ବର୍ତ୍ତମାନ ବିନା ହେଲମେଟରେ ପଛରେ ବସିଲେ ଦେବାକୁ ପଡିବ ଜୋରିମାନା

ପ୍ରଥମରେ ବାଇକ ଚଳାଉଥିବା ବ୍ୟକ୍ତିର ହେଲମେଟ ପିନ୍ଧିବା ବାଧ୍ଯ୍ୟତାମୂଳକ କରାଯାଇଥିବା ବେଳେ ବର୍ତ୍ତମାନ ବାଇକ ପଛରେ ବସିଥିବା ବ୍ୟକ୍ତିର ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି | ତେବେ ବର୍ତ୍ତମାନ କେବଳ ବାଇକ ଚାଲାକ ନୁହନ୍ତି ବରଂ ବାଇକର ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଆବଶ୍ୟକ ହୋଇଯାଇଛି | ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚାଳକଙ୍କ ସହିତ ପଛରେ ବସିଥିବା ମଣିଷ ଉଭୟ ଯଦି ହେଲମେଟ ପିନ୍ଧି ନଥିବେ ତେବେ କିଛି ସମୟ ପାଇଁ ବାଇକ ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯିବ |

ସେହିପରି କିଛି ଦିନ ମଧ୍ୟରେ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରିବା ଯୋଜନା ରାଜଧାନୀରେ କଡ଼ାକଡ଼ି କରାଯାଇଛି | ଏହି ଯୋଜନା ଅଧୀନରେ ମାତ୍ର ୧୦ ରୁ ୧୨ ଦିନ ମଧ୍ୟରେ ୯୭ରୁ ଉର୍ଦ୍ଧ୍ବ ଲୋକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଛି | ତେବେ ଏଣିକି ବିନା ହେଲମେଟରେ ଗାଡିରେ ବସିବା ମଧ୍ୟ ମହଙ୍ଗା ପଡିପାରେ | ବିନା ହେଲମେଟରେ ଗାଡି ଚଳାଉଥିବାର ଧରାପଡ଼ିଲେ ଏକ ହଜାର ଟଙ୍କାର ଜୋରିମାନା ସହିତ ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯିବ |

Leave a Reply

Your email address will not be published. Required fields are marked *