ଲିଭିଇନରେ ରହୁଥିବା ଯୋଡି ମାଗିଲେ ସୁରକ୍ଷା, ହାଇକୋର୍ଟର ପ୍ରଶ୍ନରେ ବନ୍ଦ ହୋଇଗଲା ମୁହଁ

ଆଲାହାବଦ ହାଇକୋର୍ଟରେ ଏକ ଯୋଡି ନିବେଦନ ପତ୍ର ଦେଇ ସୁରକ୍ଷା ପ୍ରଦାନ ପାଇଁ କହିଛନ୍ତି ଏବଂ ସେ କହିଛନ୍ତି କି ତାଙ୍କର ଶାନ୍ତି ପୂର୍ଣ୍ଣ ଜୀବନ ବିପକ୍ଷ ପଟ ଖରାପ କରୁଛନ୍ତି। ଏଥିପାଇଁ ବିରୋଧୀ ମାନଙ୍କୁ ହସ୍ତକ୍ଷେପକୁ ବନ୍ଦ କରାଯାଉ। ଏହି ନିବେଦନ ଉପରେ ପ୍ରଥମେ କୋର୍ଟ ପ୍ରଶ୍ନ କରିଥିଲା କି ତୁମେ ଦୁଇ ଜଣ ବିବାହିତ କି ନାହିଁ?

ଏହି ନିବେଦନ ହରଦୋଈରେ ରହୁଥିବା ପ୍ରଜ୍ଞା ସିଂହ ଏବଂ ବରେଲିରେ ରହୁଥିବା ମେରାଜ ଅଲ୍ଲି ଦାଖାଲ କରିଛନ୍ତି। ଏହି ନିବେଦନରେ ସେ ଦୁଇ ଜଣ କହିଛନ୍ତି କି ସେମାନେ ଚାହୁଁ ନାହାଁନ୍ତି କି ତାଙ୍କ କଥାରେ କୌଣସି ବିପକ୍ଷୀ ମୁଣ୍ଡ ନ ପୁରାନ୍ତୁ ବୋଲି, ସେମାନେ ନିଜର ସୁରକ୍ଷା ପାଇଁ କହିଛନ୍ତି। ନିବେଦନରେ ପ୍ରଜ୍ଞା ସିଂହ ଏବଂ ମେରାଜ ଅଲ୍ଲି କହିଛନ୍ତି କି ଦୁଇ ଜଣ ସରକାରୀ ଚାକିରୀରେ ରହି ୨୦୧୨ ମସିହାରୁ ସେମାନେ ଲିଭ ଇନରେ ରହି ଆସିଛନ୍ତି।

ଏହି ଘଟଣାର ଶୁଣାଣି କରି ଜସ୍ଟିସ ଏସପି କେଶରବାନୀ ଏବଂ ନିବେଦନରେ ବିବାହିତ ନ ଲେଖିଥିବାରୁ ଜସ୍ଟିସ ଡକ୍ଟର ବାଈକେ ଶ୍ରୀବାସ୍ତବ ପ୍ରଶ୍ନ କରିଥିଲେ। ପ୍ରଶ୍ନ କରିଥିଲେ ପ୍ରଜ୍ଞା ଏବଂ ମେରାଜଙ୍କୁ କି ତୁମେ ଦୁଇ ଜଣ ବିବାହିତ କି ନାହିଁ ବୋଲି? ହାଇକୋର୍ଟ ପଚାରିଲେ କି ଲିଭ ଇନ ରିଲେସନ ରେ ଅଛନ୍ତି ତେବେ ସରକାରୀ ଚାକିରୀର ସେବା ସର୍ତ କ’ଣ? ଘଟଣାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସର୍ବିଶ ରେର୍କଡ ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ମାଗିଛି। ଏହା ସହିତ ହାଇକୋର୍ଟ ନିବେଦନକାରୀଙ୍କ ଠାରୁ ସପ୍ଲିମେଣ୍ଟାରି ଆଫିଡେଭିଟ୍ ମାଗିଛି।

ଆସନ୍ତା ମାସରେ ପୁଣି ହେବ ଶୁଣାଣି

କୋର୍ଟରେ ଦାଖଲ ହୋଇଥିବା ନିବେଦନରେ ପ୍ରଜ୍ଞା ଏବଂ ମେରାଜ ଅଲ୍ଲୀ ନିଜର ସରକାରୀ ଚାକିରୀ ବିଷୟରେ କହିନଥିଲେ। ଯେତେବେଳେ କି ଏହି ଦୁଇ ଜଣ ସରକାରୀ ଚାକିରୀ କରୁଛନ୍ତି। ଏଥିପାଇଁ ହାଇକୋର୍ଟ ଚାକିରୀର ସବୁ ବାଈଓଡେଟା ମାଗିଛି ଏବଂ ଶେଷରେ ପଚାରିଲେ କି ତୁମର ସମ୍ପର୍କ କ’ଣ? ଏବେ ଏହି ଘଟଣାର ଶୁଣାଣି ଆସନ୍ତା ଡିସେମ୍ବର ୭ରେ ହେବ।

Leave a Reply

Your email address will not be published. Required fields are marked *