ଟ୍ରାଫିକ ନିୟମ ଭାଙ୍ଗିଲେ ଗ୍ରହଣ କରାଯିବ କଢ଼ା ପଦକ୍ଷେପ, ଆଉ ଚାଲିବ ନାହିଁ ମାନୁଆଲ ଚାଲାଣ ବର୍ତ୍ତମାନ କେବଳ ଇ-ଚାଲାଣ

ଟ୍ରାଫିକ ନିୟମ ଉଲଂଘନ କରିବା ବ୍ୟକ୍ତିଙ୍କ ଉପରେ କୋଠାର ପଦକ୍ଷେପ ଗ୍ରହଣ କାରାଯିବ | ଏହି ଉଲଂଘନକାରୀଙ୍କୁ ବର୍ତ୍ତମାନର ନୂତନ ନିୟମ ମୁତାବକ ପୋଲିସ ଅଧିକାରୀ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ପ୍ରଦାନ କରିବେ | ତେବେ ଆଜି ପର୍ଯ୍ୟନ୍ତ ଟ୍ରାଫିକ ଉଲଙ୍ଘନକାରୀମାନଙ୍କ ଉଭୟ ମାନୁଆଲ ଏବଂ ଇ-ଚାଲାଣ ଦିଆଯାଇ ଆସୁଥିଲା | ମାନୁଆଲ ଚାଲାଣ ପରିବର୍ତ୍ତେ ଇ-ଚାଲାଣକୁ ବାଧ୍ୟତାମୂଳକ କରିଦେବା ଦ୍ୱାରା ସ୍ଵଚ୍ଚତା ରହିବା ସହିତ ପରିଚାଳନା ବ୍ୟବସ୍ଥା ମଧ୍ୟ ଉତ୍ତମ ହୋଇପାରିବ | ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ମାନୁଆଲ ଚାଲାଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛନ୍ତି | ତେବେ ଏହି ନିଷ୍ପତ୍ତି ବିଷୟରେ ପୋଲିସ ଡିଜିଙ୍କୁ ଅବଗତ କରାଇଦିଆ ଯାଇଛି |

google

ରାଜ୍ୟ ସଡକ ଏବଂ ପରିବହନ ମନ୍ତ୍ରୀ ମଧୁସୂଦନ ପାଢୀ ଆଜି ପୋଲିସ ଡିଜି ଅଭୟଙ୍କୁ ଚିଠି ମାଧ୍ୟମରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ କେବଳ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ କରିବାର ନିର୍ଦେଶ ଦେଇଛନ୍ତି | ତେବେ ୫-ଟି ଅଧୀନରେ ପୋଲିସ ଥାନା ଗୁଡିକୁ ଦିଆଯାଇଥିବା ପିଓଏସ ଡିଭାଇସ ବ୍ୟବହାର କରି ନିୟମ ଉଲଂଘନକାରୀ ମାନଙ୍କ ଠାରୁ ଇ-ଚାଲାଣ ଆଦାୟ କରିବାକୁ କୁହାଯାଇଛି | ପୂର୍ବରୁ ହିଁ ରାଜ୍ୟରେ ଏହି ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଇ-ଚାଲାଣ ମାଧ୍ୟମରେ ସୁନିଶ୍ଚିତ କରାଇବା ପାଇଁ ସରକାର ସମସ୍ତ ଆରଟିଓକୁ ୨୪୩ ପିଓଏସ ଡିଭାଇସ ଦେବା ସହିତ ସମସ୍ତ ଥାନାକୁ ମୋଟ ୭୦୦ ଗୋଟି ମେସିନ ପ୍ରଦାନ କରିଛନ୍ତି |

୫-ଟିକୁ ପରିବହନ ବିଭାଗରେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ଇ-ଚାଲାଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି | ଏନେଇ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ଚିଠି ଲେଖି ପୋଲିସ ଡିଜି ଅଭୟଙ୍କୁ ଜଣାଇଛନ୍ତି ଯେ ପିଓଏସ ଡିଭାଇସ ମାଧ୍ୟମରେ ଇ-ଚାଲାଣ ବାଧ୍ୟତାମୂଳକ କରାଯାଇଛି ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉ | ସୂଚନାଯୋଗ୍ୟ ଯେ ଟିର୍ଫିକ ନିୟମ ଉଲଂଘନ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ ବିଭିନ୍ନ ସ୍ଥାନରୁ ବାରମ୍ବାର ଦେଖିବାକୁ ମିଳୁଥିଲା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *