ଟେଷ୍ଟ ଟିମ ସହ ଯୋଡ଼ିବେ ରୋହିତ ଶର୍ମା, ୧୪ ଡିସେମ୍ବରକୁ ଯିବେ ଅଷ୍ଟ୍ରେଲିଆ |

ଭାରତୀୟ ଟିମର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୧୭ ଡିସେମ୍ବର ଠାରୁ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହେବାକୁ ଯାଉଥିବା ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ପୂର୍ବରୁ ଶୁକ୍ରବାର ଦିନ ବେଙ୍ଗଲୁରୁ ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (NCA )ରେ ଫିଟନେସ ଟେଷ୍ଟ ଉତ୍ତୀର୍ଣ୍ଣକରି ନେଇଛନ୍ତି ଏବଂ ସେ ୧୪ ଡିସେମ୍ବର ଦିନ ଅଷ୍ଟ୍ରେଲିଆ ପାଇଁ ବାହାରି ଯିବେ |

ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ରୋହିତଙ୍କର ମାଂସପେଶୀରେ ସ୍ଟ୍ରେନ ଆସିଯାଇଥିଲା, ଯାହାଦ୍ୱାରା ସେ ଅଷ୍ଟ୍ରେଲିଆ ମ୍ୟାଚ ସମୟରେ କିଛି ସୀମିତ ଓଭର ପାଇଁ ଟିମର ଅଂଶ ହୋଇପାରିଥିଲେ | କରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ପୃଥକବାସ ନିୟମ ଅଧୀନରେ ସେ ପ୍ରଥମ ଦୁଇଗୋଟି ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ, କିନ୍ତୁ ଶେଷ ଦୁଇଗୋଟି ମ୍ୟାଚରେ ସେ ଟିମରେ ଶାମିଲ ରହିବେ |

Rohit Sharma

ଭାରତୀୟ କ୍ରିକେଟ ବୋର୍ଡ (BCCI )ର ଏକ ବରିଷ୍ଠ ସୂତ୍ରରୁ ଜଣାପଡିଛି ଯେ,”ରୋହିତ ଶର୍ମା ଫିଟନେସ ଟେଷ୍ଟ ଉତ୍ତୀର୍ଣ୍ଣ କରି ନେଇଛନ୍ତି ଏବଂ ସେ ଖୁବଶୀଘ୍ର ଅଷ୍ଟ୍ରେଲିଆ ପାଇଁ ବାହାରି ଯିବେ |”

ରୋହିତଙ୍କର ଫିଟନେସ ଟେଷ୍ଟ ଏନସିଏର ନିର୍ଦେଶକ ରାହୁଲ ଦ୍ରାଭିଡଙ୍କ ରକ୍ଷଣାବେକ୍ଷଣରେ କରାଯାଇଛି | ଦ୍ରାଭିଡଙ୍କୁ ତାଙ୍କୁ ଫିଟନେସ ପ୍ରମାଣପତ୍ର ଦେବାର ଦାୟିତ୍ୱ ଦିଆଯାଇଥିଲା |

ଅଷ୍ଟ୍ରେଲିଆ ସରକାରଙ୍କ ନିୟମ ମୁତାବକ ସେ ସିଡନୀ ଏବଂ ବ୍ରେସବେନରେ ହେବାକୁ ଥିବା ଶେଷ ଦୁଇ ଗୋଟି ଟେଷ୍ଟ ମ୍ୟାଚ ନିମିତ୍ତ ଅଭ୍ୟାସ କରିବା ପୂର୍ବରୁ ୧୪ ଦିନ ପର୍ଯ୍ୟନ୍ତ ସେଠାରେ ସଙ୍ଘରଧ ଭାବରେ ରହିବେ | ସେ ସିଡନୀ ପାଇଁ ବାହାରିଯିବେ ଏବଂ ସେଠାରେ ଏକ ସପ୍ତାହ ପର୍ଯ୍ୟନ୍ତ ଅଭ୍ୟାସ କରିବେ | ଗତ କିଛି ସପ୍ତାହ ହେବ ରୋହିତଙ୍କ ଆଘାତକୁ ନେଇ ଭ୍ରମ ସ୍ଥିତିରେ ଥିଲେ |

Rohit Sharma

କ୍ୟାପଟେନ ବିରାଟ କୋହଲି ଏହି ବିଷୟରେ ସ୍ପଷ୍ଟତାର ଅଭାବ କଥା କହିଛନ୍ତି | ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ ପାଇଁ ଖେଳିବା ସମୟରେ ଲିଗ ମ୍ୟାଚ ଅବସରରେ ରୋହିତଙ୍କର ବାମ ପାର୍ଶ୍ଵ ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିଲା | ଏହି ଆଘାତ କାରଣରୁ ସେ ଆଇପିଏଲର ଚାରୋଟି ମ୍ୟାଚରେ ଅଂଶଗ୍ରହଣ କରି ପରି ନଥିଲେ ଯେଉଁକରଣରୁ ଚୟନକର୍ତ୍ତାମାନେ ଅଷ୍ଟ୍ରେଲିଆରେ ହେବାକୁ ଥିବା ମଞ୍ଚରେ ତାଙ୍କ କଥା ବିଚାର ହିଁ କରି ନଥିଲେ |

ଭାରତୀୟ ଟିମରେ ସ୍ଥାନ ନମିଳିବାରୁ ଆଇପିଏଲରେ ନିଜ ଟିମରେ କ୍ୟାପଟେନ ଭାବରେ ଖେଳିବା ପାଇଁ ପୁଣିଥରେ ମୈଦାନକୁ ଓଲ୍ହାଇଥିଲେ ଯାହାପରେ ବିସିସିଆଇ ୯ ନଭେମ୍ବର ଦିନ କହିଥିଲେ ଯେ ରୋହିତ କେବଳ ସୀମିତ ଓଭର ଟିମରୁ ବାହାରେ ରଖାଯାଇଛି ଯାହାଦ୍ୱାରା ସେ ଟେଷ୍ଟ ପୂର୍ବରୁ ଫିଟନେସ ହାସଲ କରି ପାରିବେ |

ସୀମିତ ଓଭର ପ୍ରାରୂପରେ ଭାରତୀୟ ଟିମର ଏହି ଉପ ଅଧିନାୟକ ଆଇପିଏଲ ଚମ୍ପିୟାନ ହେବା ପରେ ୟୁଏଇ ଠାରୁ ଅଷ୍ଟ୍ରେଲିଆ ଯିବା ପରିବର୍ତ୍ତେ ମୁମ୍ବାଇ ଫେରି ଆସିଥିଲେ | କୋହଲି ଏହା ପରେ ଆହୁରି କହିଲେ ଯେ ଏକଥା ତାଙ୍କ ବୁଝିବା ଶକ୍ତି ବାହାରେ ଯେ ରୋହିତ ଅଷ୍ଟ୍ରେଲିଆରେ ପୁନର୍ବାସ କାହିଁକି କରୁ ନାହାନ୍ତି | ଯାହାପରେ ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଲେ ଯେ ସେ ନିଜର ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଫେରିଛନ୍ତି |

Leave a Reply

Your email address will not be published. Required fields are marked *