ଗୋରଖପୁର ପୋଲିସ ସୋମବାର ଦିନ ଏକ ହତ୍ୟା ଘଟଣାର ସମାଧାନ ପାଇଁ ଆରୋପୀକୁ କେବଳ ୮ଘଣ୍ଟା ମଧ୍ୟରେ ଗିରଫ କରି ହାଜତକୁ ପଠାଇ ଦେଇଛନ୍ତି।ଯୁବକ ଜଣଙ୍କ ଭଉଣୀ ସହ ଖରାପ ବ୍ୟବହାରକୁ ବିରୋଧ କରିଥିଲେ ଏବଂ ଆରୋପୀକୁ ଭଉଣୀ ସହ ଫୋନରେ କଥା ହେବାପାଇଁ ମନା କରିଦେଇଥିଲେ। କିନ୍ତୁ ଆରୋପୀ ମାନି ନଥିଲେ।
ଗୋରଖପୁର ପୋଲିସ ସୋମବାର ଦିନ ଏକ ହତ୍ୟା ଘଟଣାର ସମାଧାନ କରିବାକୁ ଯାଇ ଆରୋପୀକୁ କେବଳ ୮ଘଣ୍ଟା ମଧ୍ୟରେ ଗିରଫ କରି ହାଜତକୁ ପଠାଇ ଦେଇଛନ୍ତି।ଯୁବକ ଜଣଙ୍କ ଭଉଣୀଙ୍କ ସହ ଖରାପ ବ୍ୟବହାରକୁ ବିରୋଧ କରିଥିଲେ ଏବଂ ଆରୋପୀକୁ ଭଉଣୀ ସହ ଫୋନରେ କଥା ହେବାପାଇଁ ମନା କରିଦେଇଥିଲେ। କିନ୍ତୁ ଆରୋପୀ ମାନି ନଥିଲେ।ପ୍ଳଟକୁ ସଙ୍ଗେସଙ୍ଗେ ଯୁବତୀଙ୍କ ଭାଇଙ୍କୁ ଡ଼ାକିଥିଲେ ଏବଂ ପୁଣି ହତ୍ୟା କରି ଶବକୁ ପୋଖରୀ କୂଳକୁ ଫିଙ୍ଗି ଦେଇଥିଲେ।

ପୋଲିସ କହୁଛନ୍ତି କି ସିକରୀଗଞ୍ଜ ଥାନା କ୍ଷେତ୍ରର ବରୋହୀ ଗାଁରେ ରବିବାର ଦିନ ସକାଳୁ ପୋଖରୀ କୂଳକୁ ମୁହଁ ବନ୍ଧା ହୋଇଥିବା ୨୫ବର୍ଷର ଯୁବକର ଶବ ମିଳିଛି। ଯାହାର ଚିହ୍ନଟ ପଡୋଶୀ ଗାଁର ଅବରାରୂପରେ ରହୁଥିବା ସୁରଜୀତଙ୍କର ବୋଲି କରାଯାଇଛି।ଜଣା ଯାଉଛି କି ସୁରଜୀତ ଶନିବାର ୫ଡିସେମ୍ବର ସଂଧ୍ୟା ୬ଟାରେ ଘରୁ ବାହାରି ଥିଲେ , ଏହା ପରେ ଆଉ ଫେରି ନଥିଲେ। ଏହାପରେ ତାଙ୍କ ଜେଜେବାପା ରାମ ପ୍ରଗଟ ନିଖୋଜ ଦରଖାସ୍ତ ଜମା କରାଇଥିଲେ।
କେବଳ ୮ଘଣ୍ଟାରେ ଆରୋପୀ ଗିରଫ
ପୋଲିସ ତର୍ଜମା ଆରମ୍ଭ କରିଦେଇଥିଲେ ଏବଂ ଅନୁମାନ ଆଧାରରେ ମୋବାଇଲର CDR(କଲ୍ ଡିଟେଲ ରେକର୍ଡିଙ୍ଗ)କୁ ପୋଲିସ ପରିକ୍ଷା ପାଇଁ ଅନୁଧ୍ୟାନ କରିଲେ। ଏହା ପରେ ସିକରୀ ଗଞ୍ଜର ବରୋହୀ ଗାଁରେ ରହୁଥିବା ଦୀପେନ୍ଦ୍ର ସିଂହ ଅଥବା ସିଣ୍ଟୁଙ୍କ ଉପରେ ପୋଲିସର ସନ୍ଦେହ ହେଲା। ପୁଣି ଜଣା ପଡିଲାକି ସେ ସୁରଜୀତଙ୍କ ଭଉଣୀଙ୍କ ସହ ୪୫ ଦିନ ମଧ୍ୟରେ ୩୬୪ଥର କଥାବାର୍ତ୍ତା କରିଛନ୍ତି। ପୋଲିସ ସନ୍ଦେହ ଆଧାରରେ ଆରୋପୀ ଦୀପେନ୍ଦ୍ର ସିଂହଙ୍କୁ ଆରୋପ କରିଥିଲେ। ବ୍ୟକ୍ତିଙ୍କୁ ପଚରାଉଚରା କରାଗଲା ତ ସେ ହତ୍ୟା କରିଥିବାର କଥାକୁ ମାନିନେଇଥିଲେ।
ସେ ପୋଲିସକୁ କହିଛନ୍ତି କି ସେହି ମୃତକ ସୁରଜୀତଙ୍କ ଭଉଣୀ ସହ କଥାବାର୍ତ୍ତା କରୁଥିଲେ। ଯେତେବେଳେ କଥାବାର୍ତ୍ତା ହେଉଥିବା ଘଟଣା ସୁରଜୀତଙ୍କୁ ଜଣା ପଡିଥିଲା,ତ ସେ କଥାବାର୍ତ୍ତା କରିବା ପାଇଁ ମନା କରିଦେଇଥିଲେ। ଏହି କଥାକୁ ନେଇ ଦୀପେନ୍ଦ୍ର ସିଂହ ନିରାଶ ହୋଇଯାଇଥିଲେ। ଶନିବାର ଦିନ ସଂଧ୍ୟାରେ ଆରୋପୀ ଦୀପେନ୍ଦ୍ର ସିଂହ ସୁରଜୀତଙ୍କୁ ଘଟଣାସ୍ଥଳ ନିକଟକୁ ଫୋନ୍ କରି ଡକାଇ ଥିଲେ ଏବଂ ତାଙ୍କ ହତ୍ୟା କରିଦେଇଥିଲେ।