ବରଯାତ୍ରୀ ନେଇ ଯାଉଥିଲେ ଟ୍ରାକ୍ଟର ଓଲଟି ପଡିଥିଲା,୧୫ଫୁଟ ନାଳକୁ ଖସି ପଡ଼ିଥିଲେ ବରଯାତ୍ରୀ,ବର ସମେତ ୬ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଫଟୋ

ଖଣ୍ଡବା(Madhya Pradesh)। ବରଯାତ୍ରୀକୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡି ଯାଇଥିଲା, ଯେଉଁଥିରେ ବସିଥିବା ଲୋକ ୧୫ଫୁଟ ଗଭୀର ନାଳକୁ ଖସି ପଡ଼ିଥିଲେ। ଏଥିରେ ବର, ତାଙ୍କ ମାଆ ସହିତ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିଲା,୧୫ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରୁ ସାତଜଣଙ୍କ ଅବସ୍ଥା ଗମ୍ଭୀର ହୋଇଥିବାର ଜଣା ପଡ଼ିଛି, ଯେଉଁମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଏହି ଘଟଣା ଆଜି ଖାଲବା ଥାନା କ୍ଷେତ୍ରର ମହଲୁ ଗାଁ ନିକଟରେ ହୋଇଛି।

ଖାଲବାର ଗାରବେଣ୍ଡିରୁ କୁଅଁର ସିଂହଙ୍କ ବରଯାତ୍ରୀ ଟ୍ରାକ୍ଟରରେ ଯାଉଥିଲା। ଟ୍ରାକ୍ଟରରେ ମହିଳା ଏବଂ ଛୁଆ ସମେତ ପାଖାପାଖି ୩୫ଜଣ ଲୋକ ବସିଥିଲେ।

ଜଣା ଯାଉଛି କି ଟ୍ରାକ୍ଟରରେ ବସିଥିବା ଲୋକ ୧୫ଫୁଟ ନିଚ୍ଚ ନାଳକୁ ଖସି ପଡ଼ିଥିଲେ। ଘଟଣା ପରେ ସେଠାରେ ଚିତ୍କାର କରି ଡାକିବାର ଶୁଣିବାକୁ ମିଳିଥିଲା। ସେଠାରେ ବର କୁଅଁର ସିଂହଙ୍କର ବି ମୃତ୍ୟୁ ହୋଇଯାଇଥିଲା।

ମରିଥିବା ଲୋକଙ୍କ ମଧ୍ୟରେ ଭାଗବତୀ ବାଈ ସ୍ବାମୀ ସାଲଗରାମ,ସରଜୂବାଈ ସ୍ବାମୀ ଗୋବିନ୍ଦ, ବୁଦ୍ଧିଆ ବାଈ ସ୍ବାମୀ ଭାଗୀରଥ,ତୁଳସାବାଈ ସ୍ବାମୀ ହୀରା ଏବଂ ଗୋପୀବାଈ ସ୍ବାମୀ ମଂଶାରାମ ସାମିଲ ହୋଇଛନ୍ତି।

ସବୁ ଆହତମାନଙ୍କୁ ଖଣ୍ଡବାରେ ଥିବା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି। ଯେଉଁଠାରେ ସାତଜଣଙ୍କ ଅବସ୍ଥା ଗମ୍ଭୀର ବୋଲି କୁହାଯାଇଛି। ସେହି, ଖୁସିର ପରିବେଶ ବିଷାଦରେ ବଦଳିଯାଇଥିଲା।

Leave a Reply

Your email address will not be published. Required fields are marked *