ଚୀନ ପ୍ରସ୍ତୁତ କଲା ଏପରି ଇଞ୍ଜିନ, “ଦୁନିଆରେ ଯେକୌଣସି ସ୍ଥାନରେ ମଧ୍ୟ ୨ ଘଣ୍ଟା ମଧ୍ୟରେ ପହଞ୍ଚିବ”

ଚୀନ ଏପରି ଏକ ହାଇପରସୋନିକ ଜେଟ ଇଞ୍ଜିନ ପ୍ରସ୍ତୁତ କରିବାର ଦାବି କରିଛନ୍ତି ଯାହାକି ଶବ୍ଦର ବେଗ ଠାରୁ ୧୬ ଗୁଣା ଅଧିକ ଦ୍ରୁତ ବେଗରେ ଉଡିପାରିବ | ଏହି ଦାବି ମୁତାବକ ଯଦି ଜେଟ ଇଞ୍ଜିନକୁ କୌଣସି ବିମାନରେ ଫିଟ କରିଦିଆଯିବ ତେବେ ଏହା ଦୁନିଆରେ କେଉଁଠାରେ ମଧ୍ୟ ଦୁଇ ଘଣ୍ଟା ମଧ୍ୟରେ ପହଞ୍ଚିବାରେ ସକ୍ଷମ ହୋଇପାରିବ | କହିରଖୁଛୁ ଯେ ଶବ୍ଦର ବେଗ ୧୨୩୪.୮ ଘଣ୍ଟା ପ୍ରତି କିଲୋମିଟର ରହିଥାଏ |

ଦକ୍ଷିଣ ଚୀନ ମର୍ନିଙ୍ଗ ପୋଷ୍ଟର ରିପୋର୍ଟ ମୁତାବକ, ଚୀନର ନୂତନ ଜେଟ ଇଞ୍ଜିନକୁ Sodramjet ନାମ ଦେଇଛି | ବେଞ୍ଜିଙ୍ଗର ଏକ ସୁଡ଼ଙ୍ଗରେ ଏହାର ପରୀକ୍ଷଣ କରାଯାଇଛି | ପରୀକ୍ଷଣ ସମୟରେ ଜେଟ ଇଞ୍ଜିନ ସୁଡ଼ଙ୍ଗ ଭିତରେ ସର୍ବାଧିକ ବେଗରେ ପହଞ୍ଚିବାରେ ସକ୍ଷମ ହୋଇଛି |

ଗବେଷକ ମାନଙ୍କ କହିବା କଥା ଯେ ପରମ୍ପରାଗତ ରନୱେରେ ଉଡ଼ାଣ ଭରୁଥିବା ବିମାନରେ ମଧ୍ୟ ଏହି ଇଞ୍ଜିନକୁ ଲଗାଯାଇ ପାରିବ | ଉଡ଼ାଣ ଭରିବା ପରେ ଏହି ବିମାନ ଏକ ବିଶେଷ କକ୍ଷପଥରେ ପହଞ୍ଚିବ ଏବଂ ପୁଣିଥରେ ଲୋଡିଂଗ ସମୟରେ ପୃଥିବୀର ବାୟୁମଣ୍ଡଳକୁ ଆସିଯିବ |

ଯଦି ଇଞ୍ଜିନ ଆଗକୁ ଥିବା ପରିକ୍ଷଣ ଗୁଡିକରେ ମଧ୍ୟ ସଫଳ ରୁହେ ଏବଂ ସେନା ମଧ୍ୟ ଏହାକୁ ବ୍ୟବହାର କରେ ତେବେ ବହୁତ ଭୟଙ୍କର ହତିଆର ଅସ୍ତ୍ର ତିଆରି କରାଯାଇ ପାରିବ | ସେହିପରି ଦକ୍ଷିଣ ଚୀନ ମର୍ନିଙ୍ଗ ପୋଷ୍ଟକୁ ଜଣେ ବିଶେଷଜ୍ଞ କହିଲେ ଯେ ନୂତନ ଇଞ୍ଜିନ ସହ ଜଡିତ ଷ୍ଟଡି ପ୍ରକାଶିତ କରାଯାଇଛି ସେଥିରେ ଏହି କଥାର ବିଶେଷ ଧ୍ୟାନ ରଖାଯାଇଛି ଯେପରି ଟେକ୍ନୋଲୋଜିର ପଛରେ ଥିବା ରହସ୍ୟ ସାର୍ବଜନିକ ନହେଉ |

ଗବେଷଣାକାରୀମାନଙ୍କର ମଧ୍ୟ କହିବା କଥା ଏହା ଯେ, ନୂତନ ଟେକ୍ନୋଲୋଜିର ରିଭ୍ୟୁ ମଧ୍ୟ ବୈଜ୍ଞାନିକ ମାନେ କରି ଦେଇଛନ୍ତି | ଏହି ଇଞ୍ଜିନରେ ଇନ୍ଧନ ପାଇଁ ହାଇଡ୍ରୋଜେନର ଉପଯୋଗ କରାଯାଇଛି | ଚାଇନିଜ ଏକାଡେମୀ ଅଫ ସାଇନ୍ସେଜର ପ୍ରଫେସର ଜିଆଙ୍ଗ ଜୋଂଗଲୀନ ଏହି ଇଞ୍ଜିନ ତିଆରି କରିଥିବା ବୈଜ୍ଞାନିକ ମାନଙ୍କ ଟିମର ନେତୃତ୍ୱ କରିଥିଲେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *