ପ୍ରଥମେ ସ୍ୱାମୀକୁ ନିଶାର ଔଷଧ ଦେଇ ବେହୋସ କଲେ, ତାପରେ ଜୀବନରୁ ମାରିଦେଲା ସ୍ତ୍ରୀ

ବିହାର ଖଗଡିଆରୁ ଏକ ଏପରି ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ବେଲଦୌର ଥାନା ଇଲାକାରେ ପନସଲଓ୍ବା ଗାଁରେ ଏକ ସ୍ତ୍ରୀ ତା ସ୍ୱାମୀକୁ ଏକ ଧାରୁଆ ଅସ୍ତ୍ରରେ ମାରି ହତ୍ୟା କରିଛି। ହତ୍ୟା କରିବା ପୂର୍ବରୁ ସ୍ୱାମୀକୁ ନିଶାର ଔଷଧ ଦେଇ ଶୁଆଇ ଦେଇଥିଲା।

ବିହାର ଖଗଡିଆରୁ ଏକ ଏପରି ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ବେଲଦୌର ଥାନା ଇଲାକାରେ ପନସଲଓ୍ବା ଗାଁରେ ଏକ ସ୍ତ୍ରୀ ତା ସ୍ୱାମୀକୁ ଏକ ଧାରୁଆ ଅସ୍ତ୍ରରେ ମାରି ହତ୍ୟା କରିଛି। ହତ୍ୟା କରିବା ପୂର୍ବରୁ ସ୍ୱାମୀକୁ ନିଶାର ଔଷଧ ଦେଇ ଶୁଆଇ ଦେଇଥିଲା। ତାପରେ ଅତି ନୃସଂଶ ଭାବେ ହତ୍ୟା କରିଥିଲା।

ଏତିକି ହିଁ ନୁହେଁ ନିଜର ସ୍ୱାମୀକୁ ପୋତିବା ପାଇଁ ସେ ନିଜ ଘରେ ଏକ ଗାଡ ଖୋଳି ଥିଲା। କିନ୍ତୁ ସେ ଲାଶକୁୁ ଲୁଚାଇ ପାରି ନଥିଲା। ପୋଲିସ ଶବକୁ ଜବତ କରି ଆରୋପୀକୁ ଆରେଷ୍ଟ କରିଥିଲା।

ସ୍ୱାମୀକୁ ଜୀବନରୁ ମାରି ଦେଲା

google

ଗୋଗରୀ ଡିଏସ୍ପି ପିକେ ଝା କହିଛନ୍ତି କି ଏହି ମହିଳା ମୃତକଙ୍କର ଦ୍ୱତୀୟ ସ୍ତ୍ରୀ ଥିଲେ। ପଚରା ଉଚରାରେ ଆରୋପୀ ମହିଳା କଞ୍ଚନ ଦେବୀ ନିଜର ଦୋଷ ମାନି ନେଇଛନ୍ତି । ପୋଲିସକୁ ମହିଳାଙ୍କର କୌଣସି ପୁରୁଷ ସହ ଅବୈଧ ସମ୍ପର୍କ ଥିବାର ସନ୍ଧେହ ହେଉଛି। ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି।

କୁହାଯାଉଛି ଯେ ମୃତକ ଜ୍ଞାନୀ ଶର୍ମା ଚାରୋଟି ବିବାହ କରିଥିଲେ। ଯେଉଁଥିରେ ପ୍ରଥମ ସ୍ତ୍ରୀଙ୍କର ଗର୍ଭପାତ ସମୟରେ ମୃତ୍ୟୁ ହୋଇଥିଲା। ତୃତୀୟ ସ୍ତ୍ରୀ ଘର ଛାଡି ପଳାଇ ଥିଲେ। ଯେବେ ତାର ଦୁଇଟି ସ୍ତ୍ରୀ ତା ସହିତ ରହୁଥିଲେ। ଏହା ମଧ୍ୟରେ ପ୍ରଥମ ସ୍ତ୍ରୀର ଝିଅ ଚୁୁନମୁନ କହିଛନ୍ତି କି ତାଙ୍କ ବାପାଙ୍କୁ କଞ୍ଚନା ଦେବୀ ମାରିଛନ୍ତି ବୋଲି କାରଣ ସାବତ ମାଙ୍କ ସହ ବାପାଙ୍କ ବହୁତ ଝଗଡା ହୁଏ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *