ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଦୁନିଆର ମିଡ଼ିଆର ଚର୍ଚ୍ଚାରେ ରହିଥାଏ | କେତେବେଳେ ସେ ନିଜର ପାଗଳାମୀପୂର୍ଣ୍ଣ ନିଷ୍ପତ୍ତି ପାଇଁ ବଦନାମ ହୋଇଥାନ୍ତି ତ ଆଉ କେବେ ନିଜ ରହସ୍ୟମୟ ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି | ଉତ୍ତର କୋରିଆ ପରି ଛୋଟ ଦେଶର ରାଷ୍ଟ୍ରଧ୍ୟକ୍ଷ ହେବା ପରେ ମଧ୍ୟ ସେ ପ୍ରାୟ ପ୍ରତ୍ୟେକ ଦିନ ସମଗ୍ର ଦୁନିଆର ଗଣମାଧ୍ୟମର ଚର୍ଚ୍ଚାରେ ରହିଥାନ୍ତି, କାରଣ ତାଙ୍କ ଜୀବନ ବିତାଇବାର ନିଜସ୍ୱ ଶୈଳୀ, ଶାସନ କରିବାର ଭିନ୍ନ ପ୍ରକ୍ରିୟା ଏବଂ ଦୁନିଆକୁ ଦେଖିବାର ନିଜର ଏକ ଭିନ୍ନ ଦୃଷ୍ଟିକୋଣ ରହିଛି |
କିମଙ୍କୁ ନେଇ ଏମିତି ତ ଅନେକ କଥା ଅନେକ ରହସ୍ୟ ଆପଣଙ୍କର ସାମ୍ନାକୁ ଆସୁଛି | କଇନ୍ତି ଆଜି ଆମେ ଆପଣଙ୍କୁ କିମଙ୍କ ସହ ଜଡିତ କିଛି ଅକୁହା, ଅଦେଖା ରହସ୍ୟ ଗୁଡିକ ବିଷୟରେ କହିବାକୁ ଯାଉଛୁ | କିମଙ୍କର ଏପରି ଅଭ୍ୟାସ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ | କିମଙ୍କର ଏପରି ନିଷ୍ପତ୍ତି ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ ଏବଂ କିମଙ୍କର ଏପରି ଚିନ୍ତାଧାରା ଯାହା ଆପଣଙ୍କ ମୁଣ୍ଡ ବୁଲାଇଦେବ | ଖାଲି ଏମିତି କିମ ଜୋଙ୍ଗଙ୍କର କଥା ସମଗ୍ର ଦୁନିଆରେ ହୁଏ ନାହିଁ | କିମଙ୍କର ଜୀବନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଏପରି ଅନେକ ରହସ୍ୟ ରହିଛି, ଯାହାକୁ ଜାଣିବା ପରେ ସମଗ୍ର ଦୁନିଆ ସ୍ତବ୍ଧ ହୋଇଯାଇଛି |
ନିଜ ଶୌଚାଳୟକୁ ସାଙ୍ଗରେ ନେଇଯାଇଥାଏ କିମ ?
ଆପଣ ଏହାକୁ କିମ ଜୋଙ୍ଗଙ୍କର ପାଗଳାମୀ କୁହନ୍ତୁ କିମ୍ବା ନିଜ ହାଇଜିନକୁ କିଛି ଅଧିକ ପରିମାଣରେ ସର୍ତର୍କ ରହିବା, କିନ୍ତୁ କିମଙ୍କୁ ଟୟଲେଟ ଫୋବିଆ ରହିଛି | ମିଳିଥିବା ସୂଚନା ମୁତାବକ କିମ ସମଗ୍ର ଦେଶରେ ଯେଉଁ ସ୍ଥାନକୁ ଗଲେ ମଧ୍ୟ ସବୁବେଳେ ତାଙ୍କ ସହିତ ନିଜ ବ୍ୟକ୍ତିଗତ ଟୟଲେଟ ନେଇଯାଇଥାନ୍ତି | କିମଙ୍କ ପହଞ୍ଚିବା ପୂର୍ବରୁ ଏକ ସ୍ୱତନ୍ତ୍ର କାର ଭ୍ୟାନ ସଭା ସ୍ଥଳରେ ଉପସ୍ଥିତ ରହିଥାଏ ଯାହାକି ସବୁବେଳେ ଛାଇ ପରି କିମଙ୍କ ସହିତ ରହିଥାଏ | ତେବେ ସୂତ୍ରରୁ ଜଣାପଡିଛି ଯେ କିମ ଏପରି ଏଥିପାଇଁ କରିଥାନ୍ତି କରନା ଯେପରି ଲୋକମାନେ ତାଙ୍କ ଖାଦ୍ୟପେୟ ବିଷୟରେ ଜାଣି ପରନ୍ତୁ ନାହିଁ | ଏକ ବଡ ଆଶ୍ଚର୍ଯ୍ୟଜନକ ଦାବି ଏହା ହେଉଛି ଯେ କିମ କେବେ ମଧ୍ୟ ଏହି ବ୍ୟକ୍ତିଗତ ଟୟଲେଟକୁ ବ୍ୟବହାର କରି ନାହାନ୍ତି, କିନ୍ତୁ ତାଙ୍କ ସହିତ ସବୁବେଳେ ତାଙ୍କ ୱାଶରୁମ ନିଶ୍ଚିତ ଭାବରେ ଚାଲିଥାଏ |
ବାସ୍କେଟବଲର ଦିୱାନା କିମ:
ବହୁତ ଶକ୍ତ ଚିନ୍ତାଧାରା ଏବଂ ବେରଙ୍ଗ ଜୀବନ ବଞ୍ଚିବା ପାଇଁ ବଦନାମ କିମ ବସ୍କେଟବଲର ଜବରଦସ୍ତ ପ୍ରଶଂସକ ଅଟନ୍ତି | ନିଜର ଯୁବକ ବୟସରେ ବସ୍କେଟବଲର ଏପରି ନିଶା ଥିଲା ଯେ ସେ ବସ୍କେଟବଲ ସୁପରଷ୍ଟାର ମାଇକେଲ ଜାର୍ଡ଼ନଙ୍କ ଚିତ୍ର ବନାଉଥିଲେ | ଏହାଛଡା କିମ ଆମେରିକାର ଚିକାଗୋ ବୁଲସର ପୂର୍ବତନ ଡେନିସ ରଡମେନଙ୍କର ବହୁତ ପକ୍କା ବନ୍ଧୁ ମଧ୍ୟ ଥିଲେ | କିମଙ୍କର ରେଡମେନଙ୍କ ସହ ଭେଟିବାର ସ୍ବପ୍ନ ୨୦୧୩ ମସିହାରେ ପୂର୍ଣ୍ଣ ହୋଇଥିଲା ଯେତେବେଳେ ଏହି ଖେଳାଳି ଜଣକ ଉତ୍ତର କୋରିଆ ଯାତ୍ରା କରିଥିଲେ | ସେସମୟରେ ରେଡମେନ କହିଥିଲେ ଯେ,”ମୋ ପାଦ ଦୁଇ ଦେଶର ସମ୍ପର୍କ ମଧ୍ୟରେ ଜମି ରହିଥିବା ବରଫଙ୍କୁ ତରଲାଇଦେବ | ମୋତେ ଜଣା ନାହିଁ ଯେ ଏପରି ଦାୟିତ୍ତ୍ୱ ମୋତେ କାହିଁକି ମିଳିଛି | ଦୁନିଆକୁ ସୁରକ୍ଷିତ ରଖିବା ମୋ କାମ ନୁହେଁ ଏହା ଓବାମାଙ୍କର କାମ ଅଟେ | ଏହି ଯାତ୍ରା ପରେ ସେ କିମଙ୍କୁ ସମ୍ପୂର୍ଣ୍ଣ ଜୀବନ ପାଇଁ ନିଜ ବନ୍ଧୁ କରିଥିଲେ | ସବୁ ଜିନିଷ ଉପରେ ପ୍ରତିବନ୍ଧ ଲଗାଉଥିବା କିମ ନିଜ ଦେଶରେ ବସ୍କେଟବଲର ଆରମ୍ଭ କରିଥିଲେ | ଏହାପରେ ରଡମେନ ଅନେକଥର ଉତ୍ତର କୋରିଆ ଯାତ୍ରା କରିଥିଲେ |
ନିଜ ବାଳ ନିଜେ କାଟିଥାନ୍ତି କିମ:
କିମଙ୍କୁ ସେଲୁନଙ୍କ ପ୍ରତି ଭୟ ଲାଗିଥାଏ | କିମଙ୍କର ନିକଟବର୍ତ୍ତୀ ଲୋକଙ୍କ ଠାରୁ ଜଣାପଡେ ଯେ ସେ କେବେ ଅନ୍ୟ ପାଖରେ ନିଜ ବାଳ କାଟି ନଥାନ୍ତି, ବରଂ ନିଜ ବାଳକୁ ନିଜେ କାଟିଥାନ୍ତି | କେବେଳ ଏତିକି ନୁହେଁ କିମ ସମଗ୍ର ଦେଶରେ ନିଜ ପରି ହେୟାର ଷ୍ଟାଇଲ ବନାଇ ରଖିବାକୁ ନିୟମ ମଧ୍ୟ ଲାଗୁ କରିଛନ୍ତି | ଅର୍ଥାତ ଦେଶର ସମସ୍ତ ଲୋକଙ୍କୁ ସେମିତି ହିଁ ବାଳ ରଖିବାକୁ ପଡିବ ଯେପରି କିମ ରଖିଛନ୍ତି | ମହିଳା ମାନଙ୍କୁ ମଧ୍ୟ ଛୋଟ ଛୋଟ ବାଳ ରଖିବା ପାଇଁ ବାଧ୍ୟ କରାଯାଇଥାଏ ଅର୍ଥାତ ମୁଣ୍ଡର ପଛ ଭାଗରେ ଏବଂ କାନ ପାଖାପଖିରେ ବାଳ ରହିବ ନାହିଁ କେବଳ ମୁଣ୍ଡର ଉପରି ଭାଗରେ ବାଳ ରହିବ | ଖବର ମୁତାବକ ବର୍ତ୍ତମାନ କେବଳ ଫରଫର୍ମ କରୁଥିବା ଲୋକ ମାନଙ୍କୁ ଲମ୍ବା ବାଳ ରଖିବାର ଅନୁମତି ମିଳୁଛି | ସମଗ୍ର ଦେଶର ବିଶ୍ୱବିଦ୍ୟାଳୟ ମାନଙ୍କରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି ଏବଂ ବାଳ କାଟି ନଥିବା ଛାତ୍ରଛାତ୍ରୀ ମାନଙ୍କର ନିଜେ ଶ୍ରେଣୀ ମନିଟର କଇଁଚି ନେଇ ନିୟମ ପାଳନ ପାଇଁ ବାଳ କାଟିଦେଉଛନ୍ତି | ଏଠାରେ ୨ ସେଣ୍ଟିମିଟରରୁ ଅଧିକ ବାଳ ରଖିବାର ଅର୍ଥ ଆପଣଙ୍କ ପାଇଁ ସମସ୍ୟା ରହିଛି |
ମ୍ୟୁଜିକ ଏବଂ ଝିଅ ମାନଙ୍କର ଦିୱାନା କିମ:
କିମ ଦୁନିଆ ସାମ୍ନାରେ ବହୁତ ପାଗଳ ଏବଂ ନିରସ ଜୀବନ ବିତାଉଥିବାର ନଜର ଆସୁଥିଲେ ମଧ୍ୟ ପ୍ରକୃତ ଜୀବନରେ ବହୁତ ରଙ୍ଗୀନ ମିଜାଜ ଏବଂ ଝିଅ ମାନଙ୍କୁ ପସନ୍ଦ କରିଥାଏ | ଏହି ପାଗଳ ନିଜ ପାଇଁ ଏକ ବିଶେଷ ଝିଅ ମାନଙ୍କର ଗ୍ୟାଙ୍ଗ ବନାଇ ରଖିଛି | ଏହି ଗ୍ୟାଙ୍ଗର ନାମ ହେଉଛି ମୋରଙ୍ଗବୋଙ୍ଗ | ଏହି ଗ୍ୟାଙ୍ଗର ଝିଅମାନେ ସୈନିକ ମାନଙ୍କ ପରି ପୋଷାକ ପିନ୍ଧିଥାନ୍ତି ଏବଂ ବିଲସମୟ ଜୀବନ ବିତାଇଥାନ୍ତି | କିନ୍ତୁ ସର୍ତ୍ତ ଏହା ରହିଥାଏ ଯେ ଏସମସ୍ତ ଝିଅମାନେ ସୁନ୍ଦର ହୋଇଥିବା ଆବଶ୍ୟକ ଏବଂ କିମଙ୍କୁ ପସନ୍ଦ ଆସିବା ପାଇଁ ନିଜକୁ ସୁଢଳ ରଖିବା ଆବଶ୍ୟକ | ସେଥିପାଇଁ ଜବରଦସ୍ତି ଏହି ଝିଅମାନଙ୍କୁ ଡାଇଟିଙ୍ଗ କରାଇଦିଆଯାଇଥାଏ | ଦେଶ ଭକ୍ତିର ଗୀତ ଗାଇବାକୁ ଛାଡିଦେଲେ ଏହି ଗ୍ୟାଙ୍ଗର କାମ ହେଉଛି ପ୍ରଶଂସାର ଗୀତ ଗାଇବା | ଏହି ଝିଅମାନଙ୍କୁ କିମଙ୍କର ପ୍ରଶଂସା କରି ପ୍ରେମ ଗୀତ ଗାଇବାକୁ ପଡିଥାଏ | କିମଙ୍କ ବିଷୟରେ ମିଛ ପ୍ରଶଂସା ମଧ୍ୟ କରାଯାଇଥାଏ |
ସ୍ୱିଜରଲ୍ୟାଣ୍ଡର CHEESEର ଦିୱାନା ହେଉଛନ୍ତି କିମ:
ଗତ କିଛିଦିନ ହେବ କିମ ଜୋଙ୍ଗଙ୍କ ଓଜନ ତୀବ୍ରତାର ସହିତ ବଢୁଛି | ଏହାପଛର କାରଣ ହେଉଛି CHEESE ପ୍ରତି ଥିବା ଦୁର୍ବଳତା | କିମ ସଇଁତଜରଲ୍ୟାଣ୍ଡର ଏମେଣ୍ଟଲ ଚିଜର ଏତେ ବଡ ଦିୱାନା ଅଟନ୍ତି ଯେ ସେ ତାକୁ ଛାଡି ରହି ପାରିବେ ନାହିଁ | କିମ ସ୍ୱିଜରଲ୍ୟାଣ୍ଡରେ ପାଠ ପଢିଥିଲେ ଏବଂ ସେଠାରୁ ହିଁ ତାଙ୍କର ଚିଜ ପ୍ରତି ଶୌକ ରହିଯାଇଥିଲା | ୨୦୧୪ ମସିହାରେ ଯେତେବେଳେ ବଡ ମାତ୍ରାରେ ଏହି ଚିଜ ଉତ୍ତର କୋରିଆକୁ ଆସିଲା ସେତେବେଳେ କିମ ଏହାକୁ ଏତେ ଅଧିକ ଖାଇ ନେଇଥିଲେ ଯେ ସେ ଅନେକ ଦିନ ପର୍ଯ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଥିଲେ | ଏହାଛଡା ଫ୍ରାନ୍ସର ଚିଜ ଖାଇବାର ଲୋଭରେ ସେ ନିଜ ରୋଷେୟାକୁ ଫ୍ରାନ୍ସ ପଠାଇ ତାଲିମ ଦେଇଥିଲେ |
କିମଙ୍କର ରହସ୍ୟମୟ ଧଳା ଘୋଡା:
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ଧଳା ଘୋଡାରେ ବସି ବରଫ ପାହାଡ ଉପରେ ବାହାରି ଯାଇଥାନ୍ତି | ତାଙ୍କ ଲକ୍ଷ୍ୟସ୍ଥଳ ରହିଥାଏ କେବଳ ବରଫରେ ଢାଙ୍କି ରହିଥିବା ପବିତ୍ର ପାଇକେତୁ ପର୍ବତର ଚୋଟୀ | ଯେତେବେଳେ କିମ ଧଳା ଘୋଡା ଉପରେ ବସି ପର୍ବତ ଉପରକୁ ଯାଇଥାଏ ସେତେବେଳେ କିଛିଦିନ ପରେ ଏପରି କିଛି କରିଥାଏ ଯାହା ସମଗ୍ର ଦୁନିଆକୁ ସ୍ତବ୍ଧ କରିଦେଇଥାଏ | କେତେବେଳେ ସେ ମିଶଇଳ ପରୀକ୍ଷଣ କରାଇଥାନ୍ତି ଆଉ କେତେବେଳେ ଦକ୍ଷିଣ କୋରିଆ ଉପରକୁ ରାକେଟ ଛାଡିବାର ଯୋଜନା କରିଥାଏ | କିମଙ୍କର ଏହି ଧଳା ଘୋଡା ଉପରେ ବସିବାର ଅର୍ଥ କିଛି ବଡ ଏବଂ ଖରାପ ହେବାକୁ ଯାଉଛି | କିମଙ୍କର ଏହି ଧଳା ଘୋଡାକୁ ପଡୋଶୀ ଦେଶମାନେ ଏତେ ଭୟ କରିଥାନ୍ତି ଯେ ପ୍ରତ୍ୟେକ ମୂର୍ତ୍ତରେ ଏହି ଘୋଡାର ଲୋକେଶନ ରେକର୍ଡ କରି ରଖିଥାନ୍ତି |
କିମଙ୍କର ଏହି ରହସ୍ୟ ଗୁଡିକୁ ନେଇ ସମଗ୍ର ଦୁନିଆ ଆଶ୍ଚର୍ଯ୍ୟ ଚକିତ, କିନ୍ତୁ ଏସବୁ ସୂଚନାକୁ ନେଇ ମଧ୍ୟ ଦୁଇଟି ମତ ରହିଛି | କିଛି ଲୋକ ଏକଥାକୁ ସଠିକ ମାନୁଥିବା ବେଳେ କିଛି ଲୋକ ଏସବୁକୁ ଗଣମାଧ୍ୟମର ଏକ କାହାଣୀ ବୋଲି କହୁଛନ୍ତି | କାରଣ ଉତ୍ତର କୋରିଆରୁ ଖବର ବାହାରକୁ ଆସିବା ବହୁତ କଷ୍ଟଦାୟକ ଅଟେ, ଏମିତିରେ କିମଙ୍କୁ ନେଇ ମନଗଢା କାହାଣୀ ତିଆରି କରିଦିଆଯାଇଛି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।