ଟ୍ରେନ କୋଚ ଦୁଇ ପ୍ରକାରର ରହିଥାଏ | ଟ୍ରେନର ନୀଳ ରଙ୍ଗର କୋଚକୁ ICF ଅର୍ଥାତ Integral Coach Factory କହିଥାନ୍ତି ମାତ୍ର ଲାଲ ରଙ୍ଗର କୋଚକୁ LBH ଅର୍ଥାତ Linke-Hofmann-Busch ନାମରେ ଜାଣିଥାନ୍ତି | ଏହି ଦୁଇଗୋଟି କୋଚରେ କେବଳ ରଙ୍ଗର ପାର୍ଥକ୍ୟ ନଥାଏ | ଏହି ଦୁଇ ପ୍ରକାରର କୋଚ ପରସ୍ପର ଠାରୁ ବହୁତ ଭିନ୍ନ ଅଟନ୍ତି |
ଟ୍ରେନ ଏବଂ ଟ୍ରେନରେ ଯାତ୍ରା କରିବାକୁ ନେଇ ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ସ୍ମୃତି ରହିଥାଏ | ରେଳବାଇ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ଏକ ପ୍ରମୁଖ ଅଂଶ ଅଟେ | କେବେ ନା କେବେ ପ୍ରତ୍ୟେକ ବ୍ୟକ୍ତି ରେଳରେ ଯାତ୍ରା କରି ହିଁ ନେଇଥାନ୍ତି | ସୁନ୍ଦର ଦୃଶ୍ୟ, ନିଜ ଲୋକଙ୍କ ସହ ଯାତ୍ରା କରିବାର ଆନନ୍ଦ, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଉତ୍ସୁକତା ଆଦି ଟ୍ରେନର ଯାତ୍ରାକୁ ସ୍ମରଣୀୟ କରିଦେଇଥାଏ | ଯଦି ଆପଣ ମଧ୍ୟ କେବେ ଟ୍ରେନରେ ଯାତ୍ରା କରିଥିବେ ଆମେ କହୁଥିବା କଥାକୁ ଅନୁଭବ କରି ପାରୁଥିବେ | କିନ୍ତୁ ଟ୍ରେନ ଯାତ୍ରା ସମୟରେ କଣ ଆପଣ କେବେ ଟ୍ରେନର ରଙ୍ଗ ଉପରେ ଧ୍ୟାନ ଦେଇଛନ୍ତି କି? ପ୍ରାୟତଃ ଆପଣ ଦେଖିଥିବେ କୀଚଚି ଟ୍ରେନ ନୀଳ ରଙ୍ଗରେ ହୋଇଥିବା ବେଳେ ଆଉକିଛି ଟ୍ରେନ ଲାଲ ରଙ୍ଗରେ ହୋଇଥାଏ | ଆଜି ଆମେ ଆପଣଙ୍କୁ ଟ୍ରେନର ଏପରି ଭିନ୍ନ ଭିନ୍ନ କାହିଁକି ରହିଥାଏ ସେବିଷୟରେ କହିବାକୁ ଯାଉଛୁ |
ଆପଣ ଦେଖିଥିବେ କିଛି ଟ୍ରେନ କୋଚ ଲାଲ ରଙ୍ଗ ହୋଇଥାଏ ଆଉକିଛି ଟ୍ରେନ କୋଚ ନୀରେ ରଙ୍ଗର ହୋଇଥାଏ | କୋଚ ରଙ୍ଗର ଏହି ପାର୍ଥକ୍ୟ ସେହି କୋଚର କେଉଁ ପ୍ରକାରର ତାହା ଦର୍ଶାଇଥାଏ |ଆପଣଙ୍କୁ କହି ରଖୁଛୁ ଯେ କୋଚ ଦୁଇ ପ୍ରକାରର ହୋଇଥାଏ | ଟ୍ରେନର ନୀଳ ରଙ୍ଗର କୋଚକୁ ICF ଅର୍ଥାତ Integral Coach Factory କହିଥାନ୍ତି ମାତ୍ର ଲାଲ ରଙ୍ଗର କୋଚକୁ LBH ଅର୍ଥାତ Linke-Hofmann-Busch ନାମରେ ଜାଣିଥାନ୍ତି | ଏହି ଦୁଇଗୋଟି କୋଚରେ କେବଳ ରଙ୍ଗର ପାର୍ଥକ୍ୟ ନଥାଏ | ଏହି ଦୁଇ ପ୍ରକାରର କୋଚ ପରସ୍ପର ଠାରୁ ବହୁତ ଭିନ୍ନ ଅଟନ୍ତି |
Integral Coach Factory (ICF ):
Integral Coach Factoryର କାରଖାନା ତାମିଲନାଡୁର ଚେନ୍ନାଇରେ ରହିଛି ଯେଉଁଠାରେ ନୀଳ ରଙ୍ଗର କୋଚ ତିଆରି କରାଯାଇଥାଏ | ଏହି କୋଚ ଫାକ୍ଟ୍ରିର ସ୍ଥାପନ ସ୍ୱାଧୀନତା ପରେ ୧୯୫୨ ମସିହାରେ ହୋଇଥିଲା | ସେବେଠାରୁ ଏଠାରେ ଟ୍ରେନ କୋଚ ତିଆରି କରାଯାଉଛୁ | Integral Coach Factory ଯେଉଁ ନୀଳ ରଙ୍ଗର କୋଚ ନିର୍ମାଣ କରିଥାଏ ତାହା ଲୁହାରେ ତିଆରି ହୋଇଥାଏ | ଏହି କୋଚରେ ଏୟାର ବ୍ରେକର ବ୍ୟବହାର କରାଯାଇଥାଏ | ଆପଣଙ୍କୁ କହି ରଖୁଛୁ ଯେ ଏହି କୋଚର ଅଧିକାଂଶ ଅନୁମତିପ୍ରାପ୍ତ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଥାଏ |
ଏହି କୋଚ ଗୁଡିକରେ ସ୍ଲିପର କ୍ଲାସରେ ୭୨ ସିଟ ରହିଥାଏ, ଏସି-୩ କ୍ଲାସରେ ୬୪ ଗୋଟି ସିଟ ରହିଥାଏ | ଏହି କୋଚ ପରସ୍ପର ସହିତ ଡୁଆଲ ବଫର ସିଷ୍ଟମ ମାଧ୍ୟମ ସହ ଜଡିତ ରହିଥାଏ ଏବଂ ଦୁର୍ଘଟଣା ସମୟରେ ଏହି ପ୍ରକାରର କୋଚରେ ବିପଦ ରହିଥାଏ ଯେ ଗୋଟିଏ ଉପରେ ଅନ୍ୟଟି ଚଢିଯାଇ ପରେ ଯେଉଁ କାରଣରୁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ବଢ଼ିଯାଇଥାଏ | Integral Coach Factoryରେ ତିଆରି କରାଯାଇଥିବା କୋଚକୁ ୧୮ ମାସରେ ଥରେ POHର ଆବଶ୍ୟକତା ପଡିଥାଏ | ଏହି କାରଣରୁ ଏହି କୋଚ ଗୁଡିକର ରକ୍ଷଣାବେକ୍ଷଣରେ ଅଧିକ ଖର୍ଚ୍ଚ ହୋଇଥାଏ | ଏହି କୋଚର ରାଇଡ ଇଣ୍ଡେକ୍ସ ୩.୨୫ ଅଟେ |
Linke-Hofmann-Busch (LHB ):
Linke-Hofmann-Buschର କୋଚକୁ ୨୦୦୦ ମସିହାରେ ଜର୍ମାନୀରୁ ଭାରତ ଅଣାଯାଇଥିଲା | ଏହି କୋଚକୁ ବନାଇବା ପାଇଁ ଫାକ୍ଟ୍ରି ପଞ୍ଜାବର କପୂରଥଲାରେ ରହିଛି | ଏହି କୋଚ ସ୍ଟେନଲେସ ଷ୍ଟିଲରେ ନିର୍ମାଣ କରାଯାଇଥାଏ ଏବଂ ଏଥିରେ ଡିସ୍କ ବ୍ରେକର ବ୍ୟବହାର କରାଯାଇଥାଏ | ଏହି କୋଚର ସର୍ବାଧିକ ଅନୁମତିପ୍ରାପ୍ତ ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଅଟେ ଏବଂ କାର୍ଯ୍ୟକ୍ଷମ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଟେ | ଆପଣଙ୍କୁ କହି ରଖୁଛୁ ଯେ ଏହି କୋଚର ସ୍ଲିପର କ୍ଲାସରେ ୮୦ ସିଟ ଏବଂ ଏସି-୩ କ୍ଲାସରେ ୭୨ ଗୋଟି ସିଟ ରହିଥାଏ | ଏହି କୋଚ ସେଣ୍ଟର ବଫର କାଉଲିଙ୍ଗ ସିଷ୍ଟମରେ ସଜ୍ଜିତ ରହିଥାଏ ଯେଉଁ କାରଣରୁ ଦୁର୍ଘଟଣା ସମୟରେ ଏହି କୋଚ ପରସ୍ପର ଉପରେ ଚଢ଼ିଯାଇ ନଥାଏ | ଏହି କୋଚକୁ ୨୪ ମାସରେ ଥରେ ମରାମତିର ଆବଶ୍ୟକତା ପଡିଥାଏ ଯେଉଁ କାରଣରୁ ଏହାର ରକ୍ଷଣାବେକ୍ଷଣରେ କମ ଖର୍ଚ୍ଚ ହୋଇଥାଏ | ଏହାର ରାଇଡର ଇଣ୍ଡେକ୍ସ ୨.୫-୨.୭୫ ଅଟେ |
କେଉଁ କୋଚ ଅଟେ ଉନ୍ନତ:
ବର୍ତ୍ତମାନ ଆପଣ ବୁଝି ଯାଇଥିବେ ଯେ Linke-Hofmann-Busch କୋଚ, Integral Coach Factoryର କୋଚ ଠାରୁ ଉନ୍ନତ ଅଟେ |LHB କୋଚ ICF କୋଚ ତୁଳନାରେ ୧.୭ ମିଟର ଅଧିକ ଲମବିବା ଅଟେ ଏହି କାରଣରୁ ଏଥିରେ ବସିବା ପାଇଁ ସ୍ଥାନ ମଧ୍ୟ ଅଧିକ ରହିଥାଏ | ଲାଲ ରଙ୍ଗର ଏଲଏଚବି କୋଚର ବେଗ ତୀବ୍ର ରହିଥାଏ ସେହିପରି ଏହି କୋଚ ସ୍ଟେନଲେସ ଷ୍ଟିଲରେ ତିଆରି ହୋଇଛି ଏହି କାରଣରୁ ଆଇସିଏଫ କୋଚ ଠାରୁ ଏହା କମ ଓଜନର ହୋଇଥାଏ | ଦୁର୍ଘଟଣା ସମୟରେ ମଧ୍ୟ ଲାଲ ରଙ୍ଗ କୋଚ ନୀଳ ରଙ୍ଗର କୋଚ ଠାରୁ ଅଧିକ ସୁରକ୍ଷିତ ରହିଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।