ଚଳିତ ବର୍ଷ ଡିସେମ୍ବର ୨୧କୁ ଅନ୍ତରିକ୍ଷରେ ଏମିତି ଚମତକାର ହେବ ଯାହା ଏହା ପୂର୍ବରୁ ୧୬୨୩ ବର୍ଷରେ ହୋଇଥିଲା। ବାସ୍ତବରେ ଏକ ର୍ଦୁଲଭ ସ୍ବର୍ଗୀୟ ଘଟଣା ହେବ ଯେଉଁଥିରେ ବୃହଷ୍ପତି ଏବଂ ଶନି ଏହି ଦିନରେ ବହୁତ ନିକଟତର ହେବେ। ଏଥିପାଇଁ ଏହା ଚମତକାର ତାର ମାନଙ୍କ ପରି ଲୋକମାନଙ୍କୁ ଦେଖିବାକୁ ମିଳିବେ। ଏହି ଅଦ୍ଭୂତ ସଂଯୋଗ ପାଖାପାଖି ୩୯୭ ବର୍ଷ ପରେ ହୋଇଛି ଏବଂ ଯଦି ଆପଣ ଏହା ଦେଖି ପାରିବେନି ତାହାଲେ ଆପଣଙ୍କୁ ପୁଣି ୬୦ବର୍ଷ ଅପେକ୍ଷା କରିବାକୁ ପଡିବ।
୧୬୨୩ ବର୍ଷ ପରେ କେବେ ବି ଏହି ଦୁଇଟି ଗ୍ରହ ଏତେ ପାଖାପାଖି ରହି ନାହାଁନ୍ତି ଏବଂ ଏଥିପାଇଁ ଏହାକୁ ମହା ସଂଯୋଗ ବୋଲି କୁହାଯାଉଛି। ଏମପି ବିଡଲା ତାରାମଣ୍ଡଳର ନିଦେଶକ, ପ୍ରଶାଦ ଦୂଆରି ନିଜ ବୟାନରେ କହିଛନ୍ତି କି ଏହା ବହୁତ ର୍ଦୁଲଭ ସଂଯୋଗ ଅଟେ। ଯାହା ହଜାର ବର୍ଷରେ ଥରେ ହୋଇଥାଏ।
ସେ କହିଛନ୍ତି କି ଯଦି ଦୁଇଟି ସ୍ବର୍ଗୀୟ ପିଣ୍ଡ ପୃଥିବୀରୁ ଜଣେ ଅନ୍ୟ ଜଣଙ୍କ ପାଖରେ ଦେଖା ଦେଇଥାଏ , ତେବେ ଏହାକୁ ସଞ୍ଜ୍ୟୁଗ୍ମନ କୁହାଯାଏ ଏବଂ ଶନି ଏବଂ ବୃହଷ୍ପତିର ଏମିିତି ସଂଯୋଗକୁ ମହା ସଞ୍ଜ୍ୟୁଗ୍ମନ କୁହାଯାଏ।
ଦୂଆରୀ କହିଛନ୍ତି କି ୨୧ ଡିସେମ୍ବର ରାତିରେ ଏହି ଦୁଇ ଗ୍ରହ ଙ୍କର ଭୌତିକ ଦୂରତା ପାଖାପାଖି ୭୩୫ ମିଲିୟନ କିମି ହେବ। ଏହାପରେ ଏପରି ଅଦ୍ଭୂତ ସଂଯୋଗ ୨୦୮୦ ମାର୍ଚ୍ଚ ୧୫ ରେ ହେବ। ସେ କହିଛନ୍ତି କି ଡିସେମ୍ବର ୨୧କୁ ଦୁଇ ଗ୍ରହ ପରସ୍ପରର ନିକଟତର ହେବାର ଦେଖିବାକୁ ମିଳିବ।
ଡିସେମ୍ବର ୨୧ ତାରିଖ ଦିନ ଭାରତର ଅଧିକାଂଶ ସ୍ଥାନରେ ସୂର୍ଯ୍ୟାସ୍ତ ପରେ ଏହି ଅଦ୍ଭୂତ ଦୃଶ୍ୟକୁ ଲୋକମାନେ ନିଜ ଆଖିରେ ଦେଖି ପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।