ଡିସେମ୍ବର ୮ରେ ଭାରତ ବନ୍ଦ, ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ?

କିଶାନ ଆନ୍ଦୋଳନ: କୃଷକ ନେତା ୟୁଦ୍ଧବୀର ସିଂହେଙ୍କର କହିବା ଏହା କି ଆମେ ତିନି ଜଣ କାନୁନ ଫେରାଇ ନେବା ବ୍ୟତିତ କୌଣସି ବୁଝା ମଣା କରିବୁ ନାହିଁ। ଏହା ବ୍ୟତିତ MSP ର ଗ୍ୟାରେଣ୍ଟି ମଧ୍ୟ ଆବଶ୍ୟକ। ଆମେ କଥାକୁ ଆଗକୁ ଟାଣି ନେବାକୁ ଚାହୁଁ ନାହୁଁ।

ନୂଆ ଦିଲ୍ଲୀ: ଭାରତୀୟ କୃଷକଙ୍କର ଆନ୍ଦୋଳନ ଏବେ ଉଗ୍ର ହୋଇଚାଲିଛି। କେନ୍ଦ୍ର ସରକାରଙ୍କ କେତେ ଡେରି ପର୍ଯ୍ୟନ୍ତ ଯୁକ୍ତି ପରେ ମଧ୍ୟ କୌଣସି ସମାଧାନ ନ କରିବାରୁ ଏବେ କୃଷକ ମାନେ ୮ ଡିସେମ୍ବରକୁ ଭାରତ ବନ୍ଦ ର ଘୋଷଣା କରିଛନ୍ତି। ତିନୋଟି କୃଷି କାନୁନକୁ ଫେରାଇ ନେବା ପାଇଁ ଦାବି କରୁଥିବା କୃଷକ ୫ ଡିସେମ୍ବରକୁ ଦେଶ ସାରା ପ୍ରତିଛବି ଜଳେଇବେ ଏବଂ ତିନି ଦିନ ପରେ ଭାରତ ବନ୍ଦ କରିବେ।

ଭାରତୀୟ କିଶାନ ଇଉନିଅନର ମହାସଚିବ ଏଚଏସ ଲଖୋବାଲ ସିଙ୍ଘୁ ବର୍ଡରଙ୍କୁ କହିଲେ , କାଲି ଆମେ ସରକାରଙ୍କୁ କହିଲୁ ଯେ କୃଷି କାନୁନ କୁ ଫେରାଇ ନେବାଟା ଜରୁରୀ ଅଟେ। ୫ ଡିସେମ୍ବରକୁ ସାରା ଦେଶରେ ପିଏମ ମୋଦୀଙ୍କର ପ୍ରତିଛବି ଜଳା ଯିବ। ଆମେ ୮ ଡିସେମ୍ବରକୁ ଭାରତ ବନ୍ଦ ର ଘୋଷଣା କରିଛି। ସେଇଠି ନେତା ଯୋଗେନ୍ଦ୍ର ୟାଦବ କହିଛନ୍ତି କି ୮ ଡିସେମ୍ବରକୁ ଭାରତ ବନ୍ଦ ହେବ। ଏହାପରେ କୌଣସି ଗୋଟିଏ ତାରିଖ ଠିକ ହେବ ଯେତେବେଳେ ସବୁ ଟୋଲ ବ୍ଲକ କୁ ଗୋଟିଏ ଦିନ ପାଇଁ ଫ୍ରି କରାଯିବ। କୃଷକଙ୍କର ଏହି ବିରୋଧ ପ୍ରର୍ଦଶନ ଏବେ ଜନ ଆନ୍ଦୋଳନ ହୋଇଗଲାଣି। ଟ୍ରେଡ ଇଉନିଅନ ଫେଡରେଶନ ମଧ୍ୟ ଏହାକୁ ସର୍ମଥନ କରିଛନ୍ତି।

ସେଇଠି କିଶାନ ନେତା ଯଦ୍ଧୁବୀର ସିଂହଙ୍କ କହିବା ଅନୁସାରେ ଆମେ କାନୁନ ଫେରାଇ ନେବା ବ୍ୟତିତ ଅନ୍ୟ କୌଣସି ବୁଝାମଣା କରିବୁ ନାହିଁ। ଏହା ବ୍ୟତିତ ନ୍ୟୁନତମ ସମର୍ଥନ ମୂଲ୍ୟର ଗ୍ୟାରେଣ୍ଟି ମଧ୍ୟ ଦରକାର। ଆମେ ଯୁକ୍ତି କୁ ଆଗକୁ ବଢେଇବାକୁ ଚାହୁଁ ନାହୁଁ।

କଂଗ୍ରେସର କିଶାନ ୟୁନିଟ ଶୁକ୍ରବାରକୁ କେନ୍ଦ୍ର ସରକାରଙ୍କ ଠାରୁ ଆଗ୍ରହ କରିକି ସେମାନେ ସାରା ଦେଶର କିଶାନ ମାନଙ୍କ ହିତ ରେ କୃଷି ସମ୍ଭଧିତ ତିନୋଟି ‘ କଳା କାନୁନ ‘ କୁ ତୁରନ୍ତ ଫେରାଇ ନିଅନ୍ତୁ। ଅଖିଳ ଭାରତ କିଶାନ କଂଗ୍ରେସର ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲଙ୍କୀ ଏହା କହିଛନ୍ତି କି ତାଙ୍କର ସଙ୍ଗଠନ ଶନିବାର କୁ ପ୍ରଦର୍ଶନକାରୀ କୃଷକ ମାନଙ୍କର ସମର୍ଥନରେ ରାଷ୍ଟ୍ରବ୍ୟାପୀ ପ୍ରଦର୍ଶନ କରିବେ। ସେ ଏକ ବୟାନରେ କହିଛନ୍ତି କି ଗତ ଦିନରେ ଯେବେ କୃଷି ବିଧାୟକ ପାସ ହୋଇଥିଲେ ଆମେ ପ୍ରଧାନ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କୁ ପତ୍ର ଲେଖି ନିଜର ବିରୋଧ ଦର୍ଜ କରିଥିଲୁ।

ଏହି ତିନୋଟି କଳା କାନୁନ କୃଷକ ମାନଙ୍କ ଅନୁସାରେ ବଢେଇ ବାର ଅଛି। ଏଥିରେ କେବଳ ପୁଞ୍ଜିପତି ମାନଙ୍କର ଲାଭ ଅଛି। ସରକାରଙ୍କୁ କୁହାଯାଉଛି କି ସେ ଏହି କଳା କାନୁନ କୁ କୃଷକ ମାନଙ୍କ ହୀତ ପାଇଁ ଫେରାଇ ନିଅନ୍ତୁ। ସୋଲଙ୍କି କହିଛନ୍ତି ଆମ ସଂଗଠନ ଦିଲ୍ଲୀ ପାଖରେ ଗତ ଗୋଟିଏ ସପ୍ତାହ ହେବ ଯିଦିରେ ଥିବା କୃଷକ ମାନଙ୍କ ସେବାରେ ଲାଗିଛି। ଆମେ ଆଗକୁ ମଧ୍ୟ ଯେତିକି ସମ୍ଭବ ସେତିକି କୃଷକ ମାନଙ୍କର ସାହାର୍ଯ୍ୟ କରୁବି।

Leave a Reply

Your email address will not be published. Required fields are marked *