୨୯ ନଭେମ୍ବର ୨୦୨୦ ରାତି ଅଥବା କାଲି ଜାପାନ ଉପରୁ ଏକ ବସ୍ତୁ ବହୁତ ଜୋରରେ ଅନ୍ତରିକ୍ଷ କୁ ଆସିଥିଲା। ବହୁତ ଜୋରରେ ଉଜ୍ଜ୍ୱଳ ଆଲୋକ କରିବା ପରେ ଅଚାନକ ଉଭେଇ ଗଲା। ଏବେ ସେହି ଫଟୋ ଶୋଶିଆଲ୍ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି। ଜାପାନ ନ୍ୟାସନାଲ ଏସ୍ଟୋନାମିକାଲ୍ ଆବ୍ଜରବେଟନୀ ମୁତାବକ ଏହା ଏକ ଉଜ୍ଜଳ ଆଲୋକ (Bolide) ଥିଲା। ଅଥବା ଏକ ଉଲକାପିଣ୍ଡ ଅଥବା ମିଟିୟୋର(Meteor)।
ସ୍ପୁତନିକ ୱେବସାଇଟ ଅନୁସାରେ ସମାନ ଭାବରେ ଚମକୁ ଥିବା ଏହି ନିଆଁ ଗୋଲିକୁ ଜାପାନର କୈାଣସି ଦ୍ଵୀପ ରେ ଦେଖାଯାଇଛି। ଲୋକମାନେ ଏହାର ଫଟୋ ଉଠାଇଛନ୍ତି। ଭିଡିଓ କରି ଶୋଶିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି।ଜାପାନର ହ୍ୟୋଗ ପରଫେକ୍ଚରର ଆକାଶୀ ମ୍ୟୁନିସିପଲ ପ୍ଳେନେଟେରିୟମ୍ ର ଡାଇରେକ୍ଟର ତାକେଶୀ ଇନୋଉ କହିଥିଲେ କି ଉଲକା ଶେଷରେ ଯେତେ ଜୋରରେ ଚମକୁଥିଲା, ସେଥିରେ ବହୁତ ବଡ଼ ଇଲାକା ଆଲୋକିତ ହୋଇଯାଇଥିଲା।
ତାକେଶୀ କହିଥିଲେ କି ସୁଟିଂ ସ୍ଟାର୍ ଅଥବା ଆକାଶରୁ ଧରିତ୍ରୀ ଆଡ଼କୁ ପଡୁଥିବା ଉଲକା କେତେଥର ଶୁକ୍ର ଗ୍ରହ ଠାରୁ ବି ବହୁତ ଚମକିଲା ପରି ହୋଇଥାଏ। କିନ୍ତୁ ଏତେ ଜୋରରେ ଚମକୁଥିବା ଆଲୋକ କେତେ ବର୍ଷ ପରେ ଦେଖିବାକୁ ମିଳିଛି। ଏହାକୁ ଆମେ ଉଲକାପିଣ୍ଡ କହିଥାଉ।
ଯେତେବେଳେ ଏହି ଉଲକାପିଣ୍ଡ ଧରତୀ ଆଡ଼କୁ ଆସୁଥିଲା, ସେତେବେଳେ ବହୁତ ଜୋରରେ ଗଡଗଡ ଶବ୍ଦ ବି ଆସୁଥିଲା। ହେଲେ ଯେତେବେଳେ ସେହି ଉଲକାପିଣ୍ଡ ଉଜ୍ଜ୍ୱଳ ଆଲୋକ ସହିତ ଆସୁଥିଲା, ସେହି ସମୟରେ କୈାଣସି ପ୍ରକାର ଧମାକା ଶବ୍ଦର ଖବର ଶୁଣିବାକୁ ମିଳିନଥିଲା।
ଜାପାନ ନେସନାଲ ଏସ୍ଟୋନାମିକାଲ୍ ଆବ୍ଜରବେଟନୀ ମୁତାବକ, ସବୁ ମାସରେ ଜାପାନ ଉପରେ ଏମିତି ନିଆଁ ଗୋଲି ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଥର ଯେଉଁ ନିଆଁ ଗୋଲି ଅଥବା ଉଲକାପିଣ୍ଡ ଖସିଥିଲା ତାହା ବହୁତ ଦୁର୍ଲଭ ଥିଲା। ଏତେ ଜୋରରେ ଆଲୋକ ହେବା ସାମାନ୍ୟ କଥା ନୁହେଁ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।