ବିଦ୍ୟା ବାଲାନ MPଙ୍କ (ବନମନ୍ତ୍ରୀ) ବିଜୟ ଶାହଙ୍କ ସହିତ ‘ରାତ୍ରି ଭୋଜନ’ କରିବା ପାଇଁ କରିଦେଲେ ମନା ତ ରୋକିଦିଆଗଲା ସୀନେମା ସୁଟିଂ

ବଲିଉଡ ଏକଟ୍ରେସ୍ ବିଦ୍ୟା ବାଲାନଙ୍କ ସିନେମା ‘ଶେରନୀ’ ର ସୁଟିଂକୁ ରୋକି ଦିଆଯାଇଛି। ସୁଟିଂ ରୋକିବାର ଆରୋପ ମଧ୍ୟ ପ୍ରଦେଶର ବନମନ୍ତ୍ରୀ ବିଜୟ ଶାହଙ୍କ ଉପରେ ଲଗାଯାଇଛି।କୁହା ଯାଉଛି କି ବିଦ୍ୟା ବାଲାନ୍ ମନ୍ତ୍ରୀଙ୍କ ସହିତ ରାତ୍ରି ଭୋଜନ କରିବାର ନିମନ୍ତ୍ରଣ କୁ ଅସ୍ବୀକାର କରିଥିଲେ ଯାହାପରେ ପ୍ରଡକ୍ସନ ଟିମକୁ ସୁଟିଂ ପାଇଁ ଜଙ୍ଗଲକୁ ଯିବାକୁ ରୋକାଯାଇ ଥିଲା।

ବଲିଉଡ୍ ଏକଟ୍ରେସ୍ ବିଦ୍ୟା ବାଲାନ୍ ଏହି ଦିନ ମଧ୍ୟ ପ୍ରଦେଶର ନିଜ ନୂଆ ସୀନେମା ‘ଶେରନୀ’ ର ସୁଟିଂ କରୁଛନ୍ତି।ସେ ଏହି ଜଙ୍ଗଲରେ ପୂର୍ବ କିଛି ସପ୍ତାହରୁ ସିନେମା ପାଇଁ କିଛି ଦୃଶ୍ୟ ସୁଟିଂ କରୁଛନ୍ତି। କିନ୍ତୁ ଅଚାନକ ତାଙ୍କ ସୁଟିଂ କୁ ରୋକି ଦିଆଯାଇଛି। ସୁଟିଂ ରୋକିବାର କାରଣ ମଧ୍ୟ ପ୍ରଦେଶର ବନମନ୍ତ୍ରୀ ବିଜୟ ଶାହଙ୍କୁ ଦିଆଯାଇଛି।କୁହାଯାଉଛି କି ବିଜୟ ଶାହ ବିଦ୍ୟା ବାଲାନ୍ ଙ୍କୁ ତାଙ୍କ ସ‌ହ ରାତ୍ରି ଭୋଜନ କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ, ଯାହାକୁ ବିଦ୍ୟା ସ୍ଵୀକାର କରିବାକୁ ମନା କରିଦେଇଥିଲେ।

ଏହା ପରେ ସୀନେମା ସୁଟିଂ କୁ ରୋକି ଦିଆଯାଇଛି। ରିପୋର୍ଟ ମୁତାବକ,ସୀନେମା ପ୍ରଡକ୍ସନ ଟିମର ଗାଡ଼ିକୁ କଥିତ ରୂପେ ସୁଟିଂ ପାଇଁ ଜଙ୍ଗଲକୁ ଯିବାକୁ ରୋକି ଦିଆଯାଇଥିଲା। ବାଲାଘାଟର ଜିଲ୍ଲା ବନ ଅଧିକାରୀ ପ୍ରଡକ୍ସନ ଟିମ୍ ର ଗାଡ଼ିକୁ ଜଙ୍ଗଲକୁ ଯିବାକୁ ରୋକିଥିଲେ ଏବଂ କହିଥିଲେ କି କେବଳ ଦୁଇଟି ଗାଡ଼ିକୁ ଯିବାପାଇଁ ଅନୁମତି ମିଳିଛି।

ବିଜୟ ଶାହଙ୍କ ପ୍ରତ୍ୟାଖ୍ୟାନ ମଧ୍ୟ-ରାତ୍ର ଭୋଜନ ନିବେଦନ

ଯଦି, ରାଜ୍ୟ ର ବନମନ୍ତ୍ରୀ ବିଜୟ ଶାହା ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କହିଛନ୍ତି କି ସେ ନିଜେ ତାଙ୍କ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ ନିମନ୍ତ୍ରଣ କୁ ଅସ୍ବୀକାର କରିଛନ୍ତି। ବିଜୟ ଶାହ କହିଥିଲେ,”ଯେଉଁ ଲୋକମାନେ ସୁଟିଂ ପାଇଁ ଅନୁମତି ମାଗିଥିଲେ, ମୁଁ ସେହି ଲୋକମାନଙ୍କ ପାଇଁ ବାଲିଘାଟ ଠାରେ ମହଜୁଦ ଥିଲି ଏବଂ ସେମାନେ ମୋତେ ମଧ୍ୟାହ୍ନ ଏବଂ ରାତ୍ରି ଭୋଜନ ପାଇଁ ନିବେଦନ କରିଥିଲେ। ମୁଁ ସେମାନଙ୍କୁ କହିଥିଲି କି ଏବେ ସମ୍ଭବ ନୁହେଁ।

ପ୍ରଥମେ ବିଜୟ ରାଜଙ୍କ କାରଣରୁ ରୋକିଥିଲା ସୁଟିଂ

ବିଜୟ ଶାହ କହିଥିଲେ,” ମୁଁ ତାଙ୍କ ସହ ସେତେବେଳେ ଦେଖା କରିବି ଯେତେବେଳେ ମୁଁ ମହାରାଷ୍ଟ୍ର ଯିବି। ମଧ୍ୟାହ୍ନ ଏବଂ ରାତ୍ରି ଭୋଜନକୁ ମନା କରିଦେଇଥିଲି ,କିନ୍ତୁ ସୁଟିଂ କୁ ନୁହେଁ।” ଏହା ପୂର୍ବରୁ ସୀନେମା ସୁଟିଂ ସେହି ସମୟରେ ରୋକିଥିଲା ଯେତେବେଳେ ଏକ୍ଟର ବିଜୟ ରାଜଙ୍କ ଉପରେ ସୁଟିଂ ସମୟରେ ସେଟ୍ ଉପରେ ଏକ ମହିଳାକୁ ଶୋଷଣ କରିବାର ଆରୋପ ଲଗାଇଥିଲେ। ମହିଳା ଜଣଙ୍କ ତାଙ୍କ ବିରୁଦ୍ଧରେ ପୋଲିସ କୁ ଜଣାଇଥିଲେ। ପୋଲିସ ତାଙ୍କୁ ଗିରଫ ବି କରିଥିଲା ଏବଂ ସେ ଏବେ ଜାମିନ ରେ ବାହାରିଛନ୍ତି। ବିଜୟ ସେବେଠାରୁ ମୁମ୍ବାଇ ରେ ଅଛନ୍ତି ଏବଂ ସୁଟିଂ ପାଇଁ ଯାଇନାହାନ୍ତି।

Leave a Reply

Your email address will not be published. Required fields are marked *