ଗୋରଖପୁର (Uttar Pradesh,) ବାହାଘର କେବଳ ଦୁଇଘଣ୍ଟା ହେଲା ହୋଇଥିଲା। ଆଜି କନିଆ ଶଶୁର ଘରକୁ ଯିବାପାଇଁ କାରରେ ବସି ଗାଁର ଶେଷ ସୀମାରେ ନିଜ ସ୍ୱାମୀଙ୍କୁ ଅପେକ୍ଷା କରିଥିଲା। ସେତେବେଳେ,ଏକ ଏମିତି ଖବର ତାର କାନ ପାଖରେ ପହଞ୍ଚିଲା କି ସେ ବାହାଘରକୁ ହିଁ ମନା କରିଦେଇଥିଲେ। ହେଲେ ଏକ ଘଣ୍ଟା ପର୍ଯ୍ୟନ୍ତ ସଭା କରିବା ପରେ ବି କଥା ହୋଇପାରିଲା ନାହିଁ। ଶେଷରେ ପୋଲିସ ମହଜୁଦ ଥିବା ଅବସ୍ଥାରେ ବର ପକ୍ଷ କନିଆ ପକ୍ଷ ଲୋକଙ୍କୁ ସମସ୍ତ ଜିନିଷ ଫେରାଇ ଦେଇଥିଲେ ଏବଂ କନିଆ ବିନା ପୁଣି ବରଯାତ୍ରୀ ନେଇ ଫେରିଗଲେ। ଏହି ଘଟଣା ବିପରାଇଚ ଥାନା କ୍ଷେତ୍ରର ହେମଛାପର ଗାଁର ଅଟେ।
ହେମଛାପର ନିବାସୀ ଭୁଆଲ ନିଷାଦଙ୍କ ଘରକୁ ଜଙ୍ଗଲଭୂଷଣ ଟୋଲା ହୈଦରଗଞ୍ଜ ଠାରୁ ବରଯାତ୍ରୀ ଆସିଥିଲା। ବାହାଘର ଯାକଯମକରେ ହୋଇଥିଲା। ସକାଳୁ କନିଆ ବିଦା ହେବା ପାଇଁ ଘରୁ ବାହାରି ଯାଇଥିଲେ।
ଝିଅଘର ପକ୍ଷର ଲୋକମାନେ ବେମାରୀ ଆଶଙ୍କାରେ କନିଆର ବିଦାହେବାକୁ ମନା କରି ଦେଇଥିଲେ। ତୁ-ତୁ,ମେଁ-ମେଁ ପରେ ଝିଅଘର ବାହାଘରରେ ଦେଇଥିବା ସବୁ ଜିନିଷ ପତ୍ର ପୁଅଘର ଲୋକଙ୍କୁ ପୁଣି ମାଗିବାକୁ ଲାଗିଲେ।
ଏକ ଘଣ୍ଟା ଦୁଇ ପକ୍ଷଙ୍କ ମଧ୍ୟରେ ସଭା ବସିଥିଲା। ଜଣା ଯାଉଛି କି ସଭା ସମୟରେ କେତେଥର ବରପକ୍ଷ ଲୋକ ଏହି କଥା କହିଥିଲ କି ସେମାନେ ପୁଅଟିକୁ ପରୀକ୍ଷା କରିପାରିବେ। କିନ୍ତୁ କଥା ରହିଲା ନାହିଁ।
ଘଟଣାର ସୂଚନା ପରେ ପୋଲିସ ବି ଆସିଯାଇଥିଲା। ଦୁଇ ପକ୍ଷକୁ ଥାନାକୁ ଡକାଯାଇଥିଲା। ଯେଉଁଠାରେ ବର ପକ୍ଷ ଲୋକ ସବୁ ଜିନିଷପତ୍ର ଫେରାଇ ଦେବାପାଇଁ ରାଜି ହୋଇଥିଲେ। ଜିନିଷପତ୍ର ଫେରାଇବା ପରେ ଦୁଇ ପକ୍ଷ ଲୋକ ନିଜେ ନିଜେ ସଂପର୍କକୁ ଶେଷ କରିଦେଇଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।