭ ରେ ଅନୁଷ୍ଠିତ ଟି-୨୦ ବିଶ୍ଵକପରେ ଯୁବରାଜ ସିଂ ଏକ ୧୨ ବଲ୍ ଅର୍ଦ୍ଧଶତକ ହାସଲ କରିଥିଲେ। ସେବେଠାରୁ ସେ କ୍ରିକେଟ୍ ରେ ସିକ୍ସର କିଙ୍ଗ ଭାବରେ ମଧ୍ୟ ଜଣାଶୁଣା।
୨୦୧୧ ବିଶ୍ୱକପ ସମୟରେ କର୍କଟ ଭଳି ମାରାତ୍ମକ ରୋଗ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ, ଏହାକୁ କାହାକୁ କିଛି କହିନଥିଲେ ଏବଂ ଖେଳ ଜାରିରଖିଥିଲେ। ସେ ଅନୁଭବ କଲେ ଯେ ବର୍ତ୍ତମାନ ତାଙ୍କ ଜୀବନ ସମାପ୍ତ ହେବ।
ଏକ ସାକ୍ଷାତକାର ସମୟରେ ଯୁବରାଜ କହିଥିଲେ ଯେ ଯେତେବେଳେ ମୋତେ ପ୍ରଥମ ଥର ପାଇଁ କର୍କଟ ରୋଗ ହୋଇଥିଲା, ସେତେବେଳେ ମୁଁ ଏହାକୁ ବିଶ୍ୱାସ କରିପାରୁନଥିଲି। ମୁଁ ଭାବିଲି କି ମୋ ପରି ଜଣେ ଯୁବକ କିପରି କର୍କଟ ରୋଗରେ ଆକ୍ରାନ୍ତ ହୋଇପାରେ ! ମୁଁ ଭାବିଲି ଏହା ମୋ ସହିତ କେବେ ହେଇପାରିବ ନାହିଁ। ମୋତେ କର୍କଟ ରୋଗ ହେଇଚି ବୋଲି ଅନୁଭବ କରିବାକୁ କିଛି ସମୟ ଲାଗିଲା।
କିନ୍ତୁ ଯୁବରାଜ ସିଂ କର୍କଟ ଭଳି ରୋଗକୁ ପରାସ୍ତ କରିଥିଲେ। ଆମେରିକାରେ ଚିକିତ୍ସା ପାଇବା ପରେ ସେ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ।
୨୦୧୩ ମସିହାରେ, କର୍କଟ ଦିବସରେ, ଯୁବରାଜ ତାଙ୍କ ଯୁଦ୍ଧକୁ ସ୍ମରଣ କରି କାନ୍ଦିଥିଲେ। ଏହି ସମୟରେ ସେ ନିଜର ଅଭିଜ୍ଞତାକୁ ସେୟାର କରିଥିଲେ, ଯେଉଁଥିରେ କର୍କଟ ରୋଗୀ ଏବଂ ଏହି ରୋଗରେ ବଞ୍ଚିଥିବା ବ୍ୟକ୍ତିମାନେ ଏହି ରୋଗ ସହ ସଂଗ୍ରାମ ବିଷୟରେ କହିଥିଲେ।
କର୍କଟ ରୋଗ ସହ ଲଢ଼ିବା ପରେ ଯୁବରାଜ ଏକ ପୁସ୍ତକ ରଚନା କରିଥିଲେ ଯାହାର ନାଁ ହେଉଛି ” ଦି ଟେଷ୍ଟ୍ ଅଫ୍ ମାଇ ଲାଇଫ”। ଯେଉଁଥିରେ ସେ କର୍କଟ ସହିତ ସଂଗ୍ରାମର କାହାଣୀ ଉପସ୍ଥାପନ କରିଛନ୍ତି। ଏହି ପୁସ୍ତକରେ ସେ କହିଛନ୍ତି ଯେ ଏହି ବିରଳ ବିପଦ ସମୟରେ କଣ ଘଟିଥିଲା ଏବଂ ଏହି ରୋଗ କାରଣରୁ ତାଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିଛି।
ଯୁବରାଜ YouWeCan ନାମକ ଏକ ଚାରିଟି ମଧ୍ୟ ଚଳାନ୍ତି, ଯାହା କର୍କଟ ରୋଗରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ଏବଂ କର୍କଟ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଥାଏ।
ଯୁବରାଜ ସିଂ ଗତ ବର୍ଷ ୧୦ଜୁନ୍ ରେ ହଠାତ୍ ଅବସର ଘୋଷଣା କରିଥିଲେ। ତେବେ ସେ ପୁଣି ଘରୋଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।
ଯୁବରାଜଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ ଯଦି କହିବା ତେବେ ସେ ଅନେକ ଯାଦୁ କରିସ୍ମା ଦେଖେଇସାରିଛନ୍ତି। ସେ ୪୦ ଟି ଟେଷ୍ଟ ରେ ୧୯୦୦ ରନ୍, ୩୦୪ ଟି ODI ରେ ୮୭୦୧ ରନ୍ ଏବଂ ୫୮ ଟି – ୨୦ ଆନ୍ତର୍ଜତୀୟରେ ୧୧୭୭ ରନ୍ ରେକର୍ଡ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।