ବିବାହରେ ବ୍ୟାପିଲା କରୋନା, ବରର ମୃତ୍ୟୁ, ବଧୂ ସହିତ ୯ ଜଣ ଲୋକ କରୋନା ପଜିଟିଭ

ଉତ୍ତରପ୍ରଦେଶର ଫିରୋଜାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଗୋଟିଏ ପରିବାରର ୯ ଜଣ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର ମିଳିଛନ୍ତି | ସଂକ୍ରମିତ ମାନଙ୍କ ମଧ୍ୟ ବଧୂ ମଧ୍ୟ ଶାମିଲ ରହିଛି | ସଂକ୍ରମଣରେ ଶିକାର ଲୋକଙ୍କ ଚିକିତ୍ସା ଚାଲୁଛି | ଉଭୟଙ୍କର ୧୦ ଦିନ ପୂର୍ବରୁ ବିବାହ ହୋଇଥିଲା ଏବଂ ବିବାହ ପରେ ୪ ଡିସେମ୍ବରକୁ ବରର ମୃତ୍ୟୁ ହୋଇଯାଇଥିଲା |

ବାସ୍ତବରେ ପିଟିଆଇ ମୁତାବକ ୪ ଡିସେମ୍ବର ଦିନ ବରର ମୃତ୍ୟୁ ହୋଇଥିଲା ତେବେ ବରକୁ ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ରହିଥିଲା, କିନ୍ତୁ ତାଙ୍କର କରୋନା ଟେଷ୍ଟ କରାଯାଇ ନଥିଲା | ଏହାପରେ ସନ୍ଦେହ ହେବାରୁ ପରିବାରର କରୋନା ଯାଞ୍ଚ କରାଯାଇଥିଲା ଏବଂ ୯ ଜଣ ଲୋକ କରୋନା ସଂକ୍ରମିତ ଭାବରେ ଚିହ୍ନଟ ହୋଇଥିଲେ |

ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ନିତା କୁଳଶ୍ରେଷ୍ଠ କହିଥିଲେ ଯେ ଯୁବକଙ୍କର ୨୫ ନଭେମ୍ବର ଦିନ ବିବାହ ହୋଇଥିଲା | ବିବାହର ତୁରନ୍ତ ପରେ ଯୁବକଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ୪ ଡିସେମ୍ବର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି | କରୋନା ଟେଷ୍ଟରେ ବଧୂଙ୍କ ସମେତ ୯ ଜଣ ଲୋକ କରୋନା ସଂକ୍ରମିତ ଥିବାର ଚିହ୍ନଟ ହୋଇଥିଲେ | ଏମାନଙ୍କ ମଧ୍ୟରେ ବଧୂଙ୍କର ଶାଶୂ ମଧ୍ୟ ଶାମିଲ ରହିଛନ୍ତି | ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଛି |

ଏହାଛଡା ଗାଁର ଅନ୍ୟ ଲୋକଙ୍କର କରୋନା ଯାଞ୍ଚ ପାଇଁ ମେଡିକାଲ କ୍ୟାମ୍ପ ଲଗାଯାଇଛି | ଡ. ନିତା କହିଛନ୍ତି ଯେ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରୋନା ଯାଞ୍ଚ କ୍ୟାମ୍ପ ଲଗାଯାଇଛି, ଯାହାଦ୍ୱାରା ତାଙ୍କ ସହିତ ସମ୍ପର୍କରେ ଆସିଥିବା ଲୋକଙ୍କର ଚିହ୍ନଟ କରି ସେମାଙ୍କର ଯାଞ୍ଚ କରାଯାଇ ପାରିବ |

ଡ. ନିତା କୁଳଶ୍ରେଷ୍ଠ ଏହା ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ କରୋନା ସଂକ୍ରମଣର ବର୍ତ୍ତମାନ ପର୍ଯ୍ୟନ୍ତ ୩୬୭୩ କେସ ସାମ୍ନାକୁ ଆସି ସାରିଛି | ସେମାନଙ୍କ ମଧ୍ୟରୁ ୬୭ ରୋଗୀଙ୍କର ମୃତ୍ୟୁ ହୋଇସାରିଛି | ଜିଲ୍ଲାରେ ଏହି ସମୟରେ ୧୭୧ ରୋଗୀଙ୍କ ଚିକିତ୍ସା କରାଯାଉଛି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *