SBI PO ନିଯୁକ୍ତି ୨୦୨୦:
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଆବେଦନ କରିବାର ସୁଯୋଗ ମିଳିଛି। ଏସବିଆଇରେ ପ୍ରୋବେସନାରୀ ଅଫିସର (ପିଓ) ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ଦିନ ଡିସେମ୍ବର ୪ ପର୍ଯ୍ୟନ୍ତ ରହିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ sbi.co.in ପରିଦର୍ଶନ କରି ଆବେଦନ କରିପାରିବେ।
SBI PO ନିଯୁକ୍ତି: ପୋଷ୍ଟ ସଂଖ୍ୟା
SBI PO Recruitment ୨୦୨୦ ଅଧୀନରେ ସମୁଦାୟ ୨୦୦୦ ପଦବୀ ପୂରଣ ହେବ। ଏଥିମଧ୍ୟରୁ ୨୦୦ ଟି ସିଟ୍ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ।
SBI PO ନିଯୁକ୍ତି ୨୦୨୦ ପାଇଁ ଶିକ୍ଷାଗତ ଯୋଗ୍ୟତା:
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ସ୍ନାତକୋତ୍ତର ଡିଗ୍ରୀ ଥିବା ଆବଶ୍ୟକ। ଯେଉଁ ପ୍ରାର୍ଥୀମାନେ ଅନ୍ତିମ ବର୍ଷରେ ଅଛନ୍ତି କିମ୍ବା ସ୍ନାତକୋତ୍ତରର ଅନ୍ତିମ ସେମିଷ୍ଟରରେ ଅଛନ୍ତି ସେମାନେ ଏହି ସର୍ତ୍ତରେ ଆବେଦନ କରିପାରିବେ। ଯଦି ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯାଏ, ତେବେ ସେମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ସ୍ନାତକୋତ୍ତର ପ୍ରମାଣପତ୍ର ଉପସ୍ଥାପନ କରିବାକୁ ପଡିବ।
ବୟସ ସୀମା:
SBI PO ନିଯୁକ୍ତି ଅଧୀନରେ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବାବେଳେ ସର୍ବାଧିକ ବୟସ ୩୦ ବର୍ଷ ହେବା ଉଚିତ।
ଚୟନ କିପରି କରାଯିବ?
ଏହି ପଦବୀ ପାଇଁ ପ୍ରାର୍ଥୀମାନେ ପ୍ରାଥମିକ, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।
ଦରମା:
ମନୋନୀତ ପ୍ରାର୍ଥୀମାନେ ମାସକୁ ୨୩,୭୦୦ ରୁ ୪୨,୦୨୦ଟଙ୍କା ବେତନ ପାଇବେ। ଏହା ବ୍ୟତୀତ ଡିଏ, ଏଚଆରଡି, ସିସିଏ ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ ଦିଆଯିବ।
କିପରି କରିବେ ଆବେଦନ?
ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ sbi.co.in ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୪ ଡିସେମ୍ବର ୨୦୨୦।