ଲଖନଊରେ ଏକ ବ୍ୟକ୍ତି ସ୍ବାମୀ ସ୍ତ୍ରୀର ସମ୍ପର୍କକୁ ନିନ୍ଦନୀୟ କରି ଦେଇଛି। ସ୍ବାମୀ ଯେତେବେଳେ ମଦ ନିଶାରେ ଘରକୁ ପହଁଚିଲା ସେତେବେଳେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ଯାଇଥିଲା। ସେହି ଝଗଡା ସମୟରେ ମଦୁଆ ସ୍ବାମୀ ନିଜର ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲା , ସେଥିରେ ସେ ସଫଳ ନହେବାରୁ ପରେ ସ୍ତ୍ରୀ ର ଜିହ୍ବା କାଟି ଦେଈଥିଲା।
ରିର୍ପୋଟ ଅନୁସାରେ ଲଖନଊ ତହସିଲର ଭଟ୍ଟ ଗାଁର ରଚିତ ରାବତ ନାମକ ଏକ ବ୍ୟକ୍ତି ମଦ ନିଶାରେ ଘରେ ଆସି ପହଚି ଥିଲା। ସେହି ସମୟରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତି ହୋଇଥିଲା। ଯୁକ୍ତି ସମୟରେ ସ୍ବାମୀ ସ୍ତ୍ରୀ କୁ ବହୁତ ମାଡ ମାରିବା ସହିତ ତାର ତଣ୍ଟି ଚିପି ଦେଇଥିଲା। ତଣ୍ଟି ଚିପିବାରୁ ସ୍ତ୍ରୀର ଜିହ୍ବା ବାହାରକୁ ବାହାରି ଯାଇଥିଲା ସେହି ସମୟରେ ସେହି ମଦୁଆ ସ୍ବାମୀ ନିଜ ଦାନ୍ତରେ କାମୁଡି ନିଜର ସ୍ତ୍ରୀର ଜିହ୍ବା କାଟି ଦେଇଥିଲା।
ମୁହଁରୁ ରକ୍ତ ବାହାରିବା ପରେ ମଧ୍ୟ ସେହି ନୃସଂଶ ସ୍ବାମୀ ସ୍ତ୍ରୀ ସୁମନଙ୍କୁ ଛାଡି ନଥିଲା ତା ପରେ ମଧ୍ୟ ତକୁ ସେ ବାଡାଉ ଥିଲା , ସ୍ତ୍ରୀର ଚିତ୍କାର ଶୁଣି ଆଖ ପାଖ ଲୋକ ସେଠାକୁ ଆସି ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ।
ଠିକ୍ ସମୟରେ ପୋଲିସ ସେଠାରେ ପହଁଚି ସୁମନଙ୍କୁ ହସ୍ପିଟାଲରେ ର୍ଭତ୍ତୀ କରିଥିଲା ଯେଉଁଠି ତାଙ୍କର ଅବସ୍ଥା ବହୁତ ଗମ୍ଭୀର ବୋଲି କୁହାଯାଉଛି। ପୋଲିସ ରଚିତ ରାବତକୁ ଠିକ୍ ସମୟରେ ଗିରଫ କରି ନେଇଛି।
ଡିସିପି ସେଣ୍ଟ୍ରାଲ ସୋମେନ ବର୍ମାଙ୍କ ଅନୁସାରେ ଆରୋପୀ ରଚିତ ସ୍ତ୍ରୀକୁ ମାଡ ମାରିବା ପରେ ଜିହ୍ବା କାଟି ଦେଇଛି , ପୋଲିସ ଆରୋପୀ ସ୍ବାମୀକୁ ଗିରଫ କରି ନେଇଛି ଏବଂ ଏହି ଘଟଣା ବିଷୟରେ ଆଗକୁ କାମ ଚାଲିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।