ଆଜିର ସମୟରେ ଘୋଟାଲା ମାମଲା ଏତେ ଅଧିକ ମାତ୍ରାରେ ବଢି ଯାଇଛି ଯେ ଲୋକମାନେ କାହା ଉପରେ ବିଶ୍ୱାସ କରିପାରୁ ନାହାନ୍ତି | ଲୋଭି ଲୋକମାନେ ଅନ୍ୟର ଭାବନାକୁ ଆହତ କରି ନିଜର ସ୍ୱାର୍ଥ ପୂରଣ କରିଥାନ୍ତି | ଏହି କାରଣରୁ ଆଜି ଲୋକମାନେ ପ୍ରକୃତରେ ଅବ୍ୟାଶ୍ୟକତା ଥିବା ଲୋକଙ୍କର ସାହାଯ୍ୟ କରିବାକୁ ମଧ୍ୟ ପଛାଇ ଯାଉଛନ୍ତି | ନିକଟରେ ଠକାମିର ଏପରି ଏକ ଘଟଣା ଇଂଲଣ୍ଡରୁ ସାମ୍ନାକୁ ଆସିଛି | ଇଂଲଣ୍ଡର ଚେଶାୟରରେ ରହୁଥିବା ଟୋନି ଷ୍ଟେଣ୍ଡେନ ନିଜ ବନ୍ଧୁଙ୍କ ସହିତ ନିଜକୁ କ୍ୟାନ୍ସର ପୀଡିତ କହି ଠକିଥିଲେ | ସେ କ୍ୟାନ୍ସର ବାହାନା କରି ନିଜ ବନ୍ଧୁଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକିଥିଲେ ଏବଂ ତାହାପରେ ସେହି ଟଙ୍କାରେ ନିଜର ଏକ ଗ୍ରାଣ୍ଡ ବିବାହ ଆୟୋଜନ କରିଥିଲେ | ତାଙ୍କ ବନ୍ଧୁ ମାନଙ୍କୁ ଏହି ଠକାମୀର କୌଣସି ଅନୁମାନ ମଧ୍ୟ ହୋଇ ନଥିଲା | ମହିଳା ଜଣକ ଠକାମୀକୁ ଏତେ ସଠିକ ଭାବରେ ଯୋଜନା କରିଥିଲେ ଯେ ସେ ନିଜର ବାଳ କାଟି ନଣ୍ଡା ମଧ୍ୟ ହୋଇଯାଇଥିଲେ | କିନ୍ତୁ ମହିଳାଙ୍କ ଦ୍ୱାରା ଏପରି ଏକ ଭୁଲ ହୋଇଗଲା ଯାହାପରେ ସମସ୍ତ ରହସ୍ୟ ଖୋଲିଗଲା | ଗୋଟିଏ ଫୋଟୋ ତାଙ୍କର ସମସ୍ତ ମିଛ ବନ୍ଧୁଙ୍କ ସାମ୍ନାକୁ ଆଣିଦେଇଥିଲା | ବର୍ତ୍ତମାନ ମହିଳାଙ୍କର ଜେଲ ଯିବାର ସ୍ଥିତି ଆସିଯାଇଛି |
ଟୋନୀ ସବୁବେଳେ ଧୂମଧାମରେ ବିବାହ କରିବାକୁ ଚାହୁଁଥିଲେ | ତାଙ୍କ ସ୍ବପ୍ନ ଥିଲା ଫିଲ୍ମ ପରି ବିବାହ କରିବାର | କିନ୍ତୁ ତାଙ୍କ ପାଖରେ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଟଙ୍କା ନଥିଲା | ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ ଟୋନି ଏକ ଷଡଯନ୍ତ୍ର କରିଥିଲେ |
ଏହାପରେ ସେ ଇନଷ୍ଟାଗ୍ରାମରେ ସେ ନିଜର କିଛି ମେକଅପ ନକରିଥିବା ଫୋଟୋ ଅପଲୋଡ଼ କରିଥିଲେ, ଯେଉଁଥିରେ ସେ ରୋଗୀଣା ପରି ନଜର ଆସୁଥିଲେ | ନିଜ ବନ୍ଧୁଙ୍କର ଏପରି ସ୍ଥିତି ଦେଖି ଟୋନିଙ୍କର ବନ୍ଧୁମାନେ ତାଙ୍କ ପାଇଁ ଟଙ୍କା ଜମା କରିବା ଆରମ୍ଭ କରିଦେଇଥିଲେ |
କିଛି ସମୟ ପରେ ଟୋନିଙ୍କର କ୍ୟାନସର ଚିକିତ୍ସା ପାଇଁ ୮ ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଜମା କରି ନେଇଥିଲେ | ନିଜ ବନ୍ଧୁଙ୍କୁ ଫସାଇବା ପାଇଁ ଟୋନି ନିଜର ବାଳ ମଧ୍ୟ କାଟି ନେଇଥିଲେ ଏବଂ ନଣ୍ଡା ହୋଇଯାଇଥିଲେ | ଯାହାଦ୍ୱାରା ବନ୍ଧୁଙ୍କୁ ଲାଗିବ ଯେ ସେ ଟଙ୍କାରେ ନିଜର କେମୋ ଥେରାପି କରାଉଛନ୍ତି |
କ୍ୟାନସର ଫଣ୍ଡରେ ଜମା ଟଙ୍କାକୁ ନେଇ ଟୋନି ନିଜର ୫୨ ବର୍ଷର ପ୍ରେମୀଙ୍କୁ ଧୂମଧାମରେ ବିବାହ କରିଥିଲେ | ସେ ସମ୍ପୂର୍ଣ୍ଣ ନିଜ ସ୍ବପ୍ନ ପରି ବିବାହ କରିଥିଲେ | ଏହାପରେ ଦମ୍ପତି ତୁର୍କୀ ଚାଲି ଯାଇଥିଲେ | ସେଠାରୁ ଯେତେବେଳେ ସେ ନିଜର କିଛି ଫୋଟୋ ଗୁଡିକ ସେୟାର କରିଥିଲେ ସେତେବେଳେ ଟୋନିଙ୍କ ବନ୍ଧୁଙ୍କୁ ସନ୍ଦେହ ହୋଇଥିଲା |
ଏହାର କିଛି ସମୟ ପରେ ଟୋନି ଇନଷ୍ଟାଗ୍ରାମରେ ନିଜର କରୋନା ପଜିଟିଭ ହୋଇଥିବାର କଥା ସେୟାର କଲେ | ସେତେବେଳେ ତାଙ୍କ ବନ୍ଧୁଙ୍କ ସନ୍ଦେହ ବଢି ଯାଇଥିଲା | ସେ କ୍ୟାନସର ହସ୍ପିଟାଲରୁ ଟୋନିଙ୍କର ବିବରଣୀ ବାହାର କରିଥିଲେ ଏବଂ ସମସ୍ତ ଠକାମିର ରହସ୍ୟ ଖୋଲିଯାଇଥିଲା |
ବର୍ତ୍ତମାନ ଟୋନିଙ୍କର ବନ୍ଧୁ ତାଙ୍କ ଉପରେ ବିଶ୍ୱାସଘାତକର ଆରୋପ ଲଗାଉଛନ୍ତି | ଏଥିସହିତ ତାଙ୍କ ଉପରେ ଧୋକା କରିଥିବାର ଆରୋପ ଲଗାଇ କେସ ଫାଇଲ କରିଥିଲେ | ପୋଲିସ କାର୍ଯ୍ୟାନୁଷ୍ଠାନ ହେବା ପରେ ନିଜର ଏହି ଠକାମୀ ପାଇଁ ଜେଲ ଯିବାକୁ ମଧ୍ୟ ପଡିପାରେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।