ଚୀନ କମ୍ପାନୀ ଅଷ୍ଟ୍ରିଲିଆରେ କିଣିଲା ଆଇଲ୍ୟାଣ୍ଡ, ଏବେ ସେଠାକାର ଲୋକମାନଙ୍କୁ ନିଜ ଦେଶର ଆଇଲ୍ୟାଣ୍ଡକୁ ପ୍ରଵେବଶ କରିବା ମନା

ଚୀନର ଏକ କମ୍ପାନୀ ଗତ ବର୍ଷ ଅଷ୍ଟ୍ରେଲିଆରେ ଏକ ଆଇଲ୍ୟାଣ୍ଡ ଏକ ଭାଗ କିଣିଥିଲା। ଏବେ ଅଷ୍ଟ୍ରେ୍ଲିଆ ଲୋକମାନଙ୍କର ଆରୋପ କି ତାଙ୍କୁ ଆଇଲ୍ୟାଣ୍ଡରେ ପସିବାକୁ ଦିଆ ଯାଉନାହିଁ। ସ୍ଥାନୀୟ ଲୋକମାନଙ୍କର କହିବା ଏହାକି ଆଇଲ୍ୟାଣ୍ଡର ବ୍ୟବହାର କେବଳ ଟୂରିଷ୍ଟ ମାନଙ୍କ ପାଇଁ କରାଯାଉଛି।

keswick island

ଡେଲି ମେଲର ରିର୍ପୋଟ ଅନୁସାରେ, ଚାଇନା ବ୍ଲୁମ ନାମକ କମ୍ପାନୀ ଗତ ବର୍ଷ ଅଷ୍ଟ୍ରେଲିଆରେ କେଶ୍ବିକ ଆଇଲ୍ୟାଣ୍ଡର ଭାଗ ୯୯ ବର୍ଷ ପାଇଁ ଲିଜରେ ନେଇଥିଲା। ଏବେ ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ କି ତାଙ୍କୁ ସେହି ଆଇଲ୍ୟାଣ୍ଡର ଭାଗକୁ ଯିବା ପାଇଁ ଦିଆଯାଉ ନାହିଁ। ଯେଉଁଠି ସାର୍ବଜନୀକ ବୀଚ ଏବଂ ପାର୍କ ଅଟେ।

keswick island

ଆଇଲ୍ୟାଣ୍ଡର ଏକ ଘରେ ଭଡାରେ ରହୁଥିବା ଏକ ଦମ୍ପତିଙ୍କୁ କେବଳ ତିନି ଦିନ ଭିତରେ ଘର ଖାଲି କରିବାକୁ ନୋଟିସ ଦିଆଯାଇଛି। ସେହି ଆଇଲ୍ୟାଣ୍ଡରେ ପୂର୍ବରୁ ରହୁଥିବା ଲୋକମାନଙ୍କୁ ନିଜର ଘରକୁ ଏୟରବୀ ଏନବୀ ଦ୍ୱାରା ଭଡା ଦେବା ମଧ୍ୟ ବନ୍ଦ କରି ଦେଇଛି। ରିର୍ପୋଟ ଅନୁସାରେ ସ୍ଥାନୀୟ ଲୋକମାନେ ଆରୋପ ଲଗେଇଛନ୍ତି କି ଆଇଲ୍ୟାଣ୍ଡ ଚୀନର କମ୍ୟୁନିସ୍ଟ ପିର୍ଟିର ସମ୍ପତି ହୋଇଯାଇଛି। ଲୋକମାନେ ଏହା ମଧ୍ୟ କହିଛନ୍ତି କି ଆଇଲ୍ୟାଣ୍ଡକୁ କେବଳ ଚୀନ ଟୂରିଷ୍ଟ ମାନଙ୍କ ବ୍ୟବହାର କରାଯିବା ପାଇଁ ଚେଷ୍ଟା ଚାଲିଛି।

keswick island

ଆଇଲ୍ୟାଣ୍ଡରେ ପୂର୍ବରୁ ରହୁଥିବା ଜୁଲୀ ବିଲିସ କହିଛନ୍ତି କି ତାଙ୍କୁ ଲାଗୁ ନାହିଁ କି ସେମାନେ ଆଇଲ୍ୟାଣ୍ଡରେ ଅଷ୍ଟ୍ରେଲିଆନ ମାନଙ୍କୁ ଦେଖିବାକୁ ଚାହୁଁଛନ୍ତି। ସେମାନେ କେବଳ ଚୀନ ଟୁରିଷ୍ଟ ମାନଙ୍କ ପାଇଁ ସେହି ଆଇଲ୍ୟାଣ୍ଡ ବ୍ୟବହାର କରିବାକୁ ଚାହୁଁଛନ୍ତି।

keswick island

ଆଇଲ୍ୟାଣ୍ଡର ବଡ ଭାଗ ନେଶନାଲ ପାର୍କ ଅଟେ ବା ସରକାରଙ୍କ ସମ୍ପତି ଅଟେ। ଚୀନ କମ୍ପାନୀ କେବଳ ୨୦ ପ୍ରତିଶଦ ଜମି ଲିଜରେ ନେଇଛି। ଏହାପରେ ଏଠାକାର ସ୍ଥାନୀୟ ଲୋକମାନଙ୍କୁ ସରକାରୀ ପାର୍କକୁ ନ ଯିବା ପାଇଁ ଏଣ୍ଟ୍ରୀ ପଏଣ୍ଟକୁ ବନ୍ଦ କରିବାକୁ ଚେଷ୍ଟା ଚାଲିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *