ଚୀନ ତରଫରୁ ଆମେରିକାରେ ଜାସୁସି କରିବାର ଏକ ବଡ ଖୁଲାସା ସାମ୍ମନାକୁ ଆସିଛି। axios.com ରିର୍ପୋଟ ଅନୁସାରେ , ଚୀନର ଜଣେ ମହିଳା ପାଖପାଖି ପାଞ୍ଚ ବର୍ଷ ହେବ ଆମେରିକାରେ ରହି ଆସୁଛନ୍ତି ଏବଂ ଏହା ସହିତ ତାଙ୍କର କେତେକ ନେତା ମାନଙ୍କ ସହ ରୋମାଂଟିକ୍ସ ରିଲେସନଶିପରେ ମଧ୍ୟ ରହିଛନ୍ତି। ଅତି କମରେ ସେହି ମହିଳା ଦୁଇଟି ନେତାଙ୍କ ସହିତ ରାତି କଟାଇଛନ୍ତି।
ଡେଲି ମେଲରେ ଛପା ଯାଇଥିବା ରିର୍ପୋଟ ଅନୁସାରେ ଫାଙ୍ଗ ଫାଙ୍ଗ ବା କ୍ରିସ୍ଟୀନ ଫାଙ୍ଗ ନାମକ ଜଣେ ମହିଳା କଥିତ ଭାବରେ ଚୀନର ଏକ ଖୁଫିୟା ଏଜେନ୍ସି ପାଇଁ କାମ କରୁଥିଲେ। ଫାଙ୍ଗ ଆମେରିକାରେ କେତେକ ନେତା ମାନଙ୍କର ଭୋଟରେ ପଇସାର ସାହାର୍ଯ୍ୟ ମଧ୍ୟ କରିଥିଲେ। ଫାଙ୍ଗ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଆମେରିକାର କୈଲିଫୋର୍ନିଆରେ ରହିଥିଲେ , କିନ୍ତୁ ଯେତେବେଳେ ତାଙ୍କୁ ଆଭାଷ ହେଲା କି ଏଫବିଆଇ ତାଙ୍କ ପର୍ଯ୍ୟନ୍ତ ପହଁଚି ପରେ ସେତେବେଳେ ସେ ସେଠାରୁ ପଳାଇ ଥିଲେ।
ଫାଙ୍ଗ ଆମେରିକା ସଂସଦର ସବୁଠାରୁ କମ ବୟସର ସଦସ୍ୟ ପାଖରେ ପହଁଚିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଆମେରିକ ସଂସଦ ଏରିକ ସ୍ବାଲବେଲଙ୍କର ଦ୍ବିତୀୟ ଥର ଇଲେକ୍ସନ ଲଢିବାରେ ଫାଙ୍ଗ ତାଙ୍କ ପାଇଁ ପଇସା ଯୋଗାଡ କରିଥିଲେ। ଫାଙ୍ଗ ପଇସାରେ ମଧ୍ୟ ତୁଲସୀ ଗର୍ବାଡ ଙ୍କର ସାହାର୍ଯ୍ୟ କରିଥିଲେ। କୈଲିଫୋର୍ନିଆର ରାଜନୀତିକ ସର୍କିଲରେ ଫାଙ୍ଗ ବହୁତ ଫେମସ ହୋଇ ଯାଇଥିଲେ। କହିବା ଅନୁସାରେ ସେ ଦୁଇ ଜଣ ବଛା ଯାଇଥିବା ନେତା ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। axios.com ରିର୍ପୋଟ ଅନୁସାରେ ମହିଳା ଜଣକ ଚୀନ ସୁରକ୍ଷା ମନ୍ତ୍ରାଳୟର ନିର୍ଦେଶ ଅନୁସାରେ କାମ କରୁଥିଲେ।
ଫାଙ୍ଗଙ୍କ ବିଷୟରେ କୁହାଯାଉଛି ଯେ ଏଫବିଆଇକୁ ଅଚାନକ ଜଣା ପଡିଥିଲା ଯେତେବେଳେ ଏଜନ୍ସି ଅନ୍ୟ କୌଣସି ବ୍ୟକ୍ତିର ଜାଞ୍ଚ କରୁଥିଲା। ଫାଙ୍ଗ ଏହି କାମରୁ ଜଣା ପଡୁଛି ଯେ ଚୀନ କିପରି ଅନ୍ୟ ଦେଶ ମାନଙ୍କରେ ପସି ତଥ୍ୟ ସଂଗ୍ରହ କରୁଛି।
ଫାଙ୍ଗଙ୍କୁ ଜାଣିଥିବା ଲୋକମାନଙ୍କ ଅନୁସାରେ , ସେ ଆମେରିକା ଆସିବା ପାଇଁ କୈଲିଫୋର୍ନିଆ ସ୍ଟେଟ ୟୁନିବର୍ସିଟି ରେ ଭାଗ ନେଇଥିଲେ। ଫାଙ୍ଗ ଚାଇନିଜ ସ୍ଟୁଡେଣ୍ଟ ଏସୋସିଏଶନ ଏବଂ ଏଶିଏନ ପୈସେଫିକ ଆଇଲୈଣ୍ଡର ଆମେରିକନ ପବ୍ଲିକ ଅଫେୟର୍ସର ପ୍ରେସିଡେଣ୍ଟ ମଧ୍ୟ ବଛା ଯାଇଥିଲେ। ଏହି ପଦରେ ରହିଥିବାରୁ ଫାଙ୍ଗ କୈଲିଫୋର୍ନିଆର ରାଜନୈତିକ ସର୍କଲରେ ଏଣ୍ଟ୍ରି ମାରିଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।