RBI ର ଘୋଷଣା ; ଆଜି ରାତି ୧୨.୩୦ ରୁ ୨୪ ଘଣ୍ଟା ମିଳିବ ବ୍ୟାଙ୍କିଙ୍ଗର ସୁବିଧା

ଯଦି ଆପଣ ଡିଜିଟାଲ ଦେଣନେଣ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଟେ। ରିଜର୍ବ ବ୍ୟାଙ୍କ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟର ସୁବିଧା କାଲି ଠାରୁ ୨୪ ଘଣ୍ଟା ବା ସବୁ ସମୟରେ ଉପଲବ୍ଧ କରିବାର ଘୋଷଣା। ଏହି ସେବା ଡିସେମ୍ବର ୧୪ ରାତି ୧୨.୩୦ ରୁ ଗ୍ରାହକ ମାନଙ୍କ ପାଇଁ ସବୁ ସମୟରେ ସୁବିଧା ଯୋଗାଇବ। ଆସନ୍ତୁ ଏହି ସୁବିଧା ବିସୟରେ ଜାଣିବା।

ଭାରତୀୟ ରିଜର୍ବ ବ୍ୟାଙ୍କ ଅନୁସାରେ ଡିସେମ୍ବର ୧୪ ରୁ ଆରଟିଜିଏସ ର ସୁବିଧା ସାତ ଦିନ ୨୪ ଘଣ୍ଟା ଉପଲବ୍ଧ ରହିବ। ଏହାର ଅର୍ଥ ଆପଣ ଯେକୌଣସି ସମୟରେ ଯେଉଁଠି ମଧ୍ୟ ଆରଟିଜିଏସ ସାହାର୍ଯ୍ୟରେ ପଇସା ପଠେଇ ପାରିବେ। ଏହା ପରେ ଭାରତ ସେହି ବଛା ବଛା ଦେଶ ସହ ସାମିଲ ହୋଇଯିବ , ଯେଉଁଠି ଏହି ସୁବିଧା ଦିନ ରାତି କାମ କରୁଛି।

ଆରବିଆଈର ଗଭନର ଶକ୍ତିକାନ୍ତ ଦାସଙ୍କର କହିବା ଏହାକି କୋରୋନା ସମୟରେ ଅନଲାଈନ ଟ୍ରାଞ୍ଜାକ୍ସନ ର ବହୁତ ବ୍ୟବହାର ଦେଖାଯାଇଛି। ଯାହାପରେ ଆରବିଆଇ ଆରଟିଜିଏସର ସୁବିଧା ୨୪*୭ ଘଣ୍ଟା ଉପଲବ୍ଧ କରିବାର ନିସ୍ପତି ନେଇଛନ୍ତି। ଆରବିଆଈ ଭାରତୀୟ ବିତୀୟ ବଜାର ର ଗ୍ଲୋବାଲ ଇଣ୍ଟେଗ୍ରେଶନର ଚେଷ୍ଟାକୁ ସାହାରା ଦେବାପାଇଁ ଆରଟିଜିଏସ ର ଟାଇମିଙ୍ଗ ବଢେଇବାର ନିସ୍ପତି ନେଇଛନ୍ତି।

ଆରଟଜିଏସ ଡିଜିଟାଲ ଫଣ୍ଡ ଟ୍ରାନ୍ସଫର କରିବାର ଏକ ମଧ୍ୟମ ଅଟେ। ଏହା ସାହାର୍ଯ୍ୟରେ ବହୁତ କମ ସମୟରେ ପଇସା ଟ୍ରାନ୍ସଫର ହୋଇଥାଏ। ଆରଟିଜିଏସ ର ଉପଯୋଗ ମୁଖ୍ୟ ରୂପରେ ବଡ ରାଶିର ଟ୍ରାଞ୍ଜାକ୍ସନ ପାଇଁ ହୋଇଥାଏ। ଏହି ଅନୁସାରେ ନ୍ୟୁନତମ ଦୁଇ ଲକ୍ଷ ଟଙ୍କା ପଠା ଯାଇପାରିବ। ଅତି ବେଶିରେ ଦଶ ଲକ୍ଷ ଟଙ୍କା ପଠେଇ ପାରିବେ।

RBI RTGS ଦ୍ବାରା ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ ଟ୍ରାନସ୍ଫର କରିବା ପାଇଁ ଅତି ବେଶୀରେ ଶୁଲ୍କ ୨୪.୫ ଟଙ୍କା ରଖିଛନ୍ତି ଏବଂ ପାଞ୍ଚ ଲକ୍ଷ ରୁ ଅଧିକ ଫଣ୍ଡ ଟ୍ରାନ୍ସଫର ପାଇଁ ବ୍ୟାଙ୍କ ଅତି ବେଶିରେ ୪୯.୫ ଟଙ୍କାର ଶୁଲ୍କ ନେଇ ପାରିବେ। ଏଥିରେ ଜିଏସଟି ମଧ୍ୟ ଦେବାକୁ ପଡିବ। ଯଦି ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଈର କଥା କହିବାକୁ ଗଲେ ତେବେ ଏହା ଆରଟିଜିଏସ ପାଇଁ କୌଣସି ଶୁଲ୍କ ନେଇ ନଥାଏ।

ଆରଟିଜିଏସର ଆରମ୍ଭ ୨୦୦୪ ମାର୍ଚ୍ଚ ୨୬ ରେ ହୋଇଥିଲା। ସେ ସମୟରେ କେବଳ ୪ ବ୍ୟାଙ୍କ ହିଁ ଏହି ସେବାରେ ଥିଲେ। କିନ୍ତୁ ଏବେ ଦେଶର ପାଖାପାଖି ୨୩୭ ବ୍ୟାଙ୍କ ଏହି ପ୍ରଣାଳୀର ମାଧ୍ୟମରେ ୪.୧୭ ଲକ୍ଷ କୋଟି ଟଙ୍କାର ଲେଣଦେଣ କୁ ପ୍ରତି ଦିନ ପୁରା କରିଥାଏ। ନଭେମ୍ବରରେ ଆରଟିଜିଏସ ଦ୍ବାରା ୫୭.୯୬ ଲକ୍ଷ ଟଙ୍କାର ଲେଣ ଦେଣ ହୋଇଛି। ବର୍ତ୍ତମାନ ଦ୍ବିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ମାସର ସବୁ ଓ୍ବାର୍କିଙ୍ଗ ଦିନରେ ସକାଳ ୭ଟା ରୁ ସଧ୍ୟ୍ୟା ୬ ଟା ଯାଏ ଆରଟିଜଏସ ସାହାର୍ଯ୍ୟରେ ଫଣ୍ଡ ଟ୍ରାନ୍ସଫର କରା ଯାଈ ପାରିବ।

ଏହା ପୂର୍ବରୁ ଆରବିଆଈ NEFT ର ନିୟମ ମଧ୍ୟ ବଦଳେଇ ଥିଲା। NEFT ର ସୁବିଧା ଡିସେମ୍ବର ୨୦୧୯ରୁ ୨୪ ଘଣ୍ଟା ଉପଲବ୍ଧ ଅଛି। NEFT ମଧ୍ୟ ଏକ ପେମେଣ୍ଟର ମାଧ୍ୟମ ଅଟେ। କିନ୍ତୁ ଏଥିରେ ପଇସା ଟ୍ରାନ୍ସଫର ର ପ୍ରକ୍ରିୟା କିଛି ସମୟ ପରେ ହୋଇଥାଏ।

Leave a Reply

Your email address will not be published. Required fields are marked *