ଇସ୍ରାଏଲର ଜଣେ ବରିଷ୍ଠ ସ୍ପେସ ଅଧିକାରୀ ଏଲିୟନଙ୍କୁ ନେଇ ଚାଞ୍ଚଲ୍ୟକାରୀ ଖୁଲାସା କରିଛନ୍ତି | ଗତ ୩୦ ବର୍ଷ ହେବ ଇସ୍ରାଏଲର ସ୍ପେସ ସିକ୍ୟୁରିଟି ପ୍ରୋଗ୍ରାମର ମୁଖ୍ୟ ଏବଂ ଅବସରପ୍ରାପ୍ତ ଜେନେରାଲ ହାଏମ ଇସେଦଙ୍କ କହିବା କଥା ଯେ ଏଲିୟନ ଅଛନ୍ତି ଏବଂ ସେମାନେ ପୃଥିବୀପୃଷ୍ଠରେ ମଧ୍ୟ ରହୁଛନ୍ତି ଏହାଛଡା ସେମାନେ ଗୋପନୀୟ ପ୍ରକ୍ରିୟାରେ ଆମେରିକା ଏବଂ ଇସ୍ରାଏଲ ସମ୍ପର୍କରେ ଅଛନ୍ତି |
ସେ କହୁଛନ୍ତି ଯେ ଏଲିୟନମାନେ ନିଜ ଅସ୍ତିତ୍ବ ବିଷୟରେ ସାଧାରଣ ଲୋକଙ୍କ ସମ୍ମୁଖରେ ଖୁଲାସା କରିବାକୁ ଚାହୁଁ ନାହାନ୍ତି କାରଣ ତାଙ୍କୁ ଲାଗୁଛି ଯେ ଲୋକମାନେ ବର୍ତ୍ତମାନ ଏହି ପ୍ରକାରର ଖୁଲାସା ପାଇଁ ପ୍ରସ୍ତୁତ ନାହାନ୍ତି | ହାଏମ ଇସ୍ରାଏଲର ଖବରକାଗଜ ୟା Yediot Aharonotକୁ ଦେଇଥିବା ଏକ ସାକ୍ଷାତକାରରେ ଏହା ମଧ୍ୟ ଦାବି କରିଥିଲେ ଯେ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲିୟନଙ୍କର ରହସ୍ୟ ଲୋକମାନଙ୍କୁ ଜଣାଇଥାନ୍ତେ କିନ୍ତୁ ସଠିକ ସମୟରେ ଗେଲେଣ୍ଟିକ ଫେଡେରେସନର ଏଲିୟନମାନେ ଟ୍ରମ୍ପଙ୍କୁ ଅଟକାଇଥିଲେ |
ଗେଲେଣ୍ଟିକ ଫେଡେରେସନ ଅଧୀନରେ ଆମେରିକାର ଏଲିୟନମାନଙ୍କ ସହିତ ଗୁପ୍ତ ଚୁକ୍ତି ରହିଛି ଏବଂ ଏହି ଚୁକ୍ତି ହିସାବରେ ମଙ୍ଗଳ ଗ୍ରହରେ ଏକ ଅଣ୍ଡରଗ୍ରାଉଣ୍ଡ ବେସ ତିଆରି କରାଯାଇଛି ଯେଉଁଠାରେ ଆମେରିକାର ଏଷ୍ଟ୍ରୋନଟ ଏବଂ କିଛି ଏଲିୟନ ଉପସ୍ଥିତ ରହିଛନ୍ତି | ଇସେଦଙ୍କ ମୁତାବକ ଟ୍ରମ୍ପ ଠାରେ ଏଲିୟନଙ୍କ ଉପସ୍ଥିତି ବିଷୟରେ ଘୋଷଣା କରିବାକୁ ହିଁ ଯାଉଥିଲେ ମାତ୍ର ଏହି ଏଲିୟନ ସାବସାଧାରଣରେ କୌଣସ ପ୍ରକାରର ଚାଞ୍ଚଲ୍ୟ ଖେଳାଇବାକୁ ଚାହୁଁ ନଥିଲେ | ସେମାନେ ଅପେକ୍ଷା କରୁଛନ୍ତି ଯେ ଯେତେବେଳେ ମାନବ ସଭ୍ୟତା ବ୍ରହ୍ମାଣ୍ଡ, ସ୍ପେସସିପ ଏବଂ ୟୁନିଭର୍ସ ସହ ଜଡିତ ଜଟିଳ ଜିନିଷକୁ ବୁଝିବାକୁ ସଫଳ ହୋଇଯିବେ ସେତେବେଳେ ସେମାନେ ନିଜ ଅସ୍ତିତ୍ବ ବିଷୟରେ ଲୋକଙ୍କୁ ଜଣାଇଦେବେ |
ଇସେଦ କହିଛନ୍ତି ଯେ ଆମେରିକା ସରକାର ଏବଂ ଏଲିୟନଙ୍କ ମଧ୍ୟରେ ଚୁକ୍ତି ଅଧୀନରେ ଏହି ଏଲିୟନ ପୃଥିବୀପୃଷ୍ଠରେ ଅନେକ ପ୍ରକାରର ପ୍ରୟୋଗ କରିଥାନ୍ତି | ମାନବ ସଭ୍ୟତା ପରି ଏଲିୟନ ମଧ୍ୟ ଗବେଷଣା କରୁଛନ୍ତି ଏବଂ ବ୍ରହ୍ମାଣ୍ଡର ଗୁଢ ରହସ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି କାମରେ ତାଙ୍କୁ ଆମର ସାହାଯ୍ୟର ଆବଶ୍ୟକତା ରହିଛି |
ଇସେଦଙ୍କର କହିବା କଥା ଏହା ମଧ୍ୟ ଥିଲା ଯେ, ଯଦି ସେ ଏହି କଥା ଆଜିରୁ ପାଞ୍ଚ ବର୍ଷ ପୂର୍ବରୁ ସର୍ବସାଧାରଣରେ କହିଥାନ୍ତେ ତେବେ ତାଙ୍କୁ ହସ୍ପିଟାଲ ପହଞ୍ଚାଇ ଦିଆଯାଇଥାନ୍ତା | କିନ୍ତୁ ତାଙ୍କୁ ବିଶ୍ୱାସ ରହିଛି ଯେ ବର୍ତ୍ତମାନ ସବୁକିଛି ପରିବର୍ତ୍ତନ ହେବ | ଇସେଦ କହିଛନ୍ତି ଯେ ସେ ଯେଉଁଠାରେ ମଧ୍ୟ ନିଜ କଥା କହିଲେ ସମସ୍ତେ ତାଙ୍କୁ ପାଗଳ ବୋଲି କହିଥିଲେ କିନ୍ତୁ ସେସବୁ କଥାର ତାଙ୍କୁ କୌଣସି ଚିନ୍ତା ନାହିଁ ଏବଂ ତାଙ୍କ ପାଖରେ ହରାଇବା ପାଇଁ ମଧ୍ୟ କିଛି ନାହିଁ |
୨୦୧୧ ମସିହାରେ ଯେତେବେଳେ ଇସେଦ ଅବସର ଗ୍ରହଣ କରିଥିଲେ ସେତେବେଳେ ତାଙ୍କ ଯୋଗଦାନକୁ ଦେଖି ଇସ୍ରାଏଲର ଗଣମାଧ୍ୟମ ତାଙ୍କୁ ଫାଦର ଅଫ ଇସ୍ରାଏଲ ସେଟେଲାଇଟ ପ୍ରୋଗ୍ରାମ ମଧ୍ୟ କହିଥିଲେ | ନିଜ ପଦବୀରୁ ବାହାରିଯିବା ପରେ ସେ ନିଜର ସବୁଠୁ ଅଧିକ ଧ୍ୟାନ ଗୋଟିଏ ଜିନିଷ ଉପରେ ରଖିଥିଲେ ଯାହା ତାଙ୍କ ପାଇଁ ବହୁତ ରହସ୍ୟମୟ ଏବଂ ଆକର୍ଷକ ଅଟେ, ତାହା ହେଉଛି ଏଲିୟନ |
ଜେରୁସେଲମ ପୋଷ୍ଟ ମୁତାବକ, ଏହି ବ୍ୟକ୍ତି ଜଣକ ନିଜ ଚିନ୍ତାଧାରାକୁ ଏକ ପୁସ୍ତକର ରୂପ ପ୍ରଦାନ କରିଛନ୍ତି | ଦ ୟୁନିଭର୍ସ ବେୟାଣ୍ଡ ଦ ହରିଜନ ନାମକ ଏହି ପୁସ୍ତକରେ ସେ ଏହା ମଧ୍ୟ ବୁଝାଇବାକୁ ଚେଷ୍ଟା କରିଛନ୍ତି କିପରି ଏହି ଏଲିୟନ ମାନଙ୍କ ପାଇଁ ଆମ ପୃଥିବୀ ଉପରେ ନ୍ୟୁକ୍ଲିୟର ଦୁର୍ଘଟଣା ହେବାରୁ ରକ୍ଷା ପାଇ ଯାଇଛି | ସେ ନିଜର ଏହି ପୁସ୍ତକରେ ଏଲିୟନଙ୍କର ପ୍ରକୃତି, ତାଙ୍କ ଅସ୍ତିତ୍ବ ସହ ଜଡିତ ଅନେକ ଥିଓରୀ ଦେଇଛନ୍ତି |
ଉଲ୍ଲେଖନୀୟ ଯେ ଇସ୍ରାଏଲର ସ୍ପେସ ଏଜେନ୍ସି ଏକ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ପ୍ରସ୍ତୁତି କରୁଛନ୍ତି | ଏହାପୂର୍ବରୁ ଇସ୍ରାଏଲ ମଧ୍ୟ ଏପ୍ରିଲ ମାସରେ ଚେଷ୍ଟା କରିଥିଲା କିନ୍ତୁ ତାଙ୍କର ଏହି ବ୍ୟକ୍ତିଗତ ଫଣ୍ଡିଙ୍ଗ ରୋବଟିକ କ୍ରାଫ୍ଟ ସହ ଜଡିତ ମିଶନ ବିଫଳ ହୋଇଯାଇଥିଲା | ଏହାପୂର୍ବରୁ କେବଳ ଆମେରିକା, ଚୀନ ଏବଂ ପୂର୍ବ ସୋଭିଏତ ୟୁନିୟନ ଚନ୍ଦ୍ର ଉପରେ ଏକ ନିୟନ୍ତ୍ରଣ ପଦାର୍ପଣ କରି ପାରିଥିଲା | ଇସେଦ ହୁଏତ ଏହା ଦାବି କରିଛନ୍ତି ଯେ ଆମେରିକାର ଏଷ୍ଟ୍ରୋନଟ ମଙ୍ଗଳ ଗ୍ରହରେ ଏଲିୟନ ସହିତ ଅଣ୍ଡରଗ୍ରାଉଣ୍ଡ ବେସରେ ରହିଛନ୍ତି କିନ୍ତୁ ଏହା ସତ୍ୟ ଅଟେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ମଙ୍ଗଳ ଗ୍ରହରେ କୌଣସି ମଣିଷର ପଦାର୍ପଣ କରାଇ ପାରି ନାହିଁ | କିନ୍ତୁ ଆମେରିକା ଏବଂ ଚୀନର ମଙ୍ଗଳ ଉପରେ ସର୍ବଦା ଦୃଷ୍ଟି ରହିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।