ଡ୍ୟାନ୍ସ ପ୍ରୋଫୋମାନ୍ସ ଦ୍ୱାରା ସୁଶାନ୍ତ ସିଂହ ରାଜପୁତଙ୍କୁ ଟ୍ରିବ୍ୟୁଟ ଦେବେ ଅଙ୍କିତା ଲୋଖଣ୍ଡେ, କହିଲେ- ଏହା ବହୁତ କଷ୍ଟଦାୟକ

ଅଙ୍କିତା ନୃତ୍ୟ ପରିବେଷଣର ଜୋର ସୋର ଅଭ୍ୟାସ କରୁଛନ୍ତି | ସେ ନିକଟରେ ହିଁ ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଅଙ୍କିତା ଏହି ପୋଷ୍ଟର କ୍ୟାପସନରେ ଲେଖିଥିଲେ ଯେ, ଏଥର ପଦର୍ଶନ କରିବା ବହୁତ ହିଁ ଭିନ୍ନ ଏବଂ କଠିନ ରହିଛି | ମୋ ପକ୍ଷରୁ ତୁମ ପାଇଁ, ଏହା ବହୁତ ଯନ୍ତ୍ରଣାଦାୟକ ଅଟେ |

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଖୁବଶୀଘ୍ର ଜି ରିସ୍ତେ ଆୱାର୍ଡସରେ ଡ୍ୟାନ୍ସ ପରଫୋମାନ୍ସ ଦେବାକୁ ଯାଉଛନ୍ତି | ଏହି ପ୍ରଦର୍ଶନର ବିଶେଷ କଥା ଏହା ଯେ ସେ ଏହାକୁ ନିଜର ପୂର୍ବତନ ବୟଫ୍ରେଣ୍ଡ ସୁଶାନ୍ତ ସିଂହ ରାଜପୁତଙ୍କୁ ଟ୍ରିବ୍ୟୁଟ ଦେବାକୁ ଯାଉଛନ୍ତି |

 

View this post on Instagram

 

A post shared by Ankita Lokhande (@lokhandeankita)

ଅଙ୍କିତା ଡ୍ୟାନ୍ସ ପରଫରମାନ୍ସର ଅଭ୍ୟାସ ଜୋରଦାର ଚଳାଇଛନ୍ତି | ସେ ନିକଟରେ ହିଁ ନୃତ୍ୟ ଅଭ୍ୟାସର ଭିଡିଓ ସୋସିଆଲ ମିଡ଼ିଆରେ ସାୟାର କରିଥିଲେ | ଅଙ୍କିତା ଏହାର କ୍ୟାପସନରେ ଲେଖିଥିଲେ ଯେ ଏଥର ରଦର୍ଶନ କରିବା ବହୁତ କଠିନ ଏବଂ ଭିନ୍ନ ରହିବ | ମୋ ତରଫରୁ ତୁମ ପାଇଁ, ଏହା ବହୁତ କଷ୍ଟଦାୟକ ଅଟେ |

ଅଙ୍କିତାଙ୍କର ଏହି କଥା ଶୁଣି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ତାଙ୍କୁ ଉତ୍ସାହିତ କରାଇଛନ୍ତି | କହିରଖୁଛୁ ଯେ ଅଙ୍କିତା ଏବଂ ସୁଶାନ୍ତ ସାତ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ଥିଲେ | ୨୦୧୬ରେ ଏମାନଙ୍କର ବ୍ରେକଅପ ହୋଇଯାଇଥିଲା | ଉଭୟଙ୍କର ନିକଟତା ଜିଟିଭିର ପବିତ୍ର ରିସ୍ତା ଶୋରୁ ହିଁ ବଢି ଯାଇଥିଲା | ସମ୍ପର୍କକୁ ସ୍ୱୀକାର କରିବା ମାତ୍ରେ ହିଁ ଉଭୟ ଲିଭ ଇନ ରିଲେସନରେ ରହିବା ଆରମ୍ଭ କରିଦେଇଥିଲେ | ୨୦୧୬ ମସିହାରେ ଉଭୟ ବିବାହ କରିବାକୁ ମଧ୍ୟ ଘୋଷଣା କରିଥିଲେ କିନ୍ତୁ ପୁଣି ତାଙ୍କର ବ୍ରେକଅପ ହୋଇଯାଇଥିଲା | ଏହାପରେ ସୁଶାନ୍ତଙ୍କ ଜୀବନରେ ଯେଉଁଠାରେ ରିୟା ଚକ୍ରବର୍ତ୍ତୀ ଆସିଥିଲେ ସେହିପରି ବର୍ତ୍ତମାନ ଅଙ୍କିତା ବିଜିନେସ ମ୍ୟାନ ବିକ୍କୀ ଜୈନଙ୍କ ସହିତ ରିଲେସନସିପରେ ଅଛନ୍ତି |

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ୧୪ ଜୁନ, ୨୦୨୦କୁ ନିଜର ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଥିଲେ | ତେବେ ତାଙ୍କ ମୃତ୍ୟୁ ଉପରୁ ବର୍ତ୍ତମାନ ମଧ୍ୟ ରହସ୍ୟର ପରଦା ଉଠିପାରି ନାହିଁ ଯାହାପରେ ସିବିଆଇ ଯାଞ୍ଚ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ଏବଂ ଏହି ଘଟଣାରେ ଅନେକ ମୋଡ ଆସିଥିବାର ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *