ମଟନର ମୂଲ୍ୟ ବଦଳରେ ମର୍ଡର ଘଟଣା ସାମ୍ମନାକୁ ଆସିଛି। ଏହି ଘଟଣା ଝାଡଖଣ୍ଡ ସୀମା କ୍ଷେତ୍ର ସହିତ ଲାଗିଥିବା ଓଡିଶା ର ବଣ୍ଡାମୁଣ୍ଡା ଥାନା କ୍ଷେତ୍ରର ଅଟେ। ଏଠାରେ ଏକ କସାଈ ନିଜର ମାଂସର ମୂଲ୍ୟ ବଦଳରେ ଜଣେ ବୃଦ୍ଧ ଲୋକକୁ ପିଟି ପିଟି ହତ୍ୟା କରିଛି। ଏବେ ପୋଲିସ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରୁଛି। ସେଇଠି ଏହି ଘଟଣା ଘଟେଇ ସାରିବା ପରେ ମାଂସ ବେପାରୀ କସାଈ ଫେରାର ଅଛି।
ମଟନର ମୂଲ୍ୟ ବଦଳରେ ମର୍ଡର ଘଟଣା ସାମ୍ମନାକୁ ଆସିଛି। ଏହି ଘଟଣା ଝାଡଖଣ୍ଡ ସୀମା କ୍ଷେତ୍ର ସହିତ ଲାଗିଥିବା ଓଡିଶା ର ବଣ୍ଡାମୁଣ୍ଡା ଥାନା କ୍ଷେତ୍ରର ଅଟେ। ଏଠାରେ ଏକ କସାଈ ନିଜର ମାଂସର ମୂଲ୍ୟ ବଦଳରେ ଜଣେ ବୃଦ୍ଧ ଲୋକକୁ ପିଟି ପିଟି ହତ୍ୟା କରିଛି। ଏବେ ପୋଲିସ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରୁଛି। ସେଇଠି ଏହି ଘଟଣା ଘଟେଇ ସାରିବା ପରେ ମାଂସ ବେପାରୀ କସାଈ ଫେରାର ଅଛି।
ବାସ୍ତବରେ ଓଡିଶାର ବଣ୍ଡାମୁଣ୍ଡା ତିଲକା ନଗରରେ ରହୁଥିବା ୫୮ ବର୍ଷିୟ ସେଲକର୍ମୀ ପଦ୍ମଲୋଚନ ମଟନ ବେପାରୀ ଦେବାଶିଷ ସାହୁଙ୍କ ଠାରୁ ତିନି ହଜାର ଟଙ୍କାର ମଟନ ଉଧାର ନେଇ ସାରିଥିଲେ। ସେଲକର୍ମୀ ପହ୍ନାଲୋଚନ ଘରେ ଏକାଥିବା ସମୟରେ ମଟନର ପଇସା ଆଣିବା ପାଇଁ ଦେବାଶିଷ ସାହୁ ତାଙ୍କ ଘରେ ଯାଇ ପହଁଚି ଥିଲେ। ପଇସା ନ ଦେବାରୁ ପ୍ରଥମେ ଦେବାଶିଷ ବୃଦ୍ଧ ଜଣଙ୍କୁ ବହୁତ ବିଧା , ଗୋଇଠା , ଚାପୁଡା ବହୁତ ମାରିଥିଲେ । ଏହାପରେ ପହ୍ନାଲୋଚନଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେବାଶିଷ ଏତେ ପିଟିଥିଲ କି ସେ ଦରମରା ହୋଇଯାଇ ଥିଲେ।
ପଦ୍ମଲୋଚନଙ୍କୁ ଏପରି ଦରମରା ଅବସ୍ଥାରେ ଦେବାଶିଷ ଛାଡି ପଳାଇଲା। ତାପରେ ପଡୋଷି ଲୋକ ତାଙ୍କୁ ଆହତ ଅବସ୍ଥାରେ ଘରକୁ ଆଣି ରଖିଥିଲେ। ବିନା କୌଣସି ଚିକିତ୍ସା ପାଇଁ ବୃଦ୍ଧ ଜଣକ ଘରେ ପଡି ରହିଥିଲା ଏବଂ ପର ଦିନ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।
ପଦ୍ମଲୋଚନଙ୍କ ମୃତ୍ୟୁ ପରେ ତାଙ୍କ ଭାଈ କମଲ ପୂର୍ତୀ ମାଂସ ବେପାରୀ ଦେବାଶିଷଙ୍କ ବିରୋଧରେ ବଣ୍ଡାମୁଣ୍ଡା ଥାନାରେ ଯାଇ ଅଭିଯୋଗ କରିଛନ୍ତି। ଯାହାପରେ ପୋଲିସ ଏହି ଘଟଣା ତଦନ୍ତ ଆରମ୍ଭ କରିଛି। ପୋଲିସ ଦେବାଶିଷ ଘରକୁ ମଧ୍ୟ ଯାଇଥିଲେ କିନ୍ତୁ ଦେବାଶିଷ ଫେରାର ଅଛି।
ବଣ୍ଡାମୁଣ୍ଡା ଥାନା ପୋଲିସ କହିଛନ୍ତି କି ମଟନ ବେପାରୀ ଦେବାଶିଷକୁ ବହୁତ ଜଲଦି ଗିରଫ କରାଯିବ। ପୋଲିସର କହିବା ଏହାକି ମଟନର ପଇସା ନ ଦେବାରୁ ଏପରି ଘଟଣା ଘଟିଛି। ପଚରା ଉଚରାରେ ପାଖ ଆଖ ଲୋକ କହିଛନ୍ତି କି କିପରି ମଟନ ବେପାରୀ କସାଈ ଦେବାଶିଷ ପଇସା ହାସିଲ କରିବା ପାଇଁ ବୃଦ୍ଧ ଲୋକ ଜଣଙ୍କୁ ଖୁଣ୍ଟରେ ବାନ୍ଧି ପିଟି ମାରିଦେଲା।
ମୃତକ ପଦ୍ମଲୋଚନଙ୍କର ଭାଈ କମଲ ପୂର୍ତିଙ୍କର କହିବା ଏହା କି ମୋ ଭାଈ ତିନି ହଜାର ଟଙ୍କାର ମାଂସ ଖାଇଥିଲେ। ମୁଁ ମଧ୍ୟ କହୁଥିଲି କି ତା ପଇସା ଦେଇଦିଅ ବୋଲି କିନ୍ତୁ ଦେବାଶିଷ ପଇସା ଆଦାୟ କରିବାକୁ ଆସି ମୋ ଭାଈକୁ ବାଡେଇ ବଡେଇ ମାରିଦେଲା। ଏହି ଘଟଣାକୁ ନେଇ ଡିଏସପି ଅସୀମ ପଣ୍ଡାଙ୍କର କହିବା ଏହା କି ପୋଲିସ ଏହାର ଜାଞ୍ଚ କରୁଛି। ଏବେ ଆରୋପୀ ଫେରାର ଅଛି କିନ୍ତୁ ବହୁତ ଜଲଦି ଅଭିଯୁକ୍ତକୁ ଗିରଫ କରାଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।