ବିବାହରେ ଧୋକା ମିଳିବାରେ ବହୁତ ଲୋକ ଭାଙ୍ଗି ଯାଅନ୍ତି ଏବଂ ନିଜର ବିବାହ ଶେଷ କରି ଦେବାକୁ ଚାହଁନ୍ତି। କିନ୍ତୁ ଅଷ୍ଟ୍ରେଲିଆର ୩୬ ବର୍ଷର କ୍ରେଗଙ୍କର କାହାଣୀ ଅଲଗା। କ୍ରେଗ ଏକ ଟକ ଶୋ ରେ ନିଜର କାହାଣୀ ବିଷୟରେ କହିଛନ୍ତି। କ୍ରେଗ ତାଙ୍କ ସ୍ତ୍ରୀ କେଟଙ୍କ ସହିତ ଖୁସିରେ ରହୁଥିଲେ। ଅଚାନକ କେଟ କହିଲେ କି ତାଙ୍କୁ ଫୁଟବଲ ଖେଳିବା ଶିକ୍ଷିବାର ଅଛି କିନ୍ତୁ କ୍ରେଗଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗିଲା କାରଣ କେଟଙ୍କୁ ଖେଳ ପସନ୍ଦ ନଥିଲା।
କ୍ରେଗ ଲେଖିଲେ କି ‘ ମୁଁ କେଟଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଲି। ମୁଁ ତାଙ୍କର ଖେଳ ଦେଖିବାକୁ ଫିଲ୍ଡ ଯାଉଥିଲି କିନ୍ତୁ କିଛି ଦିନ ପରେ ସେ ମତେ ସେଠାକୁ ଯିବାକୁ ମନା କଲେ। ସେ ତାଙ୍କର ଖେଳାଳି ସାଙ୍ଗମାନଙ୍କ ସହିତ ବହୁତ ସମୟ ବିତାଉ ଥିଲେ। ମୁଁ ଯେତେବେଳେ କହୁଥିଲି କି ତୁମମାନଙ୍କ ସହିତ ମୁଁ ମଧ୍ୟ ସମୟ ବିତାଇ ପାରିବି ଏହି କଥାରେ ତାଙ୍କର ଉତ୍ତର ଥିଲା କି ନା ଏହା କେବଳ ଟିମ ପିଲା ମାନଙ୍କ ପାଇଁ ପାର୍ଟନର ମାନଙ୍କ ପାଇଁ ନୁହେଁ।
କ୍ରେଗ ଲେଖିଥିଲେ କି ; କ୍ରେଗ ବହୁତ ସମୟ ଘରକୁ ବିଳମ୍ବରେ ଫେରୁଥିଲେ। ମୁଁ ନଜର କଲି କି କେଟ ତାଙ୍କ ଖେଳାଳି ସାଙ୍ଗ ଜୋନ୍ନୋଙ୍କ ବିଷୟରେ ବହୁତ କଥା କୁହନ୍ତି। ମୁଁ କେବେବି ଏହି ନାମ ବ୍ୟତିତ ଆଉ କେଉଁ ନାମ ତାଙ୍କ ମୁହଁରୁ ଶୁଣି ନାହିଁ। ବେଡରେ ମଧ୍ୟ ଆମ ଦୁଇ ଜଣଙ୍କର ପ୍ରେମ ଆଗ ପରି ନଥିଲା। ମୁଁ ଶେଷରେ ତାଙ୍କୁ ପଚାରିଲି କି ଏବେ କ’ଣ ମୋ ପ୍ରତି ଆଉ ଆଗ୍ରହ ନାହିଁ। ତାଙ୍କର ଉତ୍ତର ଥିଲା ନା ସେମିତି ନୁହେଁ , ତୁମେ ବେକାରରେ ଏହି କଥା କହୁଛ। କିନ୍ତୁ ମତେ ସଂନ୍ଧେହ ହୋଇଯାଇଥିଲା କି କିଛି ତ ଗଡବଡ ଅଛି।
ମୁଁ ଏକ ମୋର ସାଙ୍ଗର କାର ନେଇ ରାତିକୁ ଫୁଟବଲ ଫିଲ୍ଡକୁ ଗଲି। ମୁଁ ଦେଖିଲି କି କେଟ ଏବଂ ଜୋନ୍ନୋ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ଟିମର ସବୁ ସଦସ୍ୟଙ୍କୁ କେଟ ଏବଂ ଜୋନ୍ନୋଙ୍କ ବିଷୟରେ ଜଣାଥିଲା। କାରକୁ ଯାଉଥିବା ସମୟରେ ଦୁଇ ଜଣ ପରସ୍ପରକୁ କିସ କଲେ। ଏହା ଦେଖି ମୁଁ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡିଲି। ମୁଁ ଉଲୁ ପରି ଅନୁଭବ କଲି। କ୍ରେଗ କେଟ ଏବଂ ଜୋନ୍ନୋଙ୍କର କିସ କରୁଥିବାର ଫଟୋ ଉଠାଇ ଦେଇଥିଲେ।
କ୍ରେଗ ଲେଖିଲେ କି ; ଏହା ଦେଖିବା ପରେ ମଧ୍ୟ ମୁଁ ମୋର ବିବାହକୁ ଭାଙ୍ଗିବାକୁ ଚାହୁଁନଥିଲି କାରଣ ମୁଁ କେଟଙ୍କୁ ବହୁତ ଭଲ ପାଉଥିଲି। ମୁଁ ତାଙ୍କର ଧୋକାବାଜୀକୁ ନିଜକୁ ଦୋଷୀ ବୋଲି ଭାବିଲି । ହୁଏତ ମୋର ଭଲ ପାଇବାରେ କିଛି କମ ଥାଇ ପାରେ। ମୁଁ ଭାବିବାକୁ ଲାଗିଲି କି ମୁଁ ଏପରି କ’ଣ କରିଛି ବା ନ କରିଛି ଯାହାପାଇଁ ସେ ଅନ୍ୟ କାହାର ନିକଟତର ହେଲେ।
କ୍ରେଗ କହିଲେ କି: ସେହି ରାତିରେ ମୁଁ କେଟଙ୍କୁ ଜୋନ୍ନୋ ବିଷୟରେ ପଚାରି ସେହି ଫଟୋ ମଧ୍ୟ ଦେଖାଇଲି । ଏହା ଦେଖି ସେ କାନ୍ଦିବାକୁ ଲାଗିଲେ ଏବଂ ଭୁଲ ମଧ୍ୟ ମାଗିଲେ। କହିଲେ କି ଜୋନ୍ନୋ ଏବଂ ତାଙ୍କ ଭିତରେ ଫିଜିକାଲ ରିଲେସନ ନାହିଁ। ସେମାନେ କେବଳ ଜୋନ୍ନୋ ଙ୍କୁ ଆଲିଙ୍ଗନ ଏବଂ କିସ କରିଥିଲେ। ମତେ ତାଙ୍କର କୌଣସି କଥା ଉପରେ ବିଶ୍ବାସ ନଥିଲା କାରଣ ସେ ଟିମ ସାଙ୍ଗ ମାନଙ୍କ ନାମ କହି ଗତ ଓ୍ବିକାଣ୍ଡରେ ଘରକୁ ଆସିନଥିଲେ।
ମୁଁ ନିଜକୁ ନିଜେ ବୁଝାଇ ଦେଇଥିଲି କି ମୁଁ ଏହି ବିବାହକୁ ଭାଙ୍ଗିବି ନାହିଁ ବଂର ମୋର ଯେଉଁ ଭୁଲ ଓ କମି ରହିଛି ତାକୁ ପୁରା କରିବି କିନ୍ତୁ କେଟ କହିଲେ କି ସେ ଜୋନ୍ନୋଙ୍କୁ ଭଲ ପାଉଛନ୍ତି ବୋଲି। ଏହାପରେ ମୋ ପାଖରେ ବିବାହ ନ ଭାଙ୍ଗିବାର ଆଉ କୌଣସି ବାଟ ନଥିଲା। ବର୍ବାଦି ରୁ ଅଧିକ ମତେ ନିଜର ବେଜିତି ଅନୁଭବ ହେଇଥିଲା।
ମୋ ସାଙ୍ଗମାନେ ଏହି ସମୟରେ ମୋର ବହୁତ ସାଥ ଦେଇଥିଲେ କିନ୍ତୁ ତା ପରେ ମଧ୍ୟ ମୁଁ ମୋର ଦୁଃଖ କମ କରି ପାରୁନଥିଲି। ମୁଁ ନିଜକୁ ହରେଇଲା ପରା ଲାଗୁଥିଲା। ଶେଷରେ ମୁଁ ହୃଦୟର ବୋଝ ହାଲୁକା କରିବା ପାଇଁ ମନୋଚିକିତ୍ସକଙ୍କ ସହିତ ଦେଖା କଲି। ମନୋଚିକିତ୍ସକଙ୍କ ସହିତ ଦେଖା ପରେ ମୁଁ ଭଲ ଅନୁଭବ କଲି।
ଏହି ଘଟଣାକୁ ତିନି ବର୍ଷ ହୋଇ ଗଲାଣି ମୁଁ ବର୍ତ୍ତମାନ ମୋର ନୂଆ ପାର୍ଟନରଙ୍କ ସହିତ ବହୁତ ଖୁସିରେ ଅଛି। କେଟ ମଧ୍ୟ ଦ୍ବିତୀୟ ବିବାହ କରିଛନ୍ତି କିନ୍ତୁ ଜୋନ୍ନୋଙ୍କ ସହିତ ନୁହେଁ। ସେମାନଙ୍କ ସମ୍ପର୍କ ବହୁତ ସମୟ ରହି ନଥିଲା। ସେହି ଦୁଇ ଜଣଙ୍କର ଅଲଗା ହେବାର କାରଣ ଏବଂ କେଟଙ୍କୁ ପୁଣି ଥରେ ଦେଖିବାକୁ ମୋର ଇଛା ନଥିଲା।
ଆଜି ମଧ୍ୟ ମୁଁ ନିଜକୁ ଏହି କଥା କହୁଛି କି ହୁଏତ କେଟ ମତେ ତାଙ୍କ ପରି ଭଲ ପାଇଥିଲେ କିନ୍ତୁ ସେ ମତେ ଏତେ ଭଲ ପାଇ ନଥିଲେ କି ସେ ମୋ ପାଇଁ ବିଶ୍ୱାସଯୋଗ୍ୟ ହୋଇପାରିବେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।