ଦିଅର-ଭାଉଜଙ୍କ ଥିଲା ପ୍ରେମ ସମ୍ପର୍କ, ଯୁବକଙ୍କ ବାହାଘର ସ୍ଥିର ହେବାରୁ ଦିଅର ଭାଉଜ କଲେ ଆତ୍ମହତ୍ୟା

ୟୁପିର ଫତେହପୁର ଜିଲ୍ଲାର ଗାଜୀପୁର ଥାନା କ୍ଷେତ୍ରର ବ୍ରାହ୍ମଣତାରା ଗାଁରେ ପ୍ରେମ ପ୍ରସଙ୍ଗ ଚାଲିଥିବା ଦିଅର ଭାଉଜ ଫାଶୀ ଲଗାଇ ଜୀବନ ଦେଇଥିଲେ। ସୂଚନା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦୁଇ ଶବକୁ କବଜାରେ ନେଇ ପୋଷ୍ଟବଟମ ପାଇଁ ପଠାଇ ଦେଇଥିଲେ।

ମୃତକ ସୁନିତା (୨୮ବର୍ଷ)ର ପ୍ରେମ ପ୍ରସଙ୍ଗ ନିଜ ଦିଅର ରାମ ମିଲନ(୨୨ବର୍ଷ)ଙ୍କ ସହିତ ଚାଲିଥିଲା। ଏହା ମଧ୍ୟରେ ପରିବାରଲୋକେ ମୃତକ ଦିଅର ରାମ ମିଲନର ବାହାଘର ସ୍ଥିର କରିଦେଇଥିଲେ। ତାଙ୍କ ବାହାଘର ଆଗତ ବର୍ଷ ୭ମଈ ୨୦୨୧ରେ ହେବାର ଥିଲା। ଏହି କଥାକୁ ନେଇ ଦୁଇଜଣ ରାତିରେ ଶାଢୀରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ।

ସକାଳୁ ଲୋକମାନେ ଦୁଇଜଣଙ୍କୁ ଝୁଲୁଥିବାର ଦେଖିଲେ ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତର୍ଜମା ଆରମ୍ଭ କରିଦେଇଥିଲେ। ବୈଜ୍ଞାନିକ ଟିମରୁ ବି ଘଟଣାକୁ ପରିକ୍ଷା କରି ସାକ୍ଷୀ ଏକତ୍ରିତ କରାଯାଇଥିଲା। ଏହି ଘଟଣା ପରେ ପରିବାର ଲୋକେ କାନ୍ଦିକାନ୍ଦି ଖରାପ ଅବସ୍ଥା ହୋଇଯାଇଥିଲା।

ମୃତକ ଯୁବକଙ୍କ ବଡ଼ଭାଇ ଏବଂ ସୁନିତାଙ୍କ ସ୍ବାମୀ ହରିଓମ୍ ପୋଲିସକୁ କହିଥିଲେ କି “ତାଙ୍କର ଏକ ତିନି ବର୍ଷର ପୁଅ ଏବଂ ତିନିମାସର ଝିଅ ଅଛି। ଛୋଟ ଭାଇ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ଦିନଠାରୁ ପ୍ରେମ ପ୍ରସଙ୍ଗ ଚାଲିଥିଲା”

ଅନ୍ୟ ଏସପି ରାଜେଶ କୁମାରଙ୍କ କହିବା କଥା ହେଉଛି କି ଏହି ସମ୍ବନ୍ଧରେ ଶଶୁର ଶିବ ବରନ ଥାନାରେ ଦରଖାସ୍ତ ଦେଇଛନ୍ତି। ଯାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରତି କୋଣରୁ ଏହି ଆତ୍ମହତ୍ୟା କେସର ତର୍ଜମା କରାଯାଉଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *