ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ସ୍ୱାମୀ ନିଜର ପୂଜା ପାଠ ଏବଂ ମନ୍ତ୍ର ତନ୍ତ୍ରର କ୍ରେଜ ପାଇଁ ପତ୍ନୀଙ୍କ ବେକ ଏକ ଧାରୁଆ ହତିଆରରେ କାଟି ଅତି ନୃଶଂସତାର ସହିତ ହତ୍ୟା କରି ଦେଇଥିଲେ | ପୋଲିସ ଆରୋପିଙ୍କୁ ଗିରଫ କରି ନେଇଯାଇଛି |
ବାସ୍ତବରେ ଏହି ଘଟଣା ହରଦୋଇର ସୁରସା ଥାନା କ୍ଷେତ୍ରର ପନୁଆୱାର ଗାଁର ଅଟେ, ଏଠାରେ ଜଣେ ଯୁବକ ପୂଜା ପାଠ ଏବଂ ତନ୍ତ୍ର ମନ୍ତ୍ରରେ ନିଜର ଅଧିକାଂଶ ସମୟ ବିତାଉଥିଲେ | ପୂଜାପାଠ ଏବଂ ତନ୍ତ୍ରମନ୍ତ୍ରର କ୍ରେଜରେ ପ୍ରଥମେ ନିଜର ପିତାଙ୍କ ସହିତ ବିବାଦ ହୋଇଥିଲା ଏବଂ ବିବାଦରେ ସେ ନିଜ ପିତାଙ୍କ ଉପରେ ଦେବୀଙ୍କୁ ପ୍ରସନ୍ନ କରାଇବା କଥା କହି ଆକ୍ରମଣ କରି ତାଙ୍କ ଆଙ୍ଗୁଠି କାଟି ଦେଇଥିଲେ | ପିତାଙ୍କର ଘଟଣାସ୍ଥଳରୁ ଚାଲିଯିବା ପରେ କଠୋରୀରେ ନିଜର ପତ୍ନୀଙ୍କୁ ବନ୍ଦ କରି ତାଙ୍କ ବେକ କାଟି ଅତି ନିର୍ମମ ଭାବରେ ତାଙ୍କର ହତ୍ୟା କରି ଦେଇଥିଲେ |
ହତ୍ୟା କରିବା ପରେ ଆରୋପି ଶବକୁ କୋଠରୀ ବାହାରେ ବାହାର କରି ଆଣିଥିଲା ଏବଂ ସେଠାରେ ନିଜେ ବସି ଅଜବ ପ୍ରକାରର କାର୍ଯ୍ୟ କରୁଥିଲେ | ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତକୁ ଗିରଫ କରିନେବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା | ପୋଲିସ ଧରିଥିବା ଅଭିଯୁକ୍ତ ଠାରୁ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି |
ଏସପି ହରଦୋଇ ଅନିଲ କୁମାରଙ୍କ କହିବା କଥା ଯେ ପୋଲିସକୁ ସୂଚନା ମିଳିଛି ଯେ ୪୦ ବର୍ଷର ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଦେଇଛନ୍ତି | ଏହି ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |
ସେ କହିଛନ୍ତି ଯେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି | ପ୍ରାରମ୍ଭିକ ପଚରାଉଚରା ଚାଲିଛି ରାତି ୯ ଘଣ୍ଟା ସମୟରେ ସେ ପ୍ରଥମେ ନିଜ ପିତାଙ୍କର ଆଙ୍ଗୁଠି କାଟି ଦେଇଥିଲେ | ଏହାପରେ ନିଜ ପତ୍ନୀଙ୍କୁ କୋଠରୀ ଭିତରେ ବନ୍ଦ କରି ନେଇଥିଲେ ଏବଂ ଏପରି ଜଘନ୍ୟ ଘଟଣା ଘଟାଇଥିଲେ | ପୋଲିସ ଆଗାମୀ ତଦନ୍ତ ଜାରି ରଖିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।