ଯେତେ ଅଧିକ ଖଟିବେ ସେତେ ଅଧିକ ମିଳିବ ଦରମା, ପ୍ରତି ୫ ଘଣ୍ଟାରେ ଅଧା ଘଣ୍ଟା ଇଣ୍ଟରଭାଲ ବ୍ରେକ ଦେବାକୁ ବାଧ୍ୟ !

ବର୍ତ୍ତମାନ ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ୱର୍କିଙ୍ଗ ଆୱାର ୪ ଘଣ୍ଟା ବଢ଼ାଇଛନ୍ତି, ଦିନକୁ ୮ ଘଣ୍ଟା ବଦଳରେ କର୍ମଚାରୀମାନେ ୧୨ ଘଣ୍ଟା କାମ କରିବେ ଏବଂ ଏଥିପାଇଁ ତାଙ୍କୁ ଅଧିକ ପାରିଶ୍ରମିକ ମଧ୍ୟ ମିଳିବ | ତେବେ ଏହି ୧୨ ଘଣ୍ଟାର କାର୍ଯ୍ୟ ଅବଧିକୁ ଦୁଇଟି ସିଫ୍ଟରେ ବିଭାଜିତ କରାଯିବ | ଏନେଇ ଶୁକ୍ରବାର ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି |

ଆସନ୍ତା ବର୍ଷରୁ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କର ଗ୍ରାଚ୍ୟୁଟି ଏବଂ ପିଏଫରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛନ୍ତି | ଏହାଛଡା ଅଧିକ ସମୟ କାମ କରୁଥିବା କର୍ମଚାରୀ ମାନଙ୍କୁ ମଧ୍ୟ ଅଧିକ ଦରମା ପ୍ରଦାନ କରାଯିବ | ଏହି ନିୟମ ଗୁଡିକ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ରହିବ |

ଏଥିସହିତ ରାଜ୍ୟ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ କାମ କରିବାର ସମୟସୀମାକୁ କୋହଳ କରିଥିଲେ | ପ୍ରଥମେ ବୟସ୍କ ଶ୍ରମଜୀବୀ ୮ ଘଣ୍ଟା ପର୍ଯ୍ୟନ୍ତ ଦିନକୁ ହିସାବରେ ୪୮ଘଣ୍ଟା ସପ୍ତାହକୁ କାମ କରୁଥିଲେ। ବର୍ତ୍ତମାନ ଏହାକୁ କୋହଳ କରାଯାଇ ଦିନକୁ ୧୨ ଘଣ୍ଟା କରାଯାଇଛି ଏବଂ ସପ୍ତାହକୁ ୭୨ ଘଣ୍ଟା କରାଯାଇଛି | ଗୋଟିଏ ସିଫ୍ଟ ୬ ଘଣ୍ଟାର ରହିଥିବା ବେଳେ ଏହାପରେ ଅଧଘଣ୍ଟା ବିରତି ଦିଆଯିବ। ଏହାଛଡ଼ା ମହିଳା ଶ୍ରମଜୀବୀମାନେ ରାତି ୭ଟା ପରଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଯଦି ସ୍ବତନ୍ତ୍ର ଅନୁମତି ନାହିଁ ତେବେ କାମ କରିବେ ନାହିଁ | ଅଧିକ କାର୍ଯ୍ୟ ସମୟ ପାଇଁ ଅଧିକ ୪ ଘଣ୍ଟାର ଦରମା ମିଳିବ | ସପ୍ତାହରେ ଜଣେ ଅତି ବେଶି ୨୪ ଘଣ୍ଟାର ଓଭରଟାଇମ୍‌ ରହିପାରିବେ | ଏଥିରେ କୋଭିଡର ଗାଇଡଲାଇନ ପାଳନ ନେଇ ନଜର ରଖାଯିବ ବୋଲି ସେ ମଧ୍ୟ କହିଛନ୍ତି |

ଓଏସସିଏଚ କୋଡର ଡ୍ରାଫ୍ଟ ନିୟମରେ ୧୫ରୁ ୩୦ ମିନିଟ ମଧ୍ୟରେ ଅତିରିକ୍ତ କାମକୁ ବି ୩୦ ମିନିଟ୍ ହିସାବରେ ଓଭରଟାଇମରେ ସାମିଲ କରିବାକୁ ଉଲ୍ଲେଖ ରହିଛି | ବର୍ତ୍ତମାନ ୩୦ ମିନିଟରୁ କମ ସମୟକୁ ଓଭରଟାଇମ ବୋଲି ଗ୍ରହଣ କରାଯାଏ ନାହିଁ | ସେହିଭଳି ନୂତନ ଡ୍ରାଫ୍ଟ ନିୟମ ଅନୁସାରେ, କଂପାନୀ କୌଣସି ବି କର୍ମଚାରୀଙ୍କୁ ଲଗାତର ୫ ଘଂଟାରୁ ଅଧିକ ସମୟ ଖଟାଇପାରିବେ ନାହିଁ | ତେବେ ଏହା ଗତବର୍ଷ ସଂସଦରେ ପାରିତ ହୋଇଥିବା ୱେଜ କୋଡର ଏକ ଅଂଶ ଅଟେ | ଏହି କୋଡ଼ରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଶାମିଲ କରାଯିବ |

ପେମେଣ୍ଟ ଷ୍ଟ୍ରକ୍ଚରରେ ପରିବର୍ତ୍ତନ:

ମିଳିଥିବା ସୂଚନା ମୁତାବକ, ଏହି ନିୟମ ପ୍ରଣୟନ ହେବା ପରେ କମ୍ପାନୀର ଅଧିକାଂଶ ପେମେଣ୍ଟ ଷ୍ଟ୍ରକ୍ଚରରେ ପରିବର୍ତ୍ତନ ଆସିବ | କର୍ମଚାରୀଙ୍କର ପିଏଫ ବୃଦ୍ଧି କରାଯିବ | କିନ୍ତୁ ଫଣ୍ଡ କଣ୍ଟ୍ରିବ୍ୟୁସନ ବୃଦ୍ଧି ପାଇବାରୁ ଅନେକ କାର୍ଯ୍ୟନିଵାହୀଙ୍କର ଦରମା ହ୍ରାସ ହୋଇପାରେ | ସେହିପରି ଅବସର ଗ୍ରହଣ କରିବା ପରେ ଗ୍ରାଚ୍ୟୁଇଟିର ପରିମାଣ ବୃଦ୍ଧି ପାଇବ |

Leave a Reply

Your email address will not be published. Required fields are marked *