ଆମେରିକ ରିର୍ପୋଟରେ ଖୁଲାସା, ଚୀନ କରିଥିଲା ଗଲଓ୍ବାନ ହିଂସାର ସଡଯନ୍ତ୍ର

ଜୁନରେ ଗଲଓ୍ବାନ ଘାଟିରେ ଚୀନର ସୈନିକମାନେ ରାତିର ଅନ୍ଧାରରେ ଭାରତୀୟ ସୈନିକଙ୍କ ଉପରେ ଭୟାନକ ଆକ୍ରମଣ କରିଥିଲା। ଯେଉଁଥିରେ ୨୦ଟି ଭାରତୀୟ ସୈନିକ ମୃତ୍ୟୁ ବରଣ କରିଥିଲେ। ଏବେ ଏହି ଆକ୍ରମଣ ବିଷୟରେ ଏକ ଆମେରିକା ରିର୍ପୋଟ ରେ ଦାବି କରାଯାଇଛି କି ଚୀନ ସରକାର ଗଲଓ୍ବାନ ଘାଟିରେ ହୋଇଥିବା ଆକ୍ରମଣର ସଡଯନ୍ତ୍ର କରିଥିଲା।

ବାସ୍ତବରେ ୟୁନାଇଟେଡ ସ୍ଟେଟ୍ସ ଚୀନ ଈକୋନମିକ ଆଣ୍ଡ ସିକ୍ୟୋରିଟି ରିବ୍ୟୁ କମିଶନ ବୁଧବାରକୁ ଜାରି କରି ରିର୍ପୋଟରେ କହିଲେକି ଗଲଓ୍ବାନ ର୍ଦୁଘଟଣା ଏକ ସଡଯନ୍ତ୍ର ଥିଲା ଏବଂ ଏଥିରେ ଭୟାନକ ଆକ୍ରମଣ ହୋଇଥିଲା। ଏହି କଥାର ପ୍ରମାଣ ଏବେ ସାମ୍ମନାକୁ ଆସିଛି। ସୈଟେଲାଇଟର ଫଟୋରୁ ଜଣା ପଡିଲା କି ସଂଘର୍ଷ କରିବା ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ଚୀନ ଇଲାକାରେ ୧୦୦୦ ସୈନିକଙ୍କୁ ପୋଷ୍ଟ କରିଥିଲା।

ରିର୍ପୋଟ ଅନୁସାରେ ଏହି ଆକ୍ରମଣର ଉଦ୍ଦେଶ୍ୟ ଚୀନର ନିଜର ପଡୋଷୀ ଦେଶ ବିରୋଧରେ ଜୋର ଜବରଦସ୍ତି ଅଭିଯାନକୁ ତିବ୍ର କରିବାର ଥିଲା। ରିର୍ପୋଟରେ ଏହା କୁହାଯାଇଛି କି ବିଜିଙ୍ଗ ନିଜର ପଡୋଷିଙ୍କ ବିରୋଧରେ ଏକ ମଲ୍ଟିଲେୟାର କୈମ୍ପେନ ତିବ୍ର କରି ଦେଇଥିଲା। ଏଥିରେ ଜାପାନ , ଭାରତ ଏବଂ ସାଉଥ ଈଷ୍ଟ ଏସିଆ ଦେଶ ମାନଙ୍କ ସହିତ ତାର ଟେନସନ ବଢିଥିଲା। ଚୀନର ରକ୍ଷା ମନ୍ତ୍ରୀ ନିଜର ଜବାନ ମାନଙ୍କୁ ଯୁଦ୍ଧ ପାଇଁ ପ୍ରୋତ୍ସାହନ କରୁଥିଲା।

ଜୁନ ୨୦୨୦ରେ ଚୀନର ପିପୁଲ୍ସ ଲିବରେଶନ ଆର୍ମି ଏବଂ ଭାରତୀୟ ସୈନିକ ମାନଙ୍କ ଭିତରେ ହିଂସାର ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ଏହି ଘଟଣା ଲାଈନ ଅଫ ଏକ୍ଚୁଅଲ କଣ୍ଟ୍ରୋଲ ରେ ଲାଦାଖର ଗଲଓ୍ବାନ ଘାଟିରେ ହୋଇଥିଲା। ଏଥିରେ ଭାରତର ୨୦ଟି ସୈନିକ ଶହୀଦ ହୋଇଥିଲେ। ସେଇଠି ଚୀନ ପଟରୁ ଆହତ ଏବଂ ମରିଥିବା ସୈନିକ ମାନଙ୍କର ସଂଖ୍ୟା କୁହାଯାଇ ନଥିଲେ।

ଭାରତ ଏବଂ ଚୀନ ମଧ୍ୟରେ ୧୯୭୫ ପରେ ପ୍ରଥମ ଥର ଥିଲା କି ଦୁଇ ଦେଶର ସଂଘର୍ଷ ମଧ୍ୟରେ ସୈନିକ ମାନଙ୍କର ଜୀବନ ଯାଇଥିଲା। ଏହି ଇଲାକାରେ ମେ ଠାରୁ କେତେ ସେକ୍ଟର ରେ ଟେନସନ ବଢି ଯାଇଥିଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *