ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ସକାଳୁ ଉଠିବା ମାତ୍ରେ କଣ ଦେଖିଲେ ଶୁଭ ହୋଇଥାଏ। ଖାଲି ଟଙ୍କାର ବର୍ଷା ହୋଇଥାଏ। ତେବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ଆସନ୍ତୁ ଜାଣିବା ସକାଳୁ ଉଠିବା ମାତ୍ରେ କେଉଁ ସବୁ ଜିନିଷ ଦେଖିବା ବା ଶୁଣିବା ମାତ୍ରେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ମଙ୍ଗଳମୟ ଏବଂ ଶୁଭମୟ ହୋଇଥାଏ। ଯଦି ଆପଣ ସକାଳୁ ଉଠିବା ମାତ୍ରେ କୌଣସି ସାକାରତ୍ମକ ଜିନିଷର ସ୍ୱର ଶୁଣନ୍ତି ବା ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ। ତେବେ ବନ୍ଧୁଗଣ ସେହି ସାକାରତ୍ମକ ଜିନିଷ ଗୁଡିକ ହେଉଛି ସକାଳୁ ଉଠୁ ଉଠୁ ଯଦି ଆପଣ ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳେ ତେବେ ତାହେଲେ ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆଖି ଖୋଲୁ ଖୋଲୁ ସର୍ବପ୍ରଥମେ ଦହି କିମ୍ବା କ୍ଷୀର ପାତ୍ର ଉପରେ ନଜର ପଡେ ତାହେଲେ ମଧ୍ୟ ସମ୍ପୂର୍ଣ୍ଣ ଦିନ ଯାକ ଶୁଭ ହୋଇଥାଏ । ଆଉ ମଧ୍ୟ ସେହି ଦିନ ଯଦି କିଛି ମଙ୍ଗଳମୟ କାର୍ଯ୍ୟ କରିବାକୁ ଚାହୁଁଥାନ୍ତି ବା ଶୁଭ କାର୍ଯ୍ୟରେ ବାହାରିବାକୁ ଚାହୁଁଥାନ୍ତି ତେବେ ସେହି କାର୍ଯ୍ୟଟି ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଆହୁରି ମଧ୍ୟ ଜାଣିବା।
ଭିକାରି ଦେଖିଲେ:
ଯଦି ସକାଳୁ କୌଣସି ଭିକାରି ଭିକ୍ଷା ମାଗିବାକୁ ଆସେ ତ ବୁଝିଯାନ୍ତୁ କି ଆପଣ ଉଧାର ଦେଇଥିବା ଧନ ଖୁବ ଶୀଘ୍ର ଫେରି ପାଇବେ। ତେଣୁ ଭିକାରିକୁ ଦେଖି କେବେବି ଅସ୍ତ ବ୍ୟସ୍ତ ହୁଅନ୍ତୁ ନାହିଁ ବା ଡରି ଯାଆନ୍ତୁ ନାହିଁ କିମ୍ବା ରାଗି ଯାଆନ୍ତୁ ନାହିଁ। ଏହା ଆପଣଙ୍କୁ ଶୁଭ ଫଳ ଦେଇଥାଏ ଏବଂ ଆପଣଙ୍କର ଦିନଟିକୁ ମଙ୍ଗଳମୟ କରିଥାଏ। ତେଣୁ ଆପଣ ସକାଳୁ ଉଠି ଭିକାରୀକୁ ସାମ୍ନାରେ ପାଇଲେ ଆପଣ ଖୁସି ହୋଇଯାନ୍ତୁ ଯେ ଆପଣଙ୍କର ଉଧାର ଦେଇଥିବା ଟଙ୍କା ବା ଉଧାର ଦେଇଥିବା ଜିନିଷ ଆପଣଙ୍କୁ ଖୁବ ଶୀଘ୍ର ମିଳିବା ପାଇଁ ଯାଉଛି।
ସୁହାଗିନୀ ନାରୀ, ଗାଈ:
ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯିବା ବେଳେ ଆପଣଙ୍କର ସାମ୍ନାରେ ସୁହାଗିନୀ ନାରୀ କିମ୍ବା ଗାଈ ଆସିଯାନ୍ତି ତେବେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିଥାଏ।
ଗୁଡ଼ ନେଇ ଯାଉଥିବା ବ୍ୟକ୍ତି:
ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରି ଯିବା ସମୟରେ କୌଣସି ବ୍ୟକ୍ତି ଗୁଡ଼ ନେଇ ଯାଉଥିବାର ଦେଖନ୍ତି ତାହେଲେ ଆପଣ ବୁଝିଯାନ୍ତୁ ଯେ ଆପଣଙ୍କର କାର୍ଯ୍ୟଟି ବା ଆପଣଙ୍କର ଦିନଟି ବହୁତ ଅଧିକ ଲାଭଦାୟକ ହେବ। ଯାହାକି ଆପଣଙ୍କୁ ଅନେକ ସଫଳତାର ରାସ୍ତା ଦେଖାଇବ। ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବା ସହିତ ଶୁଭ ଫଳ ପ୍ରଦାନ କରିଥାଏ।
କ୍ଷୀର, ପାଣି ଭର୍ତ୍ତି ପାତ୍ର:
ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ସ୍ତ୍ରୀ ବା ପୁରୁଷ କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର ନେଇଯାଉଥିବାର ଦେଖନ୍ତି ତେବେ ତାହା ବହୁତ ଶୁଭ ସଂକେତ ଦେଇଥାଏ।
ହସୁ ଥିବା ବାଳକ:
ଯଦି ରାସ୍ତାରେ କୌଣସି ହସୁ ଥିବା ବାଳକ, ଫୁଲ ଏବଂ ଫଳ ବିକୁଥିବା କେହି ଯଦି ନଜର ଆସେ ତେବେ ଆପଣଙ୍କୁ ନିସନ୍ଦେହ ଲାଭ ପ୍ରାପ୍ତି ହେବ। ତେବେ ଆପଣ ବୁଝିଯାନ୍ତୁ ଯେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ଏବଂ ମଙ୍ଗଳମୟ ହେବ। ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ।
ତେବେ ବନ୍ଧୁଗଣ ଏହି ୫ ଟି ଜିନିଷକୁ ଯଦି ଆପଣ ସକାଳୁ ଉଠି ଦେଖନ୍ତି କିମ୍ବା ଶୁଣନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ଏବଂ ମଙ୍ଗଳମୟ ହେବ ବୋଲି ମାନାଯାଇଥାଏ।