ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ଏକ ନକଲି ଫୋଟୋକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଯାଇଥିଲା | ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମାରିସନ ଚୀନର ସରକାର ଠାରୁ ସେହି “ନକଲି ଫୋଟୋ” କୁ ଟ୍ୱିଟରରୁ ହଟାଇବା ପାଇଁ କହିଛନ୍ତି ଯେଉଁଥିରେ ଏକ ଅଷ୍ଟ୍ରେଲିଆ ସୈନିକଙ୍କୁ ଆଫଗାନିସ୍ଥାନ ପିଲାର ହତ୍ୟା କରୁଥିବାର ଦେଖାଯାଇଛି | ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝୋଓ ଲିଜିୟାନ ନିଜର ଅଧୀକାରିକ ଟ୍ୱିଟର ଆକାଉଣ୍ଟରୁ ସୋମବାର ଦିନ ଏହି ଫୋଟୋ ସେୟାର କରିଥିଲେ |
ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରଵକ୍ତା ଫୋଟୋକୁ ସେୟାର କରି ଲେଖିଥିଲେ ଯେ, ଅଷ୍ଟ୍ରେଲିଆ ସୈନିକଙ୍କର ହାତରେ ଆଫଗାନ ନାଗରିକ ମାନଙ୍କୁ ଏବଂ କଏଦୀ ମାନଙ୍କୁ ହତ୍ୟା କରିବାରୁ ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇପଡିଲି | ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ଏହି ସଂଘର୍ଷ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାର ସଂକେତ ଅଟେ | ଚୀନ, ଅଷ୍ଟ୍ରେଲିଆର ସବୁଠୁ ବଡ ବ୍ୟାପାରିକ ସାଥି ଅଟେ କିନ୍ତୁ ଗତ କିଛିଦିନ ହେବ ଉଭୟ ଦେଶ ମଧ୍ୟରେ ଅନେକ ବିଷୟକୁ ନେଇ ସଂଘର୍ଷ ବଢିଛି | ଅଷ୍ଟ୍ରେଲିଆ କରୋନା ମହାମାରୀର ଉତ୍ପତିର ଯାଞ୍ଚର ଦାବି କରିଥିଲେ ଯାହାଦ୍ୱାରା ଚୀନ ବହୁତ କ୍ରୋଧିତ ହୋଇଥିଲା | ହଙ୍ଗକଙ୍ଗକୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ଚୀନର ବ୍ୟବହାରର ଆଲୋଚନା କରିଥିଲା | ଏହାପରେ ଚୀନ ମଧ୍ୟ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବା ପାଇଁ ସେଠାକାର ଅନେକ ବସ୍ତୁର ଆମଦାନୀ ଅଟକାଇ ଦେଇଛନ୍ତି କିମ୍ବା ଅଧିକ ପରିମାଣରେ ଟ୍ୟାକ୍ସ ଲଗାଇ ଦେଇଛନ୍ତି |
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାରିସନ ସୋମବାର ଦିନ ଏକ ପ୍ରେସ କନଫରେନ୍ସରେ ଚୀନ ଠାରୁ କ୍ଷମା ମାଗିବା ପାଇଁ କହିଥିଲେ | ସେ ଟ୍ୱିଟରରୁ ପୋଷ୍ଟ ହଟାଇବା ପାଇଁ ମଧ୍ୟ ଦାବି କରିଛନ୍ତି | ମାରିସନ କହିଛନ୍ତି ଯେ ଏହା ବହୁତ ଆପତ୍ତିଜନକ ଅଟେ ଏବଂ କୌଣସି ମଧ୍ୟ ଆଧାରରେ ଏହାର ରକ୍ଷା କରାଯାଇ ପାରିବ ନାହିଁ | ଚୀନ ସରକାରଙ୍କୁ ନିଜର ଏହି ଘୃଣ୍ୟ ପୋଷ୍ଟକୁ ନେଇ ଲଜ୍ଜିତ ହେବା ଆବଶ୍ୟକ | ଏହା ସମ୍ପୂର୍ଣ୍ଣ ଦୁନିଆ ସାମ୍ନାରେ ତାଙ୍କ ବାସ୍ତବିକତାକୁ ଜାହିର କରୁଛି | ଏହା ଏକ ନକଲି ଫୋଟୋ ଅଟେ, ଆମ ସେନା ଏବଂ ଗତ ୧୦୦ ବର୍ଷରୁ ସେନା ପୋଷାକ ପିନ୍ଧି ଦେଶର ସେବା କରୁଥିବା ଲୋକଙ୍କର ଅପମାନ ଅଟେ |
ବାସ୍ତବରେ, ୧୯ ନଭେମ୍ବର ଦିନ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ ୩୯ ଆଫଗାନ ନାଗରିକ ଏବଂ କଏଦୀଙ୍କର ହତ୍ୟାରେ ଅଷ୍ଟ୍ରେଲିଆ ସୈନିକ ମାନେ ଶାମିଲ ଅଛନ୍ତି | ରିପୋର୍ଟ ଆସିବା ପରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ଫୋର୍ସ ୧୩ ଜଣ ସୈନିକଙ୍କୁ ବାହାର କରି ଦେଇଛନ୍ତି | ଏହାଛଡା ଫୋର୍ସ, କେନ୍ଦ୍ରୀୟ ପୋଲିସଙ୍କ ଠାରୁ କଥିତ ୩୬ ଯୁଦ୍ଧ ଅପରାଧ ଗୁଡିକର ଯାଞ୍ଚ କରିବା ପାଇଁ କହିଛନ୍ତି |
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ବୟାନକୁ ନେଇ ମଧ୍ୟ ଚୀନ ପ୍ରତିକ୍ରିୟା ଦେଇଛି | ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁ ଚୁନୟିଙ୍ଗ ଅଷ୍ଟ୍ରେଲିଆ ଉପରେ ଆଫଗାନିସ୍ଥାନରେ ଗମ୍ଭୀର ଯୁଦ୍ଧ ଅପରାଧ କରିବାର ଆରୋପ ଲଗାଇଛି | ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ ମୋ ସାଥିର ବ୍ୟକ୍ତିଗତ ଟ୍ୱିଟର ଉପରେ ଏତେ ଅଧିକ ପ୍ରତିକ୍ରିୟା କରୁଛନ୍ତି | କଣ ତାଙ୍କ ଦୃଷ୍ଟିରେ ଅଷ୍ଟ୍ରେଲିଆ ସୈନିକଙ୍କର ଆଫଗାନିସ୍ଥାନରେ ନିରୀହ ଲୋକଙ୍କର ନିର୍ମମ ହତ୍ୟା କରିବା ସଠିକ ଅଟେ ଏବଂ ଏହି ଘୃଣିତ ଅପରାଧର ନିନ୍ଦା କରିବା ଭୁଲ ଅଟେ ? ସେ ଆଗକୁ କହିଲେ ଯେ ଅଷ୍ଟ୍ରେଲିଆର ସରକାରଙ୍କର ଠିକ ଭାବରେ ବିଚାର କରିବା ଉଚିତ ଏବଂ ଦୋଷୀଙ୍କୁ ଶାସ୍ତି ମିଳିବା ଆବଶ୍ୟକ, ଅଷ୍ଟ୍ରେଲିଆକୁ ଆଫଗାନୀ ଲୋକଙ୍କ ଠାରୁ ଅଧିକାରିକ ରୂପରେ କ୍ଷମା ମାଗିବା ଆବଶ୍ୟକ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ପ୍ରମିଜ କରିବା ଆବଶ୍ୟକ ଯେ ସେ ଏପରି ଭୟାବହ ଅପରାଧ ଗୁଡିକୁ ଦ୍ଵିତୀୟଥର କରିବ ନାହିଁ |
ଚୀନ ଏବଂ ଅଷ୍ଟ୍ରେଲିଆର ସମ୍ପର୍କ ତିକ୍ତତା ଭିତରେ ଚାଲିଛି | ଚଳିତ ମାସରେ ଚୀନ କହିଥିଲା ଯେ ସମ୍ପର୍କରେ ଆସିଥିବା ଏହି ଫାଟ ପଛରେ ଚୀନ ସରକାର ଦାୟୀ ନୁହନ୍ତି ବରଂ ଅଷ୍ଟ୍ରେଲିଆର ଭୁଲ ପଦକ୍ଷେପ କାରଣରୁ ଏପରି ହେଉଛି | ସୋମବାର ଦିନ ପ୍ରେସ କନଫରେନ୍ସରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବାର କଥା ସ୍ୱୀକାର କରିଥିଲେ | ତେବେ ସେ କହିଥିଲେ ଯେ ଏପରି ତିକ୍ତତା ବଢ଼ୁଥିବା ପଦକ୍ଷେପ ପରିବର୍ତ୍ତେ କଥାବାର୍ତ୍ତାକୁ ହିଁ ମାଧ୍ୟମ କରିବା ଉଚିତ | ସେ ଆଗକୁ କହିଲେ ଯେ ମୋର ବିଶ୍ୱାସ ରହିଛି ଏହି ଘଟଣା ପରେ କଥାବାର୍ତ୍ତା ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ସେହି ଦିଗରେ ଲକ୍ଷ୍ୟ କରାଯିବ |
ଚୀନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗତ କିଛି ସମୟ ହେବ ଟ୍ରେଡ଼ ବାରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି | ଚୀନ ଗତ ସପ୍ତାହରେ ହିଁ ଅଷ୍ଟ୍ରେଲିଆ ମଦ ଉପରେ ବହୁତ ଅଧିକ ଟ୍ୟାକ୍ସ ଲଗାଇବା ପାଇଁ ଘୋଷଣା କରିଛି | ଚୀନର ବାଣିଜ୍ୟ ମନ୍ତ୍ରାଳୟ ମୁତାବକ ଅଷ୍ଟ୍ରେଲିଆ ମଦ ଉପରେ ଟ୍ୟାକ୍ସ ୧୦୭.୧ ପ୍ରତିଶତ ଠାରୁ ଆରମ୍ଭ କରି ୨୧୨.୧ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ | ଚୀନ ନଭେମ୍ବର ମାସରୁ ଅଷ୍ଟ୍ରେଲିଆର କୋଇଲା, ଚିନି, ମଦ, କପର ଏବଂ କାଠର ଆମଦାନୀ ଉପରେ ମଧ୍ୟ ଆଧିକାରିକ ସ୍ତରରେ ବ୍ୟାନ ଲଗାଇ ଦେଇଥିଲେ | ଚୀନ, ଅଷ୍ଟ୍ରେଲିଆରୁ ଆମଦାନୀ ଉପରେ ୮୦ ପ୍ରତିଶତ ଟ୍ୟାକ୍ସ ଲଗାଇ ସାରିଛି | ତେବେ ଅଷ୍ଟ୍ରେଲିଆ ସବୁଠୁ ଅଧିକ ରପ୍ତାନି ଚୀନକୁ ହିଁ କରିଥାଏ, ଏମିତିରେ ତା’ର ଅର୍ଥବ୍ୟବସ୍ଥା ବହୁତ ବହୁତ କ୍ଷତି ପହଞ୍ଚୁଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।