ଭାରତୀ ସପକ୍ଷରେ ଆସିଲେ କୃଷ୍ଣା, କହିଲେ- ସେ ମୋର ଭଉଣୀ, ତାଙ୍କୁ ଆଉ ଏକ ଅବସର ମିଳିବା ଜରୁରୀ

କମେଡିୟାନ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିବାଞ୍ଚିୟାଙ୍କୁ ନରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ NCB ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ | ଭାରତୀ ଏବଂ ହର୍ଷଙ୍କ ଘରେ ଏନସିବିକୁ ଗଞ୍ଜେଇ ମିଳିଥିଲା, ଯାହା ପରେ ଉଭୟଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଥିଲା ଏବଂ ଗିରଫ କରାଯାଇଥିଲା | ତେବେ ଆଗାମୀ ଦିନ ଭାରତୀ ସିଂହ ଏବଂ ହର୍ଷ ଲିବାଞ୍ଚିୟାଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା | ନିକଟରେ ଖବର ଆସିଥିଲା ଭାରତୀଙ୍କୁ “ଦ କପିଲ ଶର୍ମା ଶୋ”ରୁ ହିତୈ ଦେଇଥିଲେ |

ଗଣମାଧ୍ୟମ ରିପୋର୍ଟ ମୁତାବକ ଚ୍ୟାନେଲ ଭାରତୀ ସିଂହଙ୍କୁ “ଦ କପିଲ ଶର୍ମା ଶୋ” ରୁ ବାହାରକୁ କାଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି | କିନ୍ତୁ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଆଧିକାରିକ ସ୍ତରରେ କୌଣସି ଘୋଷଣା କରାଯାଇ ନଥିଲା | ଏବିଷୟରେ ହାସ୍ୟ ଅଭିନେତା ଏବଂ ଅଭିନେତା କୀକୁ ଶାରଦା କହିଥିଲେ ଯେ ଏପରି କିଛି ନାହିଁ | ଏବଂ ବର୍ତ୍ତମାନ ଅଭିଷେକ ଭାରତୀକୁ ନେଇ କଥା ହୋଇଛନ୍ତି |

ଇ-ଟାଇମ ସହିତ କଥାବାର୍ତ୍ତାରେ କୃଷ୍ଣା ଅଭିଷେକ ମଧ୍ୟ ଏହି ଖବରକୁ ମିଛ କହିଦେଇଛନ୍ତି | କୃଷ୍ଣା କହିଛନ୍ତି ଯେ ଚ୍ୟାନେଲ ତରଫରୁ ଏପରି କୌଣସି ପଦକ୍ଷେପ ଉଠାଯାଇ ନାହିଁ | ସେ କହିଛନ୍ତି ଯେ,”କପିଲ ଏବଂ ମୁଁ ସବୁବେଳେ ଭାରତୀ ସିଂହଙ୍କ ସହିତ ଠିଆ ହୋଇ ରହିବେ, କିଛି ବି କାହିଁକି ହୋଇ ନଯାଉ | ଯଦି ଏପରି ହୁଏ ମଧ୍ୟ ତେବେ ମୁଁ ଭାରତୀଙ୍କୁ ସପୋର୍ଟ କରିବି | ତାଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରିବାକୁ ହିଁ ପଡିବ | ଯାହା ହୋଇଗଲା ତାହା ହୋଇଗଲା | ଆମେ ଭାରତୀ ସହିତ ଠିଆ ହୋଇଛୁ, ମୁଁ ଏବଂ କପିଲ | ତାଙ୍କୁ ମୋ ପକ୍ଷରୁ ସମ୍ପୂର୍ଣ୍ଣ ସପୋର୍ଟ ମିଳିବ ଏବଂ ଚ୍ୟାନେଲ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି ପଦକ୍ଷେପ ଉଠାଇ ନାହିଁ |”

୨୭ ନଭେମ୍ବରର ଶୁଟରେ ଭାରତୀ ସିଂହ ଶାମିଲ ହୋଇ ନଥିଲେ | ଏହାକୁ ନେଇ କୃଷ୍ଣା କହିଛନ୍ତି ଯେ, “ମୋତେ ଲାଗୁଛି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ | ସେ ନିଜେ ହିଁ ଶୁଟିଂ କରିବାକୁ ଚାହୁଁ ନାହାନ୍ତି, ନହେଲେ ନିଶ୍ଚିତ ଭାବରେ ଆସିଥାନ୍ତେ | ଆମେ ଏକ ପରିବାର ପରି ଅଟୁ |” କହିରଖୁଛୁ ଯେ କୃଷ୍ଣା, ଭାରତୀଙ୍କୁ ନିଜ ଭଉଣୀ ପରି ମାନନ୍ତି | ସେ ଭାରତୀ ଏବଂ ହର୍ଷଙ୍କ ଜେଲରୁ ମୁକୁଳିବା ପରେ ଘରକୁ ଆସିବା ପରେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ |

କୃଷ୍ଣା ଅଭିଷେକ ଏବିଷୟରେ କହିଛନ୍ତି ଯେ,”ତାଙ୍କ ମୁକୁଳିବା ପରେ ତାଙ୍କୁ ଭେଟିଥିଲି | ଆମର ବନ୍ଧୁତ୍ୱ ବହୁତ ପୁରୁଣା ଅଟେ | ଆମ ସମ୍ପର୍କ ମଧ୍ୟ ପ୍ରଫେସନାଲ ଠାରୁ ଅଧିକ ଅଟେ | ମୁଁ ହର୍ଷଙ୍କୁ ତାଙ୍କ ସଂଘର୍ଷ କରୁଥିବା ଦିନରୁ ଦେଖିଛି | ମୋ ସାମ୍ନାରେ ଉଭୟ ପରସ୍ପରଙ୍କୁ ଡେଟ କରିବା ଆରମ୍ଭ କରିଥିଲେ ଉଭୟ ପକ୍ଷରୁ ବିବାହ ହୋଷ୍ଟ ମଧ୍ୟ ମୁଁ ହିଁ କରିଥିଲି | ଆରତୀଙ୍କୁ ଛାଡି ଯଦି ମୋର କେହିଜଣେ ଭଉଣୀ ଅଛନ୍ତି ଯାହାଙ୍କୁ ମୁଁ ଗର୍ବର ସହିତ ନିଜ ଭଉଣୀ ବୋଲି କୁହେ ତେବେ ସେ ଭାରତୀ ଅଟନ୍ତି |”

କୃଷ୍ଣା କହିଲେ ଯେ କିପରି କଠିନ ସମୟରେ ଭାରତୀ ତାଙ୍କୁ ସପୋର୍ଟ କରିଥିଲେ | ସେ କହିଥିଲେ ଯେ,”ଭାରତୀ ସଂ,ଅସ୍ତ ଭଲ ମନ୍ଦ ସମୟରେ ମୋ ସହିତ ଠିଆ ହୋଇଥିଲେ | ସେ ପ୍ରଥମ ମଣିଷ ଥିଲେ ଯିଏକି ମୋତେ ଆସି ଭେଟିଥିଲେ ଯେତେବେଳେ ମୋ ପିତା ଅସୁସ୍ଥ ଥିଲେ ଏବଂ ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ | ସେ ହିଁ ପ୍ରଥମ ଥିଲେ ଯିଏକି ମୋ ଜାଅଁଳା ପିଲା ହେବା ପରେ ଫୋନ କରିଥିଲେ | ମୁଁ ମନୀଷ ପଲଙ୍କ ସହିତ ଏକ ଆୱାର୍ଡ ସମାରୋହ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲି ଭାରତୀ କିଛି ନଭାବି ମୋ ସ୍ଥାନରେ କାମ କରିଥିଲେ | ତେବେ ମୋତେ କୌଣସି ମଧ୍ୟ ମୂଲ୍ୟରେ ତାଙ୍କ ଜେଲରୁ ଆସିବା ପରେ ତାଙ୍କୁ ଭେଟିବାର ହିଁ ଥିଲା | ମୋତେ ଅବଶିଷ୍ଟ ଦୁନିଆର କିଛି ଜଣା ନାହିଁ କିନ୍ତୁ ମୁଁ ଭାରତୀ ସହିତ ଠିଆ ହୋଇଛି |”

କୃଷ୍ଣା ଅଭିଷେକ ଏହି କଥାରେ ବିଶ୍ୱାସ କରୁଛନ୍ତି ଯେ ପ୍ରତ୍ୟେକ ମଣିଷକୁ ଦ୍ଵିତୀୟ ଅବସର ମିଳିବା ଆବଶ୍ୟକ | ଭାରତୀଙ୍କ ଜେଲ ଯିବାକୁ ନେଇ ଅନେକ ଲୋକ ଅନେକ କଥା ବନାଇଥିଲେ ଯାହାକୁ ନେଇ କୃଷ୍ଣା ଚିନ୍ତିତ ହୋଇଯାଇଥିଲେ ଏଥିରେ ସବୁଠୁ ଅଧିକ ସମସ୍ୟା ତାଙ୍କୁ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ କଥାରେ ହୋଇଥିଲା | ଏବିଷୟରେ ସେ କହିଥିଲେ ଯେ, “ରାଜୁ ଶ୍ରୀବାସ୍ତବ ବହୁତ ହିଁ ମୂଲ୍ୟହୀନ କଥା କହିଛନ୍ତି | ଯାହା ସେ କହିଲେ ତାହା ଆଶ୍ଚର୍ଯ୍ୟ ଜନକ ଅଟେ |”

କୃଷ୍ଣା ଆଗକୁ କହିଲେ ଯେ, “ସେ ସମଗ୍ର ଜୀବନ ପାଇଁ ସମସ୍ତଙ୍କ ସହିତ ନିଜର ସମ୍ପର୍କ ଖରାପ କରି ନେଇଛନ୍ତି | ଆମ ଟିମର ସମସ୍ତ ସଦସ୍ୟ କ୍ରୋଧିତ ଅଛନ୍ତି ଯେ ତାଙ୍କର ଭାରତୀଙ୍କୁ ଏପରି କହିବା କାରଣରୁ |” ରାଜୁ ଶ୍ରୀବାସ୍ତବଙ୍କ କଥା କହିବାକୁ ଗଲେ ସେ ଡ୍ରଗ୍ସ ମାମଲାକୁ ନେଇ ଭାରତୀ ଏବଂ ହର୍ଷଙ୍କୁ ଟ୍ରୋଲ କରାଯାଇଥିଲା | ସେ ଏକ ଭିଡିଓ ସେୟାର କରି କହିଥିଲେ ଯେ ଲଲ୍ଲି କୁ ଟଲ୍ଲି ହେବା ଉଚିତ ନଥିଲା |

भारती सिंह

ସେହିପରି କୀକୁ ଶାରଦାଙ୍କ କଥା କହିବାକୁ ଗଲେ ସେ ଭାରତୀଙ୍କୁ ନେଇ କହିଥିଲେ ଯେ ଭାରତୀ କେବଳ ଏକ ଏପିସୋଡର ଶୁଟିଂ କରିବାକୁ ଆସିନଥିଲେ, କିନ୍ତୁ ଏହା ସାଧାରଣ ଅଟେ | ପ୍ରତ୍ୟେକ ଏପିସୋଡରେ ଭାରତୀ ଭାରତୀଙ୍କର ରୋଲ ନଥାଏ | କୌଣସି କାରଣ ରହିଥିବ, ଯେଉଁ କାରଣରୁ ସେ ଶୁଟିଂକୁ ଆସି ନଥିଲେ | ଆମ ପାଖରେ ଚ୍ୟାନେଲ ପକ୍ଷରୁ ଭାରତୀ ସିଂହଙ୍କର ଶୋ’ ଛାଡିବାର କୌଣସି ଖବର ଏପର୍ଯ୍ୟନ୍ତ ଆସି ନାହିଁ |

Leave a Reply

Your email address will not be published. Required fields are marked *