୨୦୨୦ ମସିହାରେ ସମସ୍ତଙ୍କର ଜୀବନ ବଦଳି ଯାଇଛି | ଆର୍ଥିକ ନିର୍ଣ୍ଣୟ ଠାରୁ ଆରମ୍ଭ କରି ଲୋକଙ୍କର ଚିନ୍ତାଧାରା ମଧ୍ୟ ବଦଳି ଯାଇଛି ଏହାଛଡା ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ମହତ୍ତ୍ୱ ମଧ୍ୟ ବଢି ଯାଇଛି | କୋଭିଡ-୧୯ ମହାମାରୀ ସମୟରେ ପଲିସିଧାରକଙ୍କର ସାହାଯ୍ୟ ପାଇଁ ଦେଶର ସବୁଠୁ ବଡ ଜୀବନ ବୀମା କମ୍ପାନୀ, ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ନିଜର ପୋର୍ଟାଲରେ ୟୁନିଟ-ଲିଙ୍କଡ଼ ଇନ୍ସୁରାନ୍ସ ପ୍ଲାନ (ୟୁଲିପ) ପଲିସୀ ଗୁଡିକର ନିବେଶ କୋଷ ବଦଳାଇବାର ସୁବିଧା ଦେଇଛନ୍ତି | ଅର୍ଥାତ ବର୍ତ୍ତମାନ ଗ୍ରାହକ ଅନଲାଇନ ଏହାର ୟୁଲିପ ପଲିସିକୁ କ୍ଲିକ କରି ପାରିବେ | କେବଳ ଏତିକି ନୁହେଁ ନିଜ କଲ ସେଣ୍ଟରକୁ LIC ବର୍ତ୍ତମାନ ଆହୁରି ଅନେକ କ୍ଷେତ୍ରୀୟ ଭାଷା ଗୁଡିକରେ ବୃଦ୍ଧି କରିବ | ଏହି ସନ୍ଧର୍ଭରେ ଏଲଆଇସି ଏକ ବୟାନରେ କହିଛି ଯେ ୟୁଲିପ ପଲିସିର ସୁବିଧା ତାହାର ପ୍ରିମିୟର ସେବା ଅଧୀନରେ ପଞ୍ଜିକୃତ ପଲିସିଧାରକଙ୍କ ପାଇଁ ଉପଲବ୍ଧ ହେବ |
ମାଗଣା ରହିବ ଏହି ସୁବିଧା:

ବୟାନ ମୁତାବକ ଏଲଆଇସିର ନୂତନ ଏଣ୍ଡୋମେଣ୍ଟ ପ୍ଲସ (ପ୍ଲାନ ୯୩୫), ନିବେଶ ପ୍ଲସ (ପ୍ଲାନ ୮୪୯) ଏବଂ ଏସଆଇଆଇପି (ପ୍ଲାନ ୮୫୨) ଅଧୀନରେ କୋଷର ପରିବର୍ତ୍ତନର ସୁବିଧା ଉପଲବ୍ଧ ହେବ | ଏଥିପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ | ଏଲଆଇସି କହିଛି ଯେ ଗୋଟିଏ ଦିନରେ ଗୋଟିଏ ଥରରେ କୋଷର ପରିବର୍ତ୍ତନ ହେବ | ଏଥିପାଇଁ ଗ୍ରାହକଙ୍କ ପାଖକୁ ଏକ ଓଟିପି ମଧ୍ୟ ଆସିବ | କଣ ଅଟେ ଏହି ୟୁଲିପ ?
ୟୁନିଟ ଲିଙ୍କଡ ଇନ୍ସୁରାନ୍ସ ପ୍ଲାନ ଅର୍ଥାତ ୟୁଲିପ ଏକ ଇନ୍ସୁରାନ୍ସ ଉତ୍ପାଦ ଅଟେ | ୟୁନିଟ ଲିଙ୍କଡ ଇନ୍ସୁରାନ୍ସ ପ୍ଲାନ ଏପରି ଏକ ଉତ୍ପାଦ ଅଟେ ଯେଉଁଠାରେ ବୀମା ଏବଂ ନିବେଶ ଲାଭ, ଗୋଟିଏରେ ଏକୀକୃତ ହୋଇଥାଏ | ଏହି ପ୍ରକାରର ଉତ୍ପାଦକୁ ପ୍ରଥମଥର ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆ (ୟୁଟିଆଇ) ଲଞ୍ଚ କରିଥିଲା | ଅର୍ଥାତ ଏହି ବୀମା ଏବଂ ନିବେଶର ଏକ ସଂୟୋଜନ ଅଟେ |
କ୍ଷେତ୍ରୀୟ ଭାଷା ଗୁଡିକୁ ବଢ଼ାଇଲା କଲ ସେଣ୍ଟର:
ଏଲଆଇସି ଅନେକ ଭାଷା ବିଶିଷ୍ଟ କଲ ସେଣ୍ଟର ଆରମ୍ଭ କରିଛି | ଏଥିରେ ମରାଠୀ, ତାମିଲ ଏବଂ ବଙ୍ଗାଳି ଆଦି ଭାଷାରେ ମଧ୍ୟ ସେବା ଗୁଡିକ ପ୍ରଦାନ କରାଯିବ | ଏଥିସହିତ ଆଗାମୀ ସମୟରେ କମ୍ପାନୀର ଏବଂ କ୍ଷେତ୍ରୀୟ ଭାଷା ଗୁଡିକୁ ଯୋଡିବାକୁ ମଧ୍ୟ ଯୋଜନା ମଧ୍ୟ ରହିଛି | ସେପ୍ଟେମ୍ବର ପର୍ଯ୍ୟନ୍ତ କଲ ସେଣ୍ଟର ସେବା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।