ଡେଲିଭରିର ଗୋଟିଏ ଦିନ ପୂର୍ବେ ମା, ଝିଅ ସହିତ ଆତ୍ମହତ୍ୟା, ମୃତ୍ୟୁର ଠିକ୍ ପୂର୍ବେ ପରିଜନଙ୍କୁ ପଠେଇଲେ ଶେଷ ଫଟୋ

ଗର୍ଭବତୀ ମହିଳାଙ୍କର ପର ଦିନ ଡେଲିଭରି ହେବାର ଥିଲା। କିନ୍ତୁ ସେ ଏହା ପୂର୍ବରୁ ନିଜର ମା ଏବଂ ଝିଅ ସହିତ ଆତ୍ମହତ୍ୟା କରିଲେ। ସେମାନେ ଆତ୍ମହତ୍ୟା ପୂର୍ବରୁ ନିଜର ଶେଷ ଫଟୋ ଉଠାଇ ନିଜର ପରିଜନ ଲୋକମାନଙ୍କ ପାଖକୁ ପଠାଇ ଥିଲେ। ଆତ୍ମହତ୍ୟା ର କାରଣ ଏହାକି ହତିଆର ର ଶୌକ ରଖୁଥିବା ସ୍ୱାମୀ ସ୍ତ୍ରୀର ଚରିତ୍ର ଉପରେ ସନ୍ଧେହ କରୁଥିଲା। ହୃଦୟ ଥରେଇ ଦେଲା ପରି ଏହି ଘଟଣା ପଞ୍ଜାବର ତରନତାରନ ସହର ର ଅଟେ।

ବାସ୍ତବରେ ତରନତାରନ ର ଗୁରୁ ତେଗ ବହାଦୂରରେ ଗୀତିନ୍ଦର କୌର ନିଜର ସ୍ବାମୀ ରାଜବୀରଙ୍କ ସହିତ ରହୁଥିଲେ। ଗୀତିନ୍ଦର କୌର ଙ୍କର ପ୍ରଥମରୁ ଲବପ୍ରୀତ ନାମକ ଏକ ବ୍ୟକ୍ତି ସହିତ ହୋଇ ସାରିଥିଲା ଏବଂ ସ୍ୱାମୀ ସହିତ କିଛି ଝଗଡା ପାଇଁ ତଲାଖ ହୋଇ ଯିଇଥିଲା। ଏହାପରେ ତାଙ୍କ ଜୀବନରେ ରାଜବୀର ନାମକ ଏକ ଯୁବକ ଆସିଲେ ଏବଂ ତାଙ୍କୁ ଖୁସି ରଖିବା ପାଇଁ କହିଥିଲେ ଏବଂ ତାଙ୍କର ବିବାହ ହୋଇଥିଲା।

ଗୀତିନ୍ଦରଙ୍କର ପ୍ରଥମ ବିବାହର ଗୋଟିଏ ଝିଅ ଥିଲା ଯାହାର ନାମ ନୁର ଥିଲା। ରାଜବୀରଙ୍କ ସହିତ ତାଙ୍କର ଦ୍ବିତୀୟ ବିବାହ ଥିଲା ଏବଂ ସେ ନଅ ମାସର ର୍ଗଭବତୀ ଥିଲେ। ଶୁକ୍ରବାରକୁ ତାଙ୍କର ଡେଲିଭରି ହେବାର ଥିଲା କିନ୍ତୁ ମା ର ପେଟରେ ସେହି ନିସ୍ପାପ ଶୁଶୁଟିର ମୃତ୍ୟୁ ଲେଖା ଥିଲା।

ପଞ୍ଜାବର ରୋଡବେଜରେ ଗୀତିନ୍ଦର ଚାକିରୀ କରୁଥିଲେ ଏବଂ ତାଙ୍କର ସ୍ୱାମୀ ତାଙ୍କ ଚରିତ୍ର ଉପରେ ସନ୍ଧେହ କରୁଥିଲେ। ଏହା ସହିତ ତାଙ୍କୁ ଜଉତୁକ ପାଇଁ ହଇରାଣ କରୁଥିଲେ। ଏଥିପାଇଁ ଘରେ ଗୀତିନ୍ଦରଙ୍କ ମା ପ୍ରୀତମ କୌର କିଛି ଦିନ ପୂର୍ବେ ଝିଅ ଘରକୁ ଆସିଥିଲେ କାରଣ ତାଙ୍କ ଝିଅର ଡେଲିଭରି ଥିଲା। ସେ ମଧ୍ୟ ନିଜ ନାତୁଣି ଏବଂ ଝିଅ ସହିତ ବିଷାକ୍ତ ଔଷଧ ପିଇ ଦେଇଥିଲେ।

ଗୀତିନ୍ଦରଙ୍କ ପାରିବାରିକ ସମ୍ପର୍କୀୟ ଲୋକମାନଙ୍କର କହିବା ଏହାକି ତାଙ୍କର ସ୍ବାମୀ ତାଙ୍କୁ ଜଉତୁକ ପାଇଁ ତାଙ୍କୁ ହଇରାଣ କରାଉଥିଲା , ତାପରେ ମଧ୍ୟ ସେ ଗୀତିନ୍ଦର ର ଦରମା ଛଡାଇ ନେଇ ଯାଉଥିଲା ଏଥିପାଇଁ ଗୀତିନ୍ଦର ବହୁତ ଚିନ୍ତିତ ରହୁଥିଲେ। ପୋଲିସକୁ ମଧ୍ୟ ଏହି ବିଷୟରେ ବହୁତ ଥର କମ୍ପଲେନ କରାଯାଇଥିଲା କିନ୍ତୁ କୌଣସି ନ୍ୟାୟ ମିଳି ନ ମିଳାବାରୁ ମା, ନାତୁଣି ଏବଂ ଝିଅ ବିଷାକ୍ତ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି।

ଏହି ବିଷାକ୍ତ ଔଷଧ ଖାଇବା ପରେ ନିଜର ଶେଷ ଫଟୋ ଉଠାଇ ନିଜର ସମ୍ପର୍କୀୟ ମାନଙ୍କ ପାଖକୁ ପଠାଇ ଥିଲେ। ଫଟୋରେ ସମସ୍ତେ ପରସ୍ପରକୁ କୁ୍ଣ୍ଢାଇ କାନ୍ଦୁଥିଲେ।

ଗୀତିନ୍ଦର ର ସ୍ୱାମୀ ରାଜବୀର ସିଂହ ହତିଆର ର ବହୁତ ଶୌକୀ ଥିଲେ ଏବଂ ତାଙ୍କର ଫେସବୁକରେ ବିଭିନ୍ନ ପ୍ରକାରର ହତିଆରର ଫଟୋ ଉଠାଇ ପୋଷ୍ଟ କରନ୍ତି। ତାଙ୍କ ପାଖରେ ନିଜର ରାଈଫିଲ ମଧ୍ୟ ଅଛି। ରାଜବୀର ସିଂହ ଏକ ରାଇସ ମିଲରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି ଏବଂ ହତିଆରର ଧମକ ଦେଖାଇ ନିଜର ସ୍ତ୍ରୀକୁ ହଇରାଣ କରେ।

ତରନତାରନ ସିଟିର ଥାନା ଅଧିକାରୀ ଗୁରଚରଣ ସିଂହ କହିଛନ୍ତି କି ପୋଲିସ ମଧ୍ୟ ମାନିଛନ୍ତି କି ଗୀତାନ୍ଦର ବହୁତ ଥର ରାଜବୀରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ଯାହାର ଜାଞ୍ଚ ଏ ପର୍ଯ୍ୟନ୍ତ ଚାଲିଛି। ଏଥିପାଇଁ ଗୀତିନ୍ଦର ନିଜ ମା, ଝିଅ ଏବଂ ନିଜ ପେଟରେ ବଢୁଥିବା ନଅ ମାସର ଶୁଶୁ ସହିତ ବିଷାକ୍ତ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସ୍ବାମୀ ବିରୋଧ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗ ଦର୍ଜ କରି ଜାଞ୍ଚ ଆରମ୍ଭ କରିଦେଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *